ବାବୁଲ ସୁପ୍ରିୟୋଙ୍କୁ ସମନ ପଠାଇଲା ପୋଲିସ, ଟିଏମସିର ୪ ନେତାଙ୍କ ବିରୋଧରେ ମକଦ୍ଦମା ପାଇଁ ରାଜ୍ୟପାଳଙ୍କ ମଞ୍ଜୁରୀ

Published By : Prameya-News7 Bureau | May 09, 2021 IST

କୋଲକାତା ୯/୫: କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ପଶ୍ଚିମବଙ୍ଗ ପୋଲିସ ସମନ ଜାରି କରିଛି। ନୋଟିସ୍‌ ମିଳିବାର ୩ ଦିନ ମଧ୍ୟରେ ହରୋରା ପୋଲିସ ଥାନରେ ପହଞ୍ଚିବେ ସୁପ୍ରିୟୋ। ତାଙ୍କୁ U/S 41 (A) ସିଆରପିସି ଜରିଆରେ ନୋଟିସ୍‌ ଜାରି କରିଛି ପୋଲିସ। ଅନ୍ୟପଟେ ମମତା ବାନାର୍ଜୀଙ୍କ କ୍ୟାବିନେଟ୍‌ରେ ଶପଥ ନେବାର କିଛି ଘଣ୍ଟା ପୂର୍ବରୁ ବେଙ୍ଗଲ ରାଜ୍ୟପାଳ ୪ ପୂର୍ବତନ ମନ୍ତ୍ରୀ ଏବଂ ଟିଏମସି ନେତା- ଫିରହାଦ ହକିମ, ସୁବ୍ରତ ମୁଖାର୍ଜୀ, ମଦନ ମିତ୍ରା ଏବଂ ସୋଭନ ଚାଟାର୍ଜୀଙ୍କ ବିରୋଧରେ ମକଦ୍ଦମା ଚଲାଇବାକୁ ସିବିଆଇକୁ ମଞ୍ଜୁରୀ ଦେଇଛନ୍ତି।

ବେଙ୍ଗଲ ରାଜଧାନୀ କହିଛନ୍ତି ଏମାନେ ମନ୍ତ୍ରୀ ହେବା ପରେ କମିଶନ ନେଉଥିବା ଅଭିଯୋଗ ଥିବାରୁ ତଦନ୍ତ ପାଇଁ ମଞ୍ଜୁରୀ ଦିଆଯାଇଛି। ତଦନ୍ତ ପାଇଁ ଜାନୁଆରୀରୁ ରାଜ୍ୟପାଳଙ୍କୁ ଅନୁମତି ମଗାଯାଇଥିଲା ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି। ସୋମବାର ବେଙ୍ଗଲରେ ମୋଟ ୪୩ ମନ୍ତ୍ରୀ ଶପଥ ନେବେ।

ରାଜନୀତି ପରେ ହୋଇଥିବା ହିଂସାରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟ ସଚିବ ଏବଂ ଡିଜିପି ଅବଗତ କରିନଥିବାରୁ ରାଜ୍ୟପାଳ ଜଗଦୀପ ଧନଖଡ଼ ଅସନ୍ତୋଷ ପ୍ରକାଶ କରିଥିଲେ। ଶନିବାର ଦିନ ମୁଖ୍ୟ ସଚିବ ଅଳପନ ବନ୍ଦୋପାଧ୍ୟାୟ ଏବଂ ଡିଜିପି ବିରେନ୍ଦ୍ରଙ୍କୁ ରାଜଭବନ ଡକାଇଥିଲେ ରାଜ୍ୟପାଳ। କିନ୍ତୁ ସେମାନେ ହିଂସାକୁ ନେଇ କୌଣସି ରିପୋର୍ଟ ନେଇନଥିଲେ ବୋଲି ଟ୍ବିଟ୍‌ରରେ ଲେଖିଥିଲେ ଧନଖଡ଼।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.