Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବାବୁଲ ସୁପ୍ରିୟୋ ଧିମା ବ୍ୟାଟିଂ ଉପରେ କହିଥିଲେ ‘ଏହା କ୍ରିକେଟ୍‌ର ହତ୍ୟା’, ଦୁଇଟି ଶବ୍ଦରେ ହନୁମା କରି ଦେଲେ ମୁହଁ ବନ୍ଦ

13/01/2021 at 11:08 PM

ନୂଆଦିଲ୍ଲୀ ୧୩।୦୧: ସିଡନୀ ଟେଷ୍ଟରେ ସଙ୍କଟମୋଚକ ସାଜି ମ୍ୟାଚ୍‌କୁ ଡ୍ର କରାଇବାରେ ପ୍ରମୁଖ ଭୂମିକା ନିଭାଇ ଥିବା ହନୁମା ବିହାରୀ ଭାରତୀୟ ଜନତା ପାର୍ଟି(ବିଜେପି)ର ସାଂସଦ ବାବୁଲ ସୁପ୍ରିୟୋଙ୍କୁ ସାମାଜିକ ଗଣମାଧ୍ୟମରେ ଏମିତି ଜବାବ ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସିଡନୀ ଟେଷ୍ଟ ସମୟରେ ଧିମା ବ୍ୟାଟିଂ ପାଇଁ ବାବୁଲ ସୁପ୍ରିୟୋ ହନୁମା ବିହାରୀଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବ ହନୁମା ବିହାରୀ ନିଜ ଶୈଳୀରେ ଦେଇଛନ୍ତି। ହନୁମାଙ୍କ କଡା ଜବାବ ଉପରେ ରବିଚନ୍ଦ୍ରନ ଅଶ୍ଵିନ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ଜାନୁଆରୀ ୧୧ରେ ବାବୁଲ ସୁପ୍ରିୟୋ ଟ୍ଵିଟ୍ କରି ଲେଖିଥିଲେ, ୧୦୯ ବଲ୍‌ ଖେଳି ୭ ରନ ! ଏହା ବହୁତ ଭୟାନକ, ହନୁମା ବିହାରୀ ଭାରତର ଐତିହାସିକ ବିଜୟ ସୁଯୋଗକୁ ସମାପ୍ତ କରି ଦେଇଛନ୍ତି, ବରଂ କ୍ରିକେଟ୍ର ମଧ୍ୟ ହତ୍ୟା କରିଛନ୍ତି। ବାବୁଲ ସୁପ୍ରିୟୋ ଆଗକୁ ଲେଖିଥିଲେ ଯେ, ମୁଁ ଜାଣିଛି ଯେ ମୋତେ କ୍ରିକେଟ୍ ବିଷୟରେ କିଛି ମଧ୍ୟ ଜଣା ନାହିଁ।

ଅନ୍ୟପଟେ ହନୁମା ବିହାରୀ ଏହି ଟ୍ଵିଟ୍‌ ଉପରେ ବୁଧବାର ପ୍ରତି ଉତ୍ତର ଦେଇଛନ୍ତି। ଇଂରାଜୀରେ ଲେଖା ହୋଇଥିବା ଏହି ଟ୍ଵିଟ୍‌ରେ ବାବୁଲ ସୁପ୍ରିୟୋ ହନୁମା ବିହାରୀଙ୍କ ସ୍ଥାନରେ ବିହାରୀ ଲେଖିଥିଲେ। ଏହା ଉପରେ ବିହାରୀ ଜବାବ ଦେଇ ବାବୁଲ ସୁପ୍ରିୟୋଙ୍କ ଭୁଲ ଲେଖାକୁ ଠିକ୍ କରିଥିଲେ। ଏହାର ପ୍ରତିକ୍ରିୟାରେ ଅଶ୍ଵିନ ROFLMAX ! ! ଲେଖିଛନ୍ତି। ଅନ୍ୟପଟେ ସାମାଜିକ ଗଣମାଧ୍ୟମ ୟୁଜର୍ସ ଏହାକୁ ଟ୍ଵିଟ୍‌ ଅଫ ଦ ଇୟର ଆଖ୍ୟା ଦେଇଛନ୍ତି। ଏଥିସହ ଫନି ମିମ୍ସ ମଧ୍ୟ ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ଡ୍ର ରହିଥିଲା। ଏହି ମ୍ୟାଚ୍ ଡ୍ର କରାଇବାରେ ଆର ଅଶ୍ଵିନ ଓ ହନୁମା ବିହାରୀ ପ୍ରମୁଖ ଭୂମିକା ନିଭାଇଥିଲେ। ହନୁମା ବିହାରୀ ଓ ଆର ଅଶ୍ଵିନ ୨୫୬ ବଲ୍‌ରେ ଅପରାଜିତ ୬୨ ରନର ଭାଗିଦାରୀ କରିଥିଲେ। ହନୁମା ବିହାରୀ ଆଘାତ ଲାଗିବା ସତ୍ତ୍ଵେ ୧୬୧ ବଲ୍‌ରେ ୨୩ ରନ କରି ଭାରତକୁ  ପରାଜୟରୁ ରକ୍ଷା କରିଥିଲେ।

   Related Posts