ପୁଣି ଥରେ ବାବୁଲ ସୁପ୍ରିୟୋଙ୍କୁ କରୋନା, ପତ୍ନୀ ବି ପଜିଟିଭ୍‌ ଚିହ୍ନଟ: କହିଲେ- କାଲି ଭୋଟ୍‌ ଦେଇପାରିବି ନାହିଁ

Published By : Prameya-News7 Bureau | April 25, 2021 IST

କୋଲକାତା ୨୫/୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଥିବା ବେଳେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ବିଭିନ୍ନ ରାଜ୍ୟରେ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଏହାରି ଭିତରେ ନିର୍ବାଚନ ଚାଲିଥିବା ପଶ୍ଚିମବଙ୍ଗରେ ସମାନ ସ୍ଥିତି। ଗତବର୍ଷ ଯେଉଁମାନେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେମାନେ ପୁଣି ଥରେ ସଂକ୍ରମଣର ଶିକାର ହେଉଛନ୍ତି ।  କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବାବୁଲ ସୁପ୍ରିୟୋ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ରବିବାର ଏନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଟ୍ବିଟ୍‌ କରି ବାବୁଲ ସୁପ୍ରିୟୋ ଲେଖିଛନ୍ତି, ସେ ଏବଂ ତାଙ୍କ ପତ୍ନୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ ସେମାନେ ଆସାନସୋଲରେ ମତଦାନ କରିପାରିବେ ନାହିଁ। ସୁପ୍ରିୟୋ ଦ୍ବିତୀୟ ଥର ପାଇଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯଦିଓ ସେ ଭୋଟ୍‌ ଦେବାକୁ ଯାଇପାରିବେ ନାହିଁ କିନ୍ତୁ ଆସାନସୋଲ୍‌ରେ ପ୍ରତ୍ୟେକଟି ଖବର ଉପରେ ତାଙ୍କର ନଜର ରହିବ ବୋଲି କହିଛନ୍ତି।  ୨୬ ଏପ୍ରିଲ୍‌ରେ ଆସାନସୋଲ୍‌ରେ ମତଦାନ ହେବାକୁ ଥିବା ବେଳେ ସେଠାରେ ରହିବାକୁ ଚାହୁଁଥରେ ବାବୁଲ ସୁପ୍ରିୟୋ।

wp:embed {"url":"https://twitter.com/SuPriyoBabul/status/1386212026037391361","type":"rich","providerNameSlug":"twitter","responsive":true,"className":""}
https://twitter.com/SuPriyoBabul/status/1386212026037391361
/wp:embed

ସେ ଆହୁରି ଲେଖିଛନ୍ତି, ‘ନିର୍ବଚନରେ ମୋତେ ରାସ୍ତା ଉପରେ ବି ରହିବାର ଥିଲା। କାରଣ ହତାଶ ଟିଏମସି କର୍ମୀ ମତଦାନରେ ଗଡ଼ବଡ଼ କରିବାକୁ ପୂର୍ବରୁ ଯୋଜନା କରି ରଖିଛନ୍ତି। ଟିଏମସି ଆତଙ୍କୀ ଯୋଜନା ସହ ମୁଁ ୨୦୧୪ରୁ ମୁକାବିଲା କରୁଛି, ଏବେ ସେ ଖୁସି ହେବା ଦରକାର ନାହିଁ କାରଣ ମୁଁ ମୋ ଘରୁ କର୍ତ୍ତବ୍ୟ କରିବି ଏବଂ ସେଠାରୁ ୯ରୁ ୯ ସିଟ୍‌ ଜିତିବା ପାଇଁ ଆମ ପ୍ରାର୍ଥୀଙ୍କ ସହ ମାନସିକ ସ୍ତରରେ ଯୋଡ଼ି ହୋଇ ରହିବି।’ ଆସାନସୋଲ୍‌ରୁ ଦୁଇ ଥର ସାଂସଦ ହୋଇଥିବା ବାବୁଲ ସୁପ୍ରିୟୋ ଏଥର ଟଲିଗଞ୍ଜ ବିଧାନସଭ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେଠାରେ ପୂର୍ବରୁ ମତଦାନ ସରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.