Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||
  • ଧାର୍ମିକ ସ୍ଥଳ ଖୋଲରହିବ କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ
  • ||
  • ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ
  • ||
  • ସିନେମା ହଲ୍, ରେଷ୍ଟୁରାଣ୍ଟ ଖୋଲିବ
  • ||
  • ସମସ୍ତ ଆହାର କେନ୍ଦ୍ର ଖୋଲାରହିବ
  • ||
  • ପାର୍କ, ମଲ୍, ସମୁଦ୍ର କୂଳ ଖୋଲିବ
  • ||
  • ପୁରୀ, କଟକ ଏବଂ ଭୁବନେଶ୍ବରରେ ସପ୍ତାହାନ୍ତ ସଟଡାଉନ୍ ବଳବତ୍ତର
  • ||

ବାହୁବଳୀ ନିର୍ଦ୍ଦେଶକ ଏସଏସ ରାଜମୌଲି କୋଭିଡ୍-୧୯ ପଜିଟିଭ୍

29/07/2020 at 9:16 PM

ନୂଆଦିଲ୍ଲୀ ୨୯।୦୭: ପ୍ରଭାସଙ୍କ ଅଭିନୀତ ଫିଲ୍ମ ବାହୁବଳୀ ଓ ବାହୁବଳୀ-୨ର ନିର୍ଦ୍ଦେଶକ ଏସଏସ ରାଜମୌଲି କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହାଲୁକା ଜ୍ଵର ହୋଇଥିଲା। ଏହା ପରେ ସେମାନେ ସ୍ଵାସ୍ଥ୍ୟ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ। ରିପୋର୍ଟରେ ରାଜମୌଲି କୋଭିଡ୍-୧୯ ପଜିଟିଭ୍ ଥିବା ଜଣା  ପଡିଛି। ରାଜମୌଲି ନିଜର ଅଧିକୃତ ଟ୍ଵିଟର  ହ୍ୟାଣ୍ଡେଲରେ ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି। ସେ ଘରେ ନିଜକୁ କ୍ଵାରେଣ୍ଟାଇନ୍ କରିଛନ୍ତି। ତାଙ୍କର ଏହି ଟ୍ଵିଟ୍‌ରେ ପ୍ରଶଂସକ ରିପ୍ଲାଇ ଦେଇ ତାଙ୍କର ଶୀଘ୍ର ସୁସ୍ଥ କାମନା କରିଛନ୍ତି।

ରାଜମୌଲି ନିଜର ଟ୍ଵିଟ୍‌ରରେ ଲେଖିଛନ୍ତି ମୋତେ ଏବଂ ମୋର ପରିବାରକୁ କିଛି ଦିନରୁ ଜ୍ଵର ହୋଇଥିଲା। ଆପେ ଆପେ ଦେହ ଭଲ ମଧ୍ୟ ହୋଇ ଯାଇଥିଲା। ତଥାପି ଆମେ ନିଜର ଟେଷ୍ଟ କରାଇଛୁ। ରିପୋର୍ଟରୁ ଜଣା ପଡିଲା ଯେ ମୋ ଶରୀରରେ କୋଭିଡ୍-୧୯ର ହାଲୁକା ଲକ୍ଷଣ ଦେଖିବାକୁ ମିଳିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ହୋମ କ୍ଵାରେଣ୍ଟାଇନ୍‌ରେ ରହିଛି। ଆମ ସମସ୍ତଙ୍କଠାରେ ସଂପ୍ରତି କୌଣସି ଲକ୍ଷଣ ନାହିଁ। ସୁସ୍ଥ ଅନୁଭବ କରୁଛୁ ତଥାପି ଆମେ ଡାକ୍ତରଙ୍କ ପରାମର୍ଶକୁ ଅନୁସରଣ କରୁଛୁ।

   Related Posts