Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଲାଙ୍ଗୁଡ ସହ ଜନ୍ମ ହେଲା ଶିଶୁ – ଡାକ୍ତରଖାନାରେ ଲୋକଙ୍କ ଭିଡ

25/09/2019 at 3:23 PM

ନୂଆଦିଲ୍ଲୀ – ଦିଲ୍ଲୀ ନିକଟସ୍ଥ ଗ୍ରେଟର ନୋଏଡାରେ ଏକ ଶିଶୁ ଲାଙ୍ଗୁଡ ସହ ଜନ୍ମ ହୋଇଛି । ଏହାପରେ ଶିଶୁକୁ ଦେଖିବା ପାଇଁ ଡାକ୍ତରଖାନାରେ ଲୋକଙ୍କ ଭିଡ ଜମିଛି । ଡାକ୍ତରଖାନାର କର୍ମଚାରୀଙ୍କ ସହ ପାଖଆଖର ଲୋକ ଏହି ଶିଶୁକୁ ଦେଖିବା ପାଇଁ ଡାକ୍ତରଖାନାକୁ ଆସୁଛନ୍ତି ।

ଡାକ୍ତରଖାନାରେ ଏତେ ଲୋକଙ୍କ ଭିଡ ଜମିଲା ଯେ ବାଧ୍ୟ ହୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ମାଆ ଓ ଶିଶୁକୁ ଘରକୁ ପଠାଇ ଦେଇଛନ୍ତି ।

ଗ୍ରେଟର ନୋଏଡାରେ ଦିନକୌର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ମାତ୍ର ଶିଶୁର ପିଠିର ତଳ ଅଂଶରେ ଲାଙ୍ଗୁଡ ପରି ଏକ ଅଂଶ ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଡାକ୍ତର ଓ ଶିଶୁର ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।


ଘଟଣା ପ୍ରଚାରିତ ହେବା ପରେ ଶହ ଶହ ସଂଖ୍ୟାରେ ଲୋକ ଡାକ୍ତରଖାନାରେ ଶିଶୁକୁ ଦେଖିବା ପାଇଁ ପହଞ୍ଚିଥିଲେ । ଲୋକମାନେ ଏହାକୁ ଦେଖିବା ପାଇଁ ଏତେ ସଂଖ୍ୟାରେ ପହଞ୍ଚିବାରୁ ଅନ୍ୟ ରୋଗୀଙ୍କ ଚିକିତ୍ସାରେ ଅସୁବିଧା ହୋଇଥିଲା । ଏହାପରେ ଡାକ୍ତରଖାନା କର୍ତ୍ତୃପକ୍ଷ ବାଧ୍ୟ ହୋଇ ମାଆ ଓ ଶିଶୁକୁ ଘରକୁ ପଠାଇ ଦେଇଛନ୍ତି ।

   Related Posts