କେବେ ବିଜେପି ମଞ୍ଚ ଉପରେ ହୁଙ୍କାର ଦେଉଥିଲେ ସୁପ୍ରିୟୋ, ଏବେ ଟିଏମସିର ଷ୍ଟାର ତାଲିକାରେ ନାହିଁ ନାଁ

Published By : Prameya-News7 Bureau | October 09, 2021 IST

ନୂଆଦିଲ୍ଲୀ ୦୯ /୧୦: ଷ୍ଟାର ତାଲିକାରେ ବାଦ ପଡ଼ିଲେ ବାବୁଲ ସୁପ୍ରିୟୋ । ଆଗାମୀ ୩୦ ଅକ୍ଟୋବରରେ ହେବାକୁ ଥିବା ପଶ୍ଚିମବଙ୍ଗ ଉପ ନିର୍ବାଚନ ପାଇଁ ସବୁ ଦଳ ରଣନିତୀ ପ୍ରସ୍ତୁତ କରୁଛି । ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଭଣଜା ସାଂସଦ ଅଭିଜତ ବାନାର୍ଜୀଙ୍କୁ ଷ୍ଟାର ପ୍ରଚାରକ ଭାବେ ସାମିଲ କରିଛି । ତେବେ ଅଭିନେତାରୁ ସାଂସଦ ହୋଇଥିବା ବିଜେପିର ପୂର୍ବତନ ନେତା ବାବୁଲ ସୁପ୍ରିୟୋ, ଷ୍ଟାର ତାଲିକାରୁ ବାଦ୍ ପଡ଼ିଛନ୍ତି ।

ବାବୁଲ କିଛି ଦିନ ତଳେ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ । ଟିଏମସି ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ଅଭିନେତା ସାଂସଦ ଦେବ ଏବଂ ମିମି ଚକ୍ରବର୍ତ୍ତି, ଲୋକପ୍ରିୟ ଗାୟିକା ବିଧାୟକ ଆଦିତି ମୁନ୍ସି, ଚଳଚିତ୍ର ନିର୍ମାତା ବିଧାୟକ ରାଜ ଚକ୍ରବର୍ତ୍ତି, ଅଭିନେତା ଏବଂ ତୃଣମୂଳ କଂଗ୍ରେସ ରାଜ୍ୟ ଶାଖାର ପ୍ରମୁଖ ସାୟାନି ଘୋଷଙ୍କ ସମେତ ବତିଷ୍ଠ ନେତା ସୁବ୍ରତ ମୁଖାର୍ଜୀ, ଫିରହାଦ ହକ୍କିମ, ସୌଗତା ରାୟ ଏବଂ ଅରୁପ ବିଶ୍ୱାସଙ୍କ ନାଁ ତାଲିକାରେ ରହିଛି ।

ଅନ୍ୟପଟେ ବିଜେପି ଷ୍ଟାର ତାଲିକାରେ ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର, ରାଷ୍ଟୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ, ରାଜ୍ୟ ବିଧାନସଭା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ, କେୁନ୍ଦ୍ର ମନ୍ତ୍ରୀ ତଥା ଉତ୍ତର ବଂଙ୍ଗଳାର ସାଂସଦ ଜାଁନ ବାରଲା ଏବଂ ନିଶିଥ ପ୍ରମାଣିକ, ମଟୁଆ ସମୁଦାୟ ମନ୍ତ୍ରୀ ସାଂସଦ ସାନ୍ତନୁ ଠାକୁର ସମେତ ଅନ୍ୟ ନାଁ ବି ସାମିଲ ରହିଛି।
ସୂଚନା ଯୋଗ୍ୟ, ବାବୁଲ ମାର୍ଚ୍ଚ ଏବଂ ଏପ୍ରିଲରେ ହୋଇଥିବା ବିଧାନସଭା ନିର୍ବାଚନରେ ସକ୍ରିୟ ଭାବେ ବିଜେପି ପକ୍ଷରୁ ନିର୍ବାଚନୀ ପ୍ରଚାର କରିଥିଲେ। ବିଜେପିରେ ଅଷନ୍ତୁଷ୍ଠ ହୋଇ ବାବୁଲ ଟିଏମସିରେ ଯୋଗ ଦେିଥିଲେ। ବାବୁଲ ନିକଟରେ ଶେଷ ହୋଇଥିବା ଭବାନିପୁର ଉପ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ଟିଏମସି ଯୋଗ ଦେଇଥିଲେ। । ହେଲେ ଟିଏମସି ତାଙ୍କ ନାଁ ଷ୍ଟାର ତାଲିକାରୁ ବାଦ୍ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.