Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଚିକିତ୍ସା ବିଜ୍ଞାନରେ ପ୍ରଥମ : ନବଜାତ ଶିଶୁଠାରେ ଦେଖାଗଲା ଏକାଥରେ ୨-୨ଟି ଆନୁବଂଶିକ ରୋଗ

10/09/2020 at 1:44 PM

ଜୟପୁର ୧୦/୯: ଜୟପୁରର ସରକାରୀ ହସ୍ପିଟାଲ ଜେକେ ଲୋନରେ ଏକ ନବଜାତ ଶିଶୁର ଏକାଠି ଦୁଇଟି ଆନୁବଂଶିକ ରୋଗରେ ଆକ୍ରାନ୍ତ ଥିବା ଜଣା ପଡ଼ିଛି। ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁସାରେ ଏହି ଶିଶୁକୁ ପୋମ୍ପେ ରୋଗ ଏବଂ ସ୍ପାଇନାଲ୍ ମସ୍କ୍ୟୁଲାର ଅଟ୍ରୋଫି-୧ ନାମକ ଦୁର୍ଲଭ ରୋଗ ହୋଇଛି। ଏହା ବିଶ୍ବର ପ୍ରଥମ ଏପରି ମାମଲା କାରଣ ଏଭଳି ଦୁଇଟି ରୋଗ ଗୋଟିଏ ରୋଗୀଙ୍କଠାରେ ଦେଖିବାକୁ ମିଳିବା ଚିକିତ୍ସା ବିଜ୍ଞାନରେ ପୂର୍ବରୁ କେବେ ଦେଖିବାକୁ ମିଳିନାହିଁ। ପୋମ୍ପେ ଏକ ଆନୁବଂଶିକ ରୋଗ ଯାହା ତନ୍ତ୍ରିକା ତନ୍ତୁର କାମକୁ ପ୍ରଭାବିତ କରିଥାଏ। ଏହି ରୋଗ ପାଖାପାଖି ୧୧୦୦୦ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁକୁ ହୋଇଥାଏ ଏବଂ କୌଣସି ଜାତି ବା ଲିଙ୍ଗକୁ ପ୍ରଭାବିତ କରିପାରେ।

ସେହିପରି ସ୍ପାଇନାଲ୍ ମସ୍କ୍ୟୁଲାର ଅଟ୍ରୋଫି ଏକ ପ୍ରକାର ଆନୁବଂଶିକ ରୋଗ ଯାହା ତନ୍ତ୍ରିକା ତନ୍ତୁ ଏବଂ ମାଂସପେଶୀର କାମକୁ ପ୍ରଭାବିତ କରିଥାଏ। ବୁଧବାର ୪୪ଦିନର ନବଜାତ ଶିଶୁକୁ ଉତ୍ତରପ୍ରଦେଶର ଆଗ୍ରାର ହସ୍ପିଟାଲରୁ ଜଣେ ଶିଶୁର ଶ୍ବାସ ଜନିତ ସମସ୍ୟା ହେବାରୁ ଏବଂ ଶରୀରରେ ଢ଼ିଲାପଣ ଏବଂ ମାଂସପେଶୀ ଚଳପଅଚଳ ନହେବାରୁ ତାକୁ ଜୟପୁରର ସରକାରୀ ହସ୍ପିଟାଲ ଜେକେ ଲୋନକୁ ରେଫର କରି ଦିଆଯାଇଥିଲା।

ଡାକ୍ତରଙ୍କ କହିବାନୁସାରେ ନବଜାତ ଶିଶୁର ରୋଗର ଚିକିତ୍ସା ଆରମ୍ଭ ହୋଇଯାଇଛି। ଏସବୁ ରୋଗରେ ଆକ୍ରାନ୍ତ ରୋଗୀ ବିନା ଚିକିତ୍ସାରେ ଜୀବିତ ରୁହନ୍ତି ନାହିଁ। ପୋମ୍ପେ ରୋଗର ଔଷଧର ମୂଲ୍ୟ ବର୍ଷକୁ ୨୫-୩୦ଲକ୍ଷ ପଡ଼ିଥାଏ। ସେହପରି ଏମଏମଏର ଔଷଧ ରିଷ୍ଟିପ୍ଲାମ୍ ପ୍ରତି ପାଖାପାଖି ୪କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏହା ଜୀବନ ସାରା ଦେବାର ଆବଶ୍ୟକତା ଥାଏ। ଏହି ଔଷଧ ଶିଶୁକୁ ଅନୁକମ୍ପା ଉପଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ଉପଲବ୍ଧ କରାଯାଇଛି।  

   Related Posts