ଟିଏମସିରେ ସ୍ଥାନ ଦେଇଥିବାରୁ ମମତାଙ୍କୁ ଧନ୍ୟବାଦ, ଜୀବନରେ ନୂତନ ରାସ୍ତା ମିଳିଗଲା

Published By : Prameya-News7 Bureau | September 19, 2021 IST

କୋଲକାତା ୧୯।୦୯: ବିଜେପି ଛାଡି ତୃଣମୂଳ କଂଗ୍ରେସ(ଟିଏମସି)ରେ ସାମିଲ୍ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ବାବୁଲ ସୁପ୍ରିୟୋ ନିଜ ପଦକ୍ଷେପକୁ ସୁଯୋଗର ବ୍ୟାଖ୍ୟା ଦେଇଛନ୍ତି। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଓ ପାର୍ଟିର ଜାତୀୟ ମୁଖପାତ୍ର ଅଭିଷେକ ବାନାର୍ଜୀ ମୋତେ ଚୂଡାନ୍ତ ଏକାଦଶରେ ଖେଳିବାର ସୁଯୋଗ ଦେଇଛନ୍ତି। ସାର୍ବଜନୀନ ଜୀବନରେ ଅବସର ନେବା ଆଶଙ୍କା ମଧ୍ୟରେ ଏହା ମୋ ପାଇଁ ଏକ ନୂତନ ମାର୍ଗ ଖୋଲି ଦେଇଛି ବୋଲି ବାବୁଲ ସୁପ୍ରିୟୋ କହିଛନ୍ତି।

କୋଲକାତାରେ ଟିଏମସି ମୁଖ୍ୟାଳୟରେ ଗଣମାଧ୍ୟମ ସହ ଆଲୋଚନା ବେଳେ ସୁପ୍ରିୟୋ କହିଛନ୍ତି, ତାଙ୍କୁ କିଛି ସାବ୍ୟସ୍ତ କରିବାର ନାହିଁ। ସେ ୨୦୧୪ରେ ଆସନସୋଲରୁ ବିଜେପି ଟିକେଟ୍‌ରେ ସାଂସଦ ହେବା ପରେ ତୃଣମୂଳ ସ୍ତରରେ ରାଜନୀତି କରୁଥିଲେ। ସୁପ୍ରିୟୋ କହିଛନ୍ତି, ମୋତେ ଟିଏମସିଠୁ ବହୁ ଭଲ ପାଇବା ଏବଂ ସମର୍ଥନ ମିଳିଛି, ଯେଉଁ ଦଳ ସହ ମୋର ସଂପର୍କ ଖରାପ ଥିଲା।

ସୁପ୍ରିୟୋ ଗଣମାଧ୍ୟମରେ କହିଛନ୍ତି ଯେ, ମୁଁ ଦଳ ପରିବର୍ତ୍ତନ କରି କୌଣସି ଇତିହାସ ରଚିନାହିଁ। ଏହା ପୂର୍ବରୁ ମଧ୍ୟ ଅନେକ ବଡ ନେତା ପାର୍ଟି ପରିବର୍ତ୍ତନ କରିଛନ୍ତି। ମୋତେ ଟିଏମସିରେ ଜାଗା ଦେଇଥିବାରୁ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ ଓ  ଅଭିଷେକ ବାନାର୍ଜୀଙ୍କୁ ଧନ୍ୟବାଦ। ସାମାଜିକ ଗଣମାଧ୍ୟମରେ କେମିତି ଟ୍ରୋଲିଂ କରାଯାଏ ତାହା ବେଶ୍ ଭଲ ଭାବେ ମୁଁ ଜାଣିଛି ଏବଂ ଏହାର ମୁକାବିଲା କରିବାକୁ ମୁଁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.