ଏହି ଷ୍ଟେସନର ଟିକେଟବାବୁ ମହିଳାଙ୍କ ଟିକେଟ ଉପରେ ଲେଖି ଦିଅନ୍ତି ନିଜ ମୋବାଇଲ ନମ୍ବର , କାହିଁକି ଜାଣନ୍ତୁ…

Published By : Prameya-News7 Bureau | August 26, 2019 IST

ଉତ୍ତରପ୍ରଦେଶ୨୬|୮: ଉତ୍ତରପ୍ରଦେଶର ବରେଲିର ଇଜ୍ଜତନଗର ରେଲ ମଣ୍ଡଳର ବେହେଡ଼ି ଷ୍ଟେସନର  ଟିକେଟ କାଟୁଥିବା ବାବୁଙ୍କ କାର୍ଯ୍ୟକଳାପ ପାଇଁ ରେଳ ବିଭାଗର ଅଫିସରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି।ଜଣେ ମହିଳା ଯାତ୍ରୀ ଟିକେଟ ବାବୁଙ୍କ ବିରୋଧରେ ତାଙ୍କ ଉପର ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ମହିଳାଙ୍କୁ ଯାତ୍ରୀଙ୍କୁ ଅଶ୍ଲୀଳ ବ୍ୟବହାର ଟିକେଟ ବାବୁ କରନ୍ତି। ମହିଳା ଯାତ୍ରୀଙ୍କୁ ଟିକେଟରେ ତାଙ୍କ ନମ୍ବର ଲେଖି ଫୋନ କରିବା ପାଇଁ କହିଥାନ୍ତି ଟିକେଟ ବାବୁ ବୋଲି ଚିଠିରେ ସେ ଉଲ୍ଲେଖ କରିଥିଲେ। ଟିକେଟ ବାବୁଙ୍କ ଉପର ଅଧିକାରୀଙ୍କ ପାଖକୁ ଅଭିଯୋଗ ଗଲା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ରେଳ କର୍ମଚାରୀଙ୍କ କହିବା ମୁତାବକ, ଜୁଲାଇ ମାସରୁ ଏହି ଟିକେଟ ବାବୁ ଜଣକ ଗୋଟେ ପରେ ଗୋଟେ ଘଟଣା ଘଟାଉଛନ୍ତି। କିଛି ଦିନ ତଳେ ଜଣେ ମହିଳାଙ୍କୁ ଖରାପ ବ୍ୟବହାର କରି ଟିକେଟ ବାବୁ ଅପଦସ୍ତ ହୋଇଥିଲେ।

ଥରେ ଟିକେଟ ବାବୁ ମହିଳାଙ୍କ ଟିକେଟରେ ତାଙ୍କ ନମ୍ବର ଲେଖିଦେବାରୁ ଷ୍ଟେସନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।ଟିକେଟରେ ମୋବାଇଲ ନମ୍ବର ଲେଖି ଫୋନ କରିବା ପାଇଁ  ମହିଳା ଯାତ୍ରୀଙ୍କୁ ସେ କହିଥାନ୍ତି। ଏନେଇ ମହିଳା ଯାତ୍ରୀ ଜଣକ ତାଙ୍କୁ ପଚାରିଥିଲେ ଯେ, ଏହି ନମ୍ବର ତାଙ୍କର କଣ ଆବଶ୍ୟକ ? ଟିକେଟ ଜନିତ କିଛି ସମସ୍ୟା ହେଲେ ଫୋନ କରିବ ପାଇଁ ଟିକେଟ ବାବୁ କହିଥିଲେ। ହେଲେ ମହିଳା ଯାତ୍ରୀ ତାଙ୍କ ଉଦ୍ଦେଶ୍ୟ ଠିକ୍ ବୁଝି ସାରିଥିଲେ।ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବାକ୍‌ଯୁଦ୍ଧ ଚାଲିଥିଲା।

 ଷ୍ଟେସନରେ ଉପସ୍ଥିତ ଥିବା ଯାତ୍ରୀମାନେ ଟିକେଟ ବାବୁଙ୍କୁ ବିରୋଧ କରିଥିଲେ।ଏ ସଂପର୍କରେ ମହିଳା ଘରେ କହିବାରୁ ପରିବାର ଲୋକ ଟିକେଟ ବାବୁଙ୍କ ବିରୋଧରେ ତାଙ୍କ ଉପର ଅଫିସରଙ୍କୁ ଚିଠି ଲେଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.