ମୋଦୀ କ୍ୟାବିନେଟ୍‌ରୁ ଇସ୍ତଫା ଦେବା ପରେ ଯନ୍ତ୍ରଣା ବଖାଣିଲେ ବାବୁଲ ସୁପ୍ରିୟୋ- 'ମୋତେ କୁହାଗଲା, ମୁଁ ଦେଇଦେଲି'

Published By : Prameya-News7 Bureau | July 07, 2021 IST

କୋଲକାତା ୦୭।୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦ୍ଵିତୀୟ ପାଳିରେ ପ୍ରଥମ ଥର କ୍ୟାବିନେଟ୍‌ରେ ଅଦଳ ବଦଳ ଏବଂ ସଂପ୍ରସାରଣ କରିଛନ୍ତି। ନୂତନ ମନ୍ତ୍ରିମଣ୍ଡଳରେ ଆଜି ସନ୍ଧ୍ୟା ୬ଟାରେ ୪୩ ମନ୍ତ୍ରୀ ଶପଥ ନେବେ। ହେଲେ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ଅନେକଙ୍କୁ ମନ୍ତ୍ରୀ ପଦ  ହରାଇବାକୁ ପଡିଛି। ସେଥିରେ ଅଛନ୍ତି ବାବୁଲ ସୁପ୍ରିୟୋ। ପଶ୍ଚିମବଙ୍ଗର ଆସନସୋଲ ସାଂସଦ ସୁପ୍ରିୟୋ ଫେସବୁକ୍ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି। ଏହି ପୋଷ୍ଟରେ ଦେଇଥିବା ଇସ୍ତଫା ସୂଚନାରେ ତାଙ୍କ ଯନ୍ତ୍ରଣା ସ୍ପଷ୍ଟ ନଜର ଆସିଛି। ସେ କହିଛନ୍ତି, ମୋତେ ଇସ୍ତଫା ଦେବାକୁ କୁହାଗଲା ଏବଂ ମୁଁ ଦେଇଦେଲି।

ବାବୁଲ ସୁପ୍ରିୟୋ ପ୍ରଧାନମନ୍ତ୍ରୀଙ୍କୁ ମନ୍ତ୍ରିପରିଷଦରେ ସ୍ଥାନ ଦେବା ନେଇ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, ମୁଁ ଖୁସି ଯେ, ତାଙ୍କ ଉପରେ ଦୁର୍ନୀତିର ଗୋଟିଏ ବି ଦାଗ ନାହିଁ। ସେ ନିଜ ସଂସଦୀୟ କ୍ଷେତ୍ରରେ କ୍ରମାଗତ ଲୋକଙ୍କ ସେବା କରୁଛନ୍ତି। ସୁପ୍ରିୟୋ ଏହା ମଧ୍ୟ ଲେଖିଛନ୍ତି, ଯେବେ ଧୂଆଁ ଉଠେ ତେବେ କେଉଁଠି ନା କେଉଁଠି ନିଆଁ ନିଶ୍ଚୟ ଲାଗିଥାଏ। ମୁଁ ଆପଣ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୁଁ ମନ୍ତ୍ରିପରିଷଦରୁ ଇସ୍ତଫା ଦେଇଛନ୍ତି। ମୋତେ ଏମିତି କରିବାକୁ କୁହାଗଲା ଏବଂ ମୁଁ ପଦରୁ ଇସ୍ତଫା ଦେଇ ଦେଲି।

{"id":477100,"sizeSlug":"large","linkDestination":"none"}

ନିଜ ପାଇଁ ଦୁଃଖି, ନୂଆ ମନ୍ତ୍ରୀଙ୍କ ପାଇଁ ଖୁସି

ବାବୁଲ ସୁପ୍ରିୟୋ ନୂତନ ମନ୍ତ୍ରିମଣ୍ଡଳରେ ପଶ୍ଚିମବଙ୍ଗରୁ ସାମିଲ୍ ହେଉଥିବା ନୂତନ ଚେହେରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ବଙ୍ଗାଲରେ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବାକୁ ଥିବା ନୂତନ ସାଥୀଙ୍କୁ ମୋର ବହୁତ ଶୁଭକାମନା। ମୁଁ ନିଜ ପାଇଁ ଦୁଃଖି ଅଛି, କିନ୍ତୁ ଅନ୍ୟ ଲୋକଙ୍କ ପାଇଁ ବହୁତ ଖୁସି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.