Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୁଷର ଶକ୍ତି ବଢ଼ାଇବାରେ ଏହି ଫଳ ସାହାଯ୍ୟ କରେ, ଜାଣନ୍ତୁ କଣ ଏହି ଫଳ ….

ଆମେ ସାଧାରଣତଃ ଅନେକ ଫଳକୁ କାମରେ ଲଗାଇବା ଜାଣନ୍ତି ନାହିଁ । ଦୁନିଆରେ ଏମିତି କିଛି ଗଛ ଅଛି ଯାହାର ଫଳକୁ ରାମବାଣ ପରି ଅବ୍ୟର୍ଥ ଔଷଧଭାବେ ବ୍ୟବହାର କରିପାରିବା ।

ଆଜି ଜାଣିବା ସେମିତି ଏକ ଫଳ ବାବଦରେ ଯାହା ଅନେକ ପ୍ରକାର ରୋଗରୁ ମୁକ୍ତିଦେବା ସହିତ ପୁରୁଷଙ୍କୁ ଅଧିକ ଶକ୍ତି ପ୍ରଦାନ କରିଥାଏ ।

ଆଖପାଖରେ ନିଶ୍ଚୟ ଦେଖିଥିବା ବବୁଲ ଗଛ । ଏହା ରାସ୍ତାପାଖରେ ବେଶି ପରିମାଣରେ ହୋଇଥାଏ ।

ଆଗରୁ ଗାଁରେ ଝାଡ଼ାବାନ୍ତି ବା ଡ଼ାଇରିଆ ହେଉଥିଲା । ଏହି ରୋଗରେ ବହୁତ ଲୋକଙ୍କ ମୃତ୍ୟୁ ହେଉଥିଲା । କିନ୍ତୁ ବବୁଲ ଗଛର ଦୁଇଟି ଫଳ ଖୁଆଇଦେଲେ କିମ୍ବା କଂଚାଫଳକୁ ରସ ବାହାର କରି ପିଇଲେ ଶୀଘ୍ର ଭଲ ହୋଇଥାଏ ।

ଯଦି ଦାନ୍ତ ବିନ୍ଧୁଥାଏ କିମ୍ବା ଦାନ୍ତ ସଂବନ୍ଧୀୟ କୌଣସି ରୋଗ ଦେଖାଯାଇଥାଏ, ତାହେଲେ ବବୁଲ ଗଛର ଦାନ୍ତକାଠି ଦାନ୍ତ ସଫା କରିବାରେ  ବ୍ୟବହାର କଲେ ଅନେକ ଫଳ ମିଳିଥାଏ । ଏହାକୁ କିଛିଦିନ ଦାନ୍ତ ସଫା କରିବାରେ ବ୍ୟବାହର କଲେ ଦାନ୍ତ ସଂବନ୍ଧୀୟ ଅନେକ ସମାସ୍ୟାର ସମାଧାନ ହୋଇଥାଏ ।

 ଦୁର୍ବଳ ଶରୀର ଥିବା ବ୍ୟକ୍ତି ବବୁଲ ଗଛର ମଂଜିକୁ ମିଶ୍ରି ସହିତ ସେବନ କଲେ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ।

ବବୁଲ ଗଛର ବହୁତ ବଡ଼ ଉପକାର ଅଛି ଯାହା ସବୁ ପୁରୁଷ ଜାଣିବା ଦରକାର । ବବୁଲ ଗଛର ମଂଜିକୁ ଗୁଣ୍ଡ କରି କ୍ଷୀର ସହିତ ପିଇଲେ ଶକ୍ତି ବଢ଼ିଥାଏ । ପୁରୁଷମାନେ ଶକ୍ତି ବଢ଼ାଇବାକୁ ଚାହୁଁଥିଲେ ସକାଳେ ଖାଲି ପେଟରେ ଏହି ମଂଜିର ଗୁଣ୍ଡକୁ କ୍ଷୀର ସହିତ ପିଅନ୍ତୁ..ମିଳିବ ଅନେକ ଫାଇଦା ।

438 Views

   ସମ୍ବନ୍ଧିତ ଖବର