Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଯାଦବପୁର ବିଶ୍ୱବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ବିରୋଧ, ରାଜ୍ୟପାଳ ବି ହେଲେ ଛାତ୍ରଙ୍କ ଦ୍ୱାରା ଅଟକ

19/09/2019 at 8:49 PM

ଯାଦବପୁର : ପଶ୍ଚିମବଙ୍ଗ ଯାଦବପୁର ବିଶ୍ୱବିଦ୍ୟାଳୟରେ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଗୁରୁବାର ଅପ୍ରିତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଉତ୍ୟକ୍ତ ଛାତ୍ରଙ୍କ କବଳରୁ ସାଂସଦଙ୍କୁ ଉଦ୍ଧାର କରିବାକୁ ଯାଇ ରାଜ୍ୟପାଳ ଜଗଦୀପ ଧନକଡ ମଧ୍ୟ ଫଶି ଯାଇଥିଲେ। ରାଜ୍ୟପାଳ ଛାତ୍ରଙ୍କ କବଳରୁ ସାଂସଦଙ୍କୁ ତାଙ୍କ କାରକୁ ଉଠାଇ ନେଇଥିଲେ ହେଁ ଛାତ୍ରମାନେ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳଙ୍କୁ କାର ସହ ଘେରାଉ କରି ରଖିଥିଲେ।  

ସୂଚନା ଯୋଗ୍ୟଯେ ବିଶ୍ୱବିଦ୍ୟାଳୟରେ ଗୁରୁବାର ବିଜେପି ସମର୍ଥିତ ଛାତ୍ର ସଙ୍ଗଠନ ଏବିଭିପି ପକ୍ଷରୁ ନୂତନ ଛାତ୍ରଙ୍କ ସ୍ୱାଗତ ଲାଗି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଆମନ୍ତ୍ରିତ ଥିଲେ। ତେବେ ବିଶ୍ୱବିଦ୍ୟାଳୟ ପରିସରକୁ ବାବୁଲ ସୁପ୍ରିଓ ପ୍ରବେଶ କରିବା ମାତ୍ରେ ବାମପନ୍ଥୀ ସମର୍ଥିତ ଛାତ୍ର ସଙ୍ଗଠନ ଏଆଇଏସଏଫ ଓ ଏଆଇଏସଏର ସଦସ୍ୟମାନେ ତାଙ୍କୁ ଦୃଢ ବିରୋଧ କରିଥିଲେ। ଉତ୍ୟକ୍ତ ଛାତ୍ରମାନେ ‘ଫେରିଯାଅ ଫେରିଯାଅ’ ସ୍ଲୋଗାନ ଦେଇ ତାଙ୍କ କାରକୁ ଅଟକାଇଥିଲେ।

ସେଠାରେ ଛାତ୍ରମାନେ ତାଙ୍କୁ ଘେରାଉ କରି ରଖିବା ସହ ଛାଡି ନଥିଲେ। ସୂଚନା ପାଇ କାର୍ଯ୍ୟକ୍ରମକୁ ଆସିଥିବା ରାଜ୍ୟପାଳ ଘଟଣାସ୍ଥଳରେ ପହଞ୍ଚି ସାଂସଦଙ୍କୁ ଛାତ୍ରଙ୍କ କବଳରୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ବାବୁଲଙ୍କୁ ରାଜ୍ୟପାଳ ନିଜ କାରଭିତରକୁ ନେଇଯାଇଥିଲେ ବି ଛାତ୍ରମାନେ ରାଜ୍ୟପାଳଙ୍କ କାରକୁ ଛାଡି ନଥିଲେ। ଏଣୁ ରାଜ୍ୟପାଳ ମୁଖ୍ୟ ଶାସନ ସଚିବଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି କହିଥିଲେ। ଘଟଣାକୁ ନେଇ କ୍ୟାମ୍ପସରେ  ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ତେବେ ପରେ ପୋଲିସ ପହଞ୍ଚି ରାଜ୍ୟାପାଳଙ୍କ ସହ ବାବୁଲଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।   

   Related Posts