ଅମିତ ଶାହାଙ୍କୁ ଭେଟିଥିଲେ, ଆଇସୋଲେସନକୁ ଗଲେ ବାବୁଲ ସୁପ୍ରିୟୋ

Published By : Prameya-News7 Bureau | August 02, 2020 IST

ନୂଆଦିଲ୍ଲୀ ୨।୮: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କୋଭିଡ-୧୯ ସଂକ୍ରମିତ ଥିବା ରବିବାର ଜଣାପଡିଛି। ପ୍ରାରମ୍ଭିକ ଲକ୍ଷଣ ଦେଖି ଶାହ ତାଙ୍କର କୋଭିଡ ଯାଞ୍ଚ କରାଇଥିଲେ। ଏଥିରୁ ରିପୋର୍ଟ ପଜିଟିଭ ମିଳିଛି। ତେବେ ଦିନକ ପୂର୍ବରୁ ଅର୍ଥାତ ଶନିବାର କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଅମିତଙ୍କୁ ଭେଟିଥିଲେ। ଏଣୁ ଶାହ ସଂକ୍ରମିତ ଜଣାପଡିବା ପରେ ବାବୁଲ ସୁପ୍ରିଓ ଏକାନ୍ତବାସରେ ଯାଇଥିବା ଟ୍ୱିଟ୍‌ କରିଛନ୍ତି।

wp:html /wp:html

ଶାହଙ୍କସହ ସାକ୍ଷାତ ଆଲୋଚନା ନେଇ ଡାକ୍ତରଙ୍କ ପରାମର୍ଶ ପରେ ସେ ଏହି ପଦକ୍ଷେପ ନେଇଥିବା ଜଣାଇଛନ୍ତି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସେ ପରିବାରଠାରୁ ଦୂରରେ ରହିବା ସହ ତାଙ୍କର କୋଭିଡ ପରୀକ୍ଷଣ ମଧ୍ୟ କରିବେ ବୋଲି କହିଛନ୍ତି। ବାବୁଲ ସୁପ୍ରିୟୋ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ଅମିତ ଶାହ ମଧ୍ୟ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଯେଉଁମାନେ ଗତ କିଛି ଦିନ ହେଲା ତାଙ୍କ ସହ ସମ୍ପର୍କରେ ଥିଲେ ସେମାନଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି।   

wp:html /wp:html

ବୁଧବାର ଲୋକମାନ୍ୟ ତିଲକଙ୍କ ୧୦୦ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଥିଲା। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଓ ଅନ୍ୟମାନଙ୍କ ମଧ୍ୟରେ ବାବୁଲ ସୁପ୍ରିଓ ମଧ୍ୟ ଯୋଗଦେଇଥିଲେ। ସେହିପରି ସେଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ତେବେ ସେଠାରେ ସୋସିଆଲ ଡିଷ୍ଟାନସିଂ ସମେତ ଅନ୍ୟ ସତର୍କତା ମଧ୍ୟ ପାଳନା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.