ଅଭିନେତା ବାବୁସାନଙ୍କ ଗାଡି ଧକ୍କାରେ ଯୁବକ ଗୁରୁତର- ଉତ୍ୟକ୍ତ ଲୋକ ଅଟକାଇଛନ୍ତି ଗାଡି

Published By : Prameya-News7 Bureau | September 09, 2019 IST

ଭୁବନଶ୍ୱର- ଭୁବନେଶ୍ୱର ସାଁପୁରଠାରେ ସୁଟିଂ ସାରି ଅଭିନେତା ବାବୁସାନ ଘରକୁ ଫେରିବା ପାଇଁ ନିଜ ଗାଡିରେ ବସିଥିଲେ । ଡ୍ରାଇଭର ଗାଡିକୁ ବ୍ୟାକ କରୁଥିବା ବେଳେ ଏକ ଗଛ ମୂଳେ ବସିଥିବା ଜଣେ ଯୁବକଙ୍କ ଉପରେ ଗାଡି ଚଢିଯାଇଥିଲା ଘଟଣାସ୍ଥଳରୁ ଡ୍ରାଇଭର ଗାଡି ନେଇ ତୁରନ୍ତ ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ପୁଣି ଗାଡିଟି ଆହତ ଯୁବକଙ୍କ ଗୋଡ ଉପରେ ଚଢିଯାଇଥିଲା ।

{"id":155512}

ଗୁରୁତର ଅବସ୍ଥାରେ ଯୁବକଙ୍କୁ ସ୍ଥାନୀୟ ଲୋକେ ଏକ ଘରୋଇ ହସପିଟାଲ୍‌ରେ ଭର୍ତ୍ତି କରିଛନ୍ତି ।

{"id":155511}


ଅପରପକ୍ଷରେ ସ୍ଥାନୀୟ ଲୋକମାନେ ବାବୁସାନଙ୍କ ଗାଡିଟିକୁ ଅଟକ ରଖି କ୍ଷତି ପୂରଣ ଦାବି କରିଛନ୍ତି । ଘଟଣାସ୍ଥଳରୁ ବାବୁସାନ ଅନ୍ୟ ଏକ ଗାଡିରେ ଚାଲିଯାଇଥିବା ସୂଚନା ମିଳିଛି ।

{"id":155513}

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛି । ତେବେ ଆହତ ଯୁବକଙ୍କୁ ଉପଯୁକ୍ତ କ୍ଷତିପୂରଣ ନମିଳିଲେ ଗାଡି ଛଡାଯିବା ନାହିଁ ବୋଲି ସ୍ଥାନୀୟ ଲୋକ ଜିଦ୍‌ ଧରିଛନ୍ତି।

ଆହତ ହୋଇଥିବା ଯୁବକ ନାଁ ରଞ୍ଜନ ନାୟକ ବୋଲି ଜଣାପଡିଛି । ସେ ସାଁପୁରଠାରେ ଥିବା ଏକ ହୋଟଲ୍‌ରେ ମିସ୍ତ୍ରୀ ଭାବେ କାମ କରୁଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.