ଟିଏମସିକୁ ଯିବା ପରେ ବି ମନରୁ ଯାଇନି ବିଜେପି ପ୍ରେମ ! ମେସିଙ୍କ ଉଦାହରଣ ଦେଇ ଏମିତି କିଛି କହିଲେ ବାବୁଲ ସୁପ୍ରିୟୋ

Published By : Prameya-News7 Bureau | September 21, 2021 IST

କୋଲକାତା ୨୧।୦୯: ଭାରତୀୟ ଜନତା ପାର୍ଟି(ବିଜେପି) ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ। ହେଲେ ତାଙ୍କ ମନରୁ ଏବ ଯାଏଁ ଯାଇନି ବିଜେପି ପ୍ରେମ। ସେ ଉଦାସ ମନ ସହ ବିଜେପିରୁ ଇସ୍ତଫା ଦେଇଥିବା ସୁପ୍ରିୟୋ କହିଛନ୍ତି। ବିଜେପି ଛାଡିବା ନେଇ ସୁପ୍ରିୟୋ ଏହା ମଧ୍ୟ କହିଛନ୍ତି ଯେ, ମେସି ବାର୍ସେଲୋନା ଛାଡିବାକୁ ଚାହୁଁନଥିଲେ, ମାତ୍ର ଉଦାସ ମନ ସହ ଦଳ ଛାଡି ଦେଲେ।

କେବେ ପଶ୍ଚିମବଙ୍ଗ ବିଜେପିରେ ଟିଏମସିର ବିରୋଧୀ ଚେହେରା ଥିବା ବାବୁଲ ସୁପ୍ରିୟୋ କହିଛନ୍ତି, କିଛି ଲୋକେ ଏହାକୁ ଅବସର ରୂପେ ଦେଖୁଛନ୍ତି। କିନ୍ତୁ ଟିଏମସି ଏମିତି ଜାଗା ଯେଉଁଠି ମୋତେ ଭଲ ପାଇବା ଓ ବିଶ୍ଵାସର ସହ ସ୍ଵୀକାର କରିଛି। ମୁଁ ଏଠାକୁ ଜନତାଙ୍କ ଟଙ୍କାରେ ସବୁ ସୁବିଧାର ଆନନ୍ଦ ଉଠାଇବାକୁ ଆସିନାହିଁ। ଏଠାକୁ କିଛି କରିବାକୁ ଆସିଛି ବୋଲି ସୁପ୍ରିୟୋ କହିଛନ୍ତି।

ଏକ ପ୍ରଶ୍ନର ଉତ୍ତରରେ ସୁପ୍ରିୟୋ କହିଛନ୍ତି, ମେସି ବାର୍ସେଲୋନ ଛାଡିବାକୁ ଚାହୁଁନଥିଲେ। ସେ ଉଦାସ ମନ ନେଇ ଚାଲିଗଲେ। ଏମିତି ପରିସ୍ଥିତି ଥିଲା ଯେ ତାଙ୍କୁ ପ୍ୟାରିସ ସେଣ୍ଟ-ଜର୍ମାନ ଫୁଟବଲ୍ କ୍ଲବରେ ସାମିଲ୍ ହେବାକୁ ପଡିଲା। ମୁଁ ଚାହୁଁନାହିଁ ଯେ, ସଂସଦୀୟ ରାଜନୀତିରେ ମୋର ସାତ ବର୍ଷ ବରବାଦ ହେଉ। ମୋତେ ମୋର ପ୍ରତିଦ୍ଵନ୍ଦ୍ଵୀଙ୍କଠୁ ଚମତ୍କାର ସୁଯୋଗ ମିଳିଛି ବୋଲି ସୁପ୍ରିୟୋ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, ବିଜେପି ସଭାପତି ଜେପି ନଡ୍ଡାଙ୍କ ପ୍ରତି ବହୁତ କୃତଜ୍ଞ। ସେମାନେ ମୋତେ ବିଜେପିରେ ଏକ ମଞ୍ଚ ଦେଇଥିଲେ ଏବଂ ମୋତେ ଗତ ସାତ ବର୍ଷ ସଂସଦୀୟ ରାଜନୀତିରେ ଶିଖିବାକୁ ସୁଯୋଗ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.