ମୋଦିଙ୍କ ଠାରୁ ଦିଦି ଅଧିକ ଚାଲାକ ! ବାବୁଲ ସୁପ୍ରିଓ କହିଲେ ୩ ବର୍ଷ ପୂର୍ବରୁ ମମତାଙ୍କ ଖାସ ଅଧିକାରୀ ଇସ୍ରାଏଲରୁ ଆଣିଥିଲେ ସଫ୍ଟୱେର

Published By : Prameya-News7 Bureau | July 28, 2021 IST

ନୂଆଦିଲ୍ଲୀ ୨୮।୭: ବିରୋଧୀ ଦଳମାନେ ଏବେ ଇସ୍ରାଏଲୀ ଗୁଇନ୍ଦା ସଫ୍ଟୱେର ପେଗାସସ୍‌ ଲାଗି କେନ୍ଦ୍ରରେ ସରକାରଙ୍କୁ ଘେରିଛନ୍ତି। ଏଥିରେ ପଶ୍ଚିମବଙ୍ଗ ବିଜେପି ସାଂସଦଙ୍କ ବୟାନ ଏବେ ଝଡ ସୃଷ୍ଟି କରିଛି। ସାଂସଦ ବାବୁଲ ସୁପ୍ରିଓ ଇସ୍ରାଏଲର ଏହି ସଫ୍ଟୱେରକୁ ନେଇ ଗତ ୩ ବର୍ଷ ହେଲା ପଶ୍ଚିମବଙ୍ଗରେ ଚର୍ଚ୍ଚା ଚାଲିଛି ବୋଲି କହିଛନ୍ତି। ମମତାଙ୍କ ଖାସ ଅଧିକାରୀ ଇସ୍ରାଏଲ ଯାଇ ୩୮ ଲକ୍ଷ ଟଙ୍କା ବିନିମୟରେ ଏହି ସଫ୍ଟୱେର କିଣିଥିବା ସେ ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାରଙ୍କ ଗୁଇନ୍ଦାଗିରିରୁ ବର୍ତ୍ତିବା ଲାଗି ପଶ୍ଚିମବଙ୍ଗରେ ଆମେ ଟେଲିଗ୍ରାମ ଓ ସିଗ୍ନାଲ ଭଳି ଅନ୍ୟ ମୋବାଇଲ ଆପ୍‌ ସବୁ ଡାଉନଲୋଡ କରିଛୁ। ସେ କହିଛନ୍ତି ଯେ ବେଙ୍ଗଲ ବହୁ ପୂର୍ବରୁ ଏ ସବୁ ଦେଖି ଆସୁଛି। ହାର ଅଥବା ଜିତ୍ ନିର୍ବାଚନର ଅଂଶବିଶେଷ, ହେଲେ ଏବେ ବେଙ୍ଗଲରେ ରାଜନୈତିକ ଉତ୍ପିଡନ ଦ୍ରୁତ ବଢିବାରେ ଲାଗିଛି ବୋଲି ବିଜେପି ସାଂସଦ କହିଛନ୍ତି। ରାଜ୍ୟରେ ଶାସକ ଦଳ ଏବେ ‘ଖେଲା ହୋବେ’ ସ୍ଲୋଗାନକୁ ଯୁଦ୍ଧଘୋଷରେ ପରିଣତ କରିଛନ୍ତି।

{"id":487257,"width":841,"height":474,"sizeSlug":"large","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ସାରା ଦେଶରେ ଏବେ ପେଗାସସ୍ ସ୍ପାଇୱେରକୁ ନେଇ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ପରିଷଦଙ୍କ ଅଚାନକ ବଜେଟ୍ ବୃଦ୍ଧି କରି ବିଦେଶୀ କମ୍ପାନୀଙ୍କ ସଫ୍ଟୱେର ଜରିଆରେ ଲେଖକ, ସାମ୍ବାଦିକ, ବିରୋଧୀ ରାଜନୈତିକ ନେତା, ବିଚାରପତି, ନିର୍ବାଚନ କମିଶନ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗମାନଙ୍କର ଏବେକା ଓ ପୂର୍ବତନ ଅଧିକାରୀଙ୍କ ଉପରେ ନଜର ରଖିଥିବା ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି। ମାମଲାରେ ନିରପେକ୍ଷ ତଦନ୍ତ ଦାବିରେ ଗୁରୁବାର ୧୪ ବିରୋଧୀ ଦଳ ସଂସଦ ଭବନରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା ମଧ୍ୟ କରିଛନ୍ତି।

ସେପଟେ ତୃଣମୂଳ ନେତ୍ରୀ ଆଜିକାଲି ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଗସ୍ତକାଳରେ ସେ ଦିଲ୍ଲୀରେ ବିରୋଧୀ ଦଳର ବଡବଡ ନେତାଙ୍କୁ ଭେଟୁଥିବା ବେଳେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ମୋଦି ସରକାରଙ୍କ ବିରୋଧରେ ମିଳିତ ବିରୋଧୀ ଦଳଙ୍କ ଏକ ମଞ୍ଚ ଗଠନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିରେ ସ୍ପାଇୱେରକୁ ନେଇ ବାବୁଲ ସୁପ୍ରିଓଙ୍କ ବୟାନ ଏକ ନୂଆ ପ୍ରସଙ୍ଗ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.