Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଛାଡିଲାନି ଲୋଭ, ସରକାରୀ ବାବୁଙ୍କ ବକ୍ସିସ ମୋହ – ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ହିତାଧିକାରୀଙ୍କଠାରୁ ଜବରଦସ୍ତ ଟଙ୍କା ଆଦାୟ ଅଭିଯୋଗ

16/09/2019 at 7:43 PM

ଲମତାପୁଟ ୧୬।୦୯-  ରାଜ୍ୟରେ ପିସି କାରବାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ ରହିଛି । ଦୁର୍ନିତଖୋର ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠନ ହେଉଛି । ଏହାପରେ ବି ଲାଞ୍ଜରୁ ମୋହ ତୁଟାଇ ପାରୁନାହାନ୍ତି ସରକାରୀ ବାବୁ । ଏମିତିକି ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ହିତାଧିକାରୀଙ୍କୁ ଛାଡୁ ନାହାନ୍ତି । ଅଭିଯୋଗ ଆସିଛି ଲମତାପୁଟ ବ୍ଲକ ବଲେଲ ପଞ୍ଚାୟତରୁ । ଭତ୍ତା ଟଙ୍କା ବଣ୍ଟନ ବେଳେ ଏଠି ହିତାଧିକାରୀଙ୍କ ଠାରୁ ୩୦ ଟଙ୍କା ଲେଖାଏ ଜବଦସ୍ତ ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି ।

ବାବୁଙ୍କ ବକ୍ସିସ ମୋହ । ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ହିତାଧିକାରୀଙ୍କୁ ବି ଛାଡିଲେନି । ଦଶହରା ଖର୍ଚ୍ଚ ବାବଦକୁ ଜୋର ଜବରଦସ୍ତ ଜଣ ପିଛା ଆଦାୟ କଲେ ୩୦ ଟଙ୍କା । ଇଛା ନଥିଲେ ବି ଚାନ୍ଦା ଦେବାକୁ ବାଧ୍ୟ ହୋଇଥିଲେ ହିତାଧିକାରୀ । ଏମିତି ସଂଗୀନ ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବଲେଇ ପଞ୍ଚାୟତରୁ । ଶନିବାର ବଲେଇ ପଞ୍ଚାୟରେ ଭତ୍ତା ଟଙ୍କା ବଣ୍ଟା ଯାଇଥିଲା । ୬ ରୁ ୭ କିଲୋମିଟର ଚାଲିଚାଲି ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ ଆଦିବାସୀ ବୃଦ୍ଧ-ବୃଦ୍ଧା । ଭତ୍ତା ଟଙ୍କା ନେଇଥିଲେ, ଆଉ ବାବୁଙ୍କୁ ପୂଜା ଖର୍ଚ୍ଚ ବାବଦକୁ ବାଧ୍ୟ ହୋଇ ୩୦ ଟଙ୍କା ଲେଖାଏ ଦେଇଥିଲେ ।

 ପିସି କାରବାରକୁ ନେଇ ପୂର୍ବରୁ ଚର୍ଚ୍ଚାରେ ରହିଆସିଛି ଲମତାପୁଟ ବ୍ଲକ । ଏବେ ସରକାରୀ ବାବୁ ଯେଭଳି ମାନବିକତାକୁ ପାଦରେ ଦଳି ଲଜ୍ଜାଜନକ ଭାବେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ହିତାଧିକାରୀଙ୍କ ଠୁ ଚାନ୍ଦା ଆଦାୟ କଲେ ତାକୁ ନେଇ ଚାରିଆଡୁ ଛି ଛାକର କରାଯାଇଛି । ପଞ୍ଚାୟତ ଅଧିକାରୀ କିନ୍ତୁ ଚାନ୍ଦା ଆଦାୟ କଥାକୁ ଅସ୍ବୀକାର କରିଥିବା ବେଳେ ପିଅନ କିନ୍ତୁ ମାନି ଯାଇଛନ୍ତି। କୋରାପୁଟ ଜିଲ୍ଲାପାଳ  ଘଟଣାକୁ  ନିନ୍ଦା କରିବା ସହ ତଦନ୍ତ ନିର୍ଦେଶ  ଦେଇଛନ୍ତି ।  ସତ୍ୟତା ଜଣାପଡିଲେ ଦୋଷୀକୁ ଗିରଫ କରାଯିବ ବୋଲି ଜିଲ୍ଲାପାଳ ମଧୁସୂଧନ ମିଶ୍ର କହିଛନ୍ତି ।  

 ଦୋଷୀ  ଯିଏ ବି ହେଉନା କାହିଁକି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାର ଆବଶ୍ୟକତା ରହିଛି, ଯେମିତି ଅନ୍ୟ କେହିବି ଏଭଳି ଚାନ୍ଦା ଆଦାୟକ କରିବାକୁ ସାହସ କରିବେନି ।

   Related Posts