କରୋନା ଭାଇରସ୍ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ, ଡାକ୍ତର ହୋଇଗଲେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | June 07, 2020 IST

ବେଜିଂ ୭।୬: କରୋନା ଭାଇରସ୍ ଆଣ୍ଟିବଡି ସହ ଏକ ଶିଶୁ ଜନ୍ମ ହୋଇଛି । ଏଭଳି ଘଟଣା ଚୀନର ଶେନଝେନ ଅଞ୍ଚଳରେ ଘଟିଛି । ଡାକ୍ତରମାନେ କହିଛନ୍ତି ଯେ, ମା’ଠାରୁ ପ୍ରାକୃତିକ ଉପାୟରେ ଶିଶୁଟିକୁ ଏହି ଆଣ୍ଟିବଡି ମିଳିଛି । ଶେନଝେନ ଥାର୍ଡ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ମହିଳା ଏବଂ ଶିଶୁଙ୍କ ମାମଲା ବୁଝିବା ପାଇଁ ସେମାନେ ଆହୁରି ଅଧିକ ଅଧ୍ୟୟନ କରିବେ ।

ଅପ୍ରେଲରେ ମା’ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । କିନ୍ତୁ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଦେଇନଥିଲା । ପ୍ରସବ ପରେ ପରୀକ୍ଷା କରାଯିବାବେଳେ ଉଭୟ ଶିଶୁ ଏବଂ ମା’ କରୋନା ଭାଇରସ୍ ନେଗେଟିଭ ଥିଲେ।

ମେ’ ୩୦ରେ ମହିଳା ଶେନଝେନ୍ ଥାର୍ଡ ହସ୍ପିଟାଲରେ ସନ୍ତାନ ଜନ୍ମ ଦେଇଥିଲେ । ସଂପୃକ୍ତ ମହିଳା ଜଣଙ୍କ ମୂଳତଃ ହୁବେଇର । ହୁବେଇର ଉହାନରୁ କରୋନା ମହାମାରୀ ଆରମ୍ଭ ହୋଇଥିଲା । ଡାକ୍ତରମାନେ କହିଛନ୍ତି ଯେ, ଶିଶୁଠାରେ ସ୍ବାଭାବିକ ଭାବରେ ଭାଇରସ୍ ସହ ଲଢିବାର କ୍ଷମତା ରହିଛି ।

ଚୀନ୍ ମିଡିଆ ରିପୋର୍ଟରେ ମହିଳାଙ୍କ ପରିବର୍ତ୍ତିତ ନାମକୁ ଜିଆଓ ବୋଲି କୁହାଯାଇଛି । ଅପ୍ରେଲ ମାସ ଆରମ୍ଭରେ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଜିଆଓଙ୍କର ଚିକିତ୍ସା ଚାଲିଥିଲା ​​।

ଜିଆଓ ଶେନଝେନରେ ରୁହନ୍ତି ଏବଂ ସେଠାରେ ହିଁ କାମ କରନ୍ତି । କିନ୍ତୁ ସେ ତାଙ୍କ ସ୍ବାମୀଙ୍କ ସହ ଜାନୁଆରୀରେ ହୁବେଙ୍କ ଉଚାଙ୍ଗ ସହରକୁ ଯାଇଥିଲେ ଯେଉଁଠାରେ ତାଙ୍କ ପରିବାର ରୁହନ୍ତି । ଏହି ସମୟ ମଧ୍ୟରେ ସେ କରୋନା ସଂକ୍ରମିତ ହୋଇଥିଲେ । ଫେବୃଆରୀରେ ଜିଆଓଙ୍କ ମା’ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.