Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଅଲବିଦା: ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେପି ସାଂସଦ ବାବୁଲ ସୁପ୍ରିୟୋ, କେନ୍ଦ୍ରରେ ମନ୍ତ୍ରୀ ପଦ ନମିଳିବାରୁ କହିଲେ- କରିବି ସମାଜ ସେବା

31/07/2021 at 5:31 PM

ନୂଆଦିଲ୍ଲୀ ୩୧।୦୭: ରାଜନୀତିରୁ ସନ୍ନ୍ୟାନ ନେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ବାବୁଲ ସୁପ୍ରିୟୋ। ସୁପ୍ରିୟୋ ସାମାଜିକ ଗଣମାଧ୍ୟମ ଜରିଆରେ ଅବସର ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ମୁଁ ଯାଉଛି, ଅଲବିଦା। ହେଲେ ସେ ସ୍ପଷ୍ଟ କରିଛନ୍ତି ଯେ, ବିଜେପି ହିଁ ତାଙ୍କର ପାର୍ଟି  ହୋଇ ରହିବ। ନିକଟରେ ବାବୁଲ ସୁପ୍ରିୟୋଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିଲା। ଟ୍ଵିଟ୍ କରି ଖୋଲାଖୋଲି ସେ ନିଜର ଅସନ୍ତାେଷ ପ୍ରକାଶ କରିଥିଲେ। ବାବୁଲ ସୁପ୍ରିୟୋ ବର୍ତ୍ତମାନ ପଶ୍ଚିମବଙ୍ଗ ଆସନସୋଲରୁ ବିଜେପିର ସାଂସଦ ଅଛନ୍ତି।

ସେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ସମସ୍ତଙ୍କ କଥା ଶୁଣିଲି। ଜଣାଇବାକୁ ଚାହୁଁଛି ଯେ, ମୁଁ କୌଣସି ପାର୍ଟିକୁ ଯାଉ ନାହିଁ। ମୋତେ କୌଣସି ପାର୍ଟି ତରଫରୁ ମଧ୍ୟ ଫୋନ୍ ଆସିନାହିଁ। ମୁଁ ଜଣେ ଦଳର ଖେଳାଳି। ସର୍ବଦା ଗୋଟିଏ ଦଳର ସମର୍ଥନ କରିଛି। ସୁପ୍ରିୟୋ ନିଜର ଇସ୍ତଫାର ଘୋଷଣା ସାମାଜିକ ଗଣମାଧ୍ୟମରେ ଏକ କବିତା ରୂପେ କରିଛନ୍ତି। ସେ ଲେଖିଛନ୍ତି, ଯଦି ସାମାଜିକ କାର୍ଯ୍ୟ କରିବାର ଅଛି ତେବେ ରାଜନୀତି ବିନା ମଧ୍ୟ ହୋଇ ପାରିବ।

ବାବୁଲ ସୁପ୍ରିୟୋ ନିଜର ଇସ୍ତଫାରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।  ସେ କହିଛନ୍ତି, ଉଭୟ ବ୍ୟକ୍ତି ଅନେକ ଦୃଷ୍ଟିରୁ ମୋତେ ପ୍ରେରିତ କରିଥିଲେ। ମୁଁ ତାଙ୍କର ଭଲ ପାଇବା କେବେ ଭୁଲି ପାରିବି ନାହିଁ। ମୁଁ ପ୍ରାର୍ଥନା କରୁଛି ଯେ, ମୋତେ ଭୁଲ ବୁଝିବେ ନାହିଁ ଏବଂ ମୋତେ କ୍ଷମା କରି ଦେବେ।

ସୁପ୍ରିୟୋ କହିଛନ୍ତି, ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ସେ ବଡ  ବ୍ୟବଧାନରେ ବିଜୟୀ ହୋଇଥିଲେ। ୨୦୧୪ରେ ମୁଁ ବିଜେପି ଟିକେଟ୍‌ରେ ଏକାକୀ ଲଢିଥିଲି। ଆଜି ପଶ୍ଚିମବଙ୍ଗ ରାଜନୀତିର ପରିଦୃଶ୍ୟ ବଦଳି ସାରିଛି। ଆଜି ବିଜେପି ମୁଖ୍ୟ ବିରୋଧୀ ଦଳ  ଭାବେ ଆର୍ବିଭାବ ହୋଇଛି। ଆଜି ପାର୍ଟିରେ ନୂତନ ଉଦୀୟମାନ ଯୁବ ନେତା ଆସି ସାରିଛନ୍ତି। ପାର୍ଟିରେ ମୁଁ ମଧ୍ୟ ଜଣେ ସେତିକି ଯୁବ ନେତା, ଯେତିକି ପୁରୁଣା ରହିଛି। ଏହା କହିବାର ଆବଶ୍ୟକତା ନାହିଁ ଯେ, ଯୁବ ନେତାଙ୍କ ପାର୍ଟି ହିଁ ରାଜନୀତିରେ ଲମ୍ବା ଯାତ୍ରା କରି ପାରିବ।

ପଶ୍ଚିମବଙ୍ଗର ଆସନସୋଲରୁ ବିଜେପି ସାଂସଦ ବାବୁଲ ସୁପ୍ରିୟୋ ରାଜନୀତିକୁ ଆସିବା ପୂର୍ବରୁ ଖ୍ୟାତାନାମା ପ୍ରଚ୍ଛଦପଟ୍ଟ ଗାୟକ ଥିଲେ। ନିକଟରେ ସଂପନ୍ନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପାର୍ଟି ତାଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ ପରାଜିତ ହୋଇଥିଲେ। ଏହାର କିଛି ଦିନ ପରେ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ହଟାଇ ଦିଆଯାଇଥିଲା। ତେବେଠୁ ସେ ଦଳ ପ୍ରତି ଅସନ୍ତୁଷ୍ଟ ଥିଲେ। ଟ୍ଵିଟ୍ କରି ସେ ନିଜର ଦୁଃଖ ବଖାଣିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ସେହି ଦିନଠୁ ସୁପ୍ରିୟୋଙ୍କ ବିଜେପି ପ୍ରତି ଅସନ୍ତୁଷ୍ଟ ଆଭିମୁଖ୍ୟ ସ୍ପଷ୍ଟ ଜଣା ପଡୁଥିଲା।

   Related Posts