Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବାବ୍ରି ମସ୍‌ଜିଦ୍ ମାମଲାର ଶୁଣାଣି ପରେ ଯୋଗୀ ଆଦିତ୍ୟନାଥ କହିଲେ-‘ସତ୍ୟମେବ ଜୟତେ, ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ଷଡଯନ୍ତ୍ରକାରୀ’

30/09/2020 at 3:18 PM

ଲକ୍ଷ୍ନୌ ୩୦/୦୯ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାବ୍ରି ମସଜିଦ ଵିଧ୍ଵଂସ ମାମଲାରେ ବୁଧବାର ଦିନ ସିବିଆଇର ବିଶେଷ ଅଦାଲତର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ସତ୍ୟମେବ ଜୟତେ ଅନୁରୂପ ସତ୍ୟର ବିଜୟ ହୋଇଛି । ତାଛଡା ଯୋଗୀ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଅଦାଲତଙ୍କ ନିଷ୍ପତ୍ତି ସ୍ପଷ୍ଟ ଦର୍ଶାଉଛି ଯେ ତତ୍କାଳୀନ କଂଗ୍ରେସ ସରକାର ଦ୍ୱାରା ରାଜନୈତିକ ପୁର୍ବାଗ୍ରହରୁ ଗ୍ରସିତ ହୋଇ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଷଡଯନ୍ତ୍ର ରଚାଯାଇଥିଲା ଏବଂ ଦେଶର ପୂଜ୍ୟ ସନ୍ଥ, ଭାରତୀୟ ଜନତା ପାର୍ଟିର ନେତା, ବିଶ୍ୱ ହିନ୍ଦୁ ପରିଷଦ ସହ ଜଡିତ ବରିଷ୍ଠ ପଦାଧିକାର ଏବଂ ସମାଜ ସହ ଜଡିତ ବିଭିନ୍ନ ସଂଗଠନର ପଦାଧିକାରୀଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ମିଛ ମାମଲାରେ ଫସାଇ ବଦନାମ କରାଯାଇଥିଲା । ଏହି ଷଡଯନ୍ତ୍ର ପାଇଁ ଯେଉଁମାନେ ଦୋଷୀ ସେମାନେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଯୋଗୀ ।

ସୂଚନାଯୋଗ୍ୟ ଯେ, ବାବ୍ରି ମସଜିଦ୍ ଭଙ୍ଗା ମାମଲାର ଶୁଣାଣିରେ ସିବିଆଇର ସ୍ପେଶାଲ ବିଚାରପତି ସୁରେନ୍ଦ୍ର କୁମାର ଯାଦବ ସମସ୍ତ ୪୯ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି । ମାମଲାର ଶୁଣାଣି ସମୟରେ ୧୭ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି । ବାକି ୩୨ ଅଭିଯୁକ୍ତଙ୍କୁ ବିଚାରପତି ଦୋଷମୁକ୍ତ କରିଛନ୍ତି । ବିଚାରପତି ଶୁଣାଣିରେ କହିଛନ୍ତି ଯେ ୧୯୯୨ ଡିସେମ୍ବର ୬ ତାରିଖରେ ଯାହା ଘଟିଥିଲା ତାହା ପୂର୍ବ ନିୟୋଜିତ ଘଟଣା ନଥିଲା । ଘଟଣା ଆକସ୍ମିକ ଥିଲା । ଏହାସହ ଅଭିଯୁକ୍ତଙ୍କ ବିରୋଧରେ କୌଣସି ସାକ୍ଷୀ ମଧ୍ୟ ମିଳିନାହିଁ ବୋଲି ସେ କହିଛନ୍ତି ।

   Related Posts