Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଲୋକସଭା ସଦସ୍ୟ ପଦରୁ ଆନୁଷ୍ଠାନିକ ଇସ୍ତଫା ଦେଲେ ବାବୁଲ ସୁପ୍ରିଓ, ପୂର୍ବରୁ ଛାଡିସାରିଥିଲେ ବିଜେପି

19/10/2021 at 2:13 PM

ନୂଆଦିଲ୍ଲୀ ୧୯।୧୦: ଆସାନସୋଲ ବିଜେପି ସାଂସଦ ବାବୁଲ ସୁପ୍ରିଓ ମଙ୍ଗଳବାର ଲୋକସଭା ବାଚସ୍ପତିଙ୍କୁ ଭେଟି ସଂସଦ ସଦସ୍ୟତା ଆନୁଷ୍ଠାନିକ ଭାବେ ତ୍ୟାଗ କରିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଲୋକସଭା ବାଚସ୍ପତି ଓମବିରଳାଙ୍କୁ ଧରାଇ ଦେଇଛନ୍ତି। ବିଜେପି ଟିକେଟରେ ସେ ଦୁଇ ଥର ଏହି ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ। ତେବେ ଗତମାସରେ ସେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେବା ପରେ ସଂସଦ ସଦସ୍ୟତା ତ୍ୟାଗ କରିବେ ବୋଲି ଲୋକସଭା ବାଚସ୍ପତିଙ୍କୁ ପତ୍ର ଲେଖି ଜଣାଇଥିଲେ। ତାଙ୍କ ପ୍ରତି ବିଶ୍ୱାସ ବ୍ୟକ୍ତ କରିଥିବାରୁ ବାବୁଲ ସୁପ୍ରିଓ ତାଙ୍କ ପୁରୁଣା ଦଳ ବିଜେପି ପ୍ରତି କୃତଜ୍ଞତା ଜଣାଇଛନ୍ତି।

ସଂସଦ ଭବନକୁ ଯାଇ ଲୋକସଭା ବାଚସ୍ପତି ଓମ ବିରଳାଙ୍କୁ ଭେଟିବା ପରେ ବାବୁଲ ସୁପ୍ରିଓ ଗଣମାଧ୍ୟମକୁ ଭେଟିଛନ୍ତି।  ଏହି ଅବସରରେ ସେ ବିଜେପିରୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ବୋଲି କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାର୍ଚି ସଭାପତିଙ୍କୁ ତାଙ୍କ ଉପରେ ବିଶ୍ୱାସ ସ୍ଥାପନା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେ ରାଜନୀତିରୁ ସମ୍ପୂର୍ଣ୍ଣ ବାହାରକୁ ଚାଲିଯିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି। ଏଣୁ ପାର୍ଟିର ସଦସ୍ୟ ନଥିବାରୁ ସାଂସଦ ଆସନ ରଖିବା ଉଚିତ ହେବନି। ଏଣୁ ଆସି ସଂସଦ ସଦସ୍ୟତା ମଧ୍ୟ ଛାଡି ଦେଲି ବୋଲି କହିଛନ୍ତି।

ବାବୁଲ ସୁପ୍ରିଓ ତୃଣମୂଳ କଂଗ୍ରେସ୍‌ରେ ଯୋଗ ଦେବାର ୨ ଦିନ ପରେ ଗତ ସେପ୍ଟେମ୍ବର ୨୦ ତାରିଖ ଦିନ ଲୋକସଭା ବାଚସ୍ପତି ଓମ ବିରଳାଙ୍କୁ ପତ୍ର ଲେଖି ସାଂସଦ ପଦରୁ ଔପଚାରିକ ଇସ୍ତଫା ପ୍ରଦାନ ନିମନ୍ତେ ତାଙ୍କୁ କିଛି ଦିନ ସମୟ ଦେବାକୁ ନିବେଦନ କରିଥିଲେ। ଏଣୁ ନିର୍ଦ୍ଧିଷ୍ଠ ସମୟ ସୀମା ମଧ୍ୟରେ ସେ ସଂସଦ ଭବନ ଆସି ସାଂସଦ ସଦସ୍ୟତା ତ୍ୟାଗ କରିଦେଇଛନ୍ତି।  

   Related Posts