ବିବାହ ବନ୍ଧନରେ ବାନ୍ଧିହେବେ ଦଙ୍ଗଲ ଗର୍ଲ ବବୀତା ଫୋଗାଟ, ଭାଉଜ ଆରମ୍ଭ କଲେ ପ୍ରଥମ ରୀତି ନୀତି

Published By : Prameya-News7 Bureau | November 28, 2019 IST

ଦଙ୍ଗଲ ଗର୍ଲ ଓ ରେସଲର ବବିତା ଫୋଗାଟଙ୍କ ବିବାହର ରୀତି ନୀତି ଆରମ୍ଭ ହୋଇସାରିଛି। ବବିତାଙ୍କ ଘରେ ମହିଳାମାନେ ପାରମ୍ପାରିକ ବିବାହର ଗୀତ ଗାଇ ସବୁ ନୀତି ରୀତି ପାଳନ କରିଛନ୍ତି। ଏହି ଅବସରରେ ବବିତା ବହୁତ ଖୁସି ଦେଖାଯାଉଥିଲେ। ସୂଚନାଯୋଗ୍ୟ ଯେ, ଆସନ୍ତା ମାସ ଡିସେମ୍ବର ମାସ ୧ ତାରିଖରେ ବବୀତାଙ୍କ ବିବାହ ବିବେକ ସୁହାଗଙ୍କ ସହ ହେବ। ଏହା ସହ ୨ ତାରିଖରେ ଦିଲ୍ଲୀରେ ଉଭୟଙ୍କ ରିସେପସନ କାର୍ଯ୍ୟକ୍ରମ ଆୟୋଜିତ ହେବ।

{"id":191043,"sizeSlug":"large"}

ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି ଅଭିନେତା ଆମୀର ଖାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି। ସନ୍ନୀ ଦେଓଲଙ୍କ ସମେତ ଅନ୍ୟ ବଲିଉଡ କଳାକାର ଓ ଖେଳାଳୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ରିପୋର୍ଟ ଅନୁସାରେ ବବିତାଙ୍କ ବିବାହରେ ଅନେକ ରାଜନେତା ମଧ୍ୟ ସାମିଲ ହେବେ।

{"id":191046,"sizeSlug":"large"}

ବବିତାଙ୍କ ଭାବି ସ୍ବାମୀ ବିବେକ ସୁହାଗ ୨୦୧୮ ମସିହାରେ ଭାରତ କେଶରୀ ପୁରସ୍କାର ଜିତିଥିଲେ। ବବିତା ଓ ବିବେକଙ୍କର ଚଳିତ ବର୍ଷ ମେ ମାସ ୧୮ ତାରିଖରେ ନିର୍ବନ୍ଧ ହୋଇଥିଲା। ବବିତା ଫୋଗାଟ ହରିୟାଣା ପୋଲିସରେ ଏସଆଇ ଚାକିରୀ ଛାଡି ଦାଦରୀ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ। ହେଲେ ବବିତା ନିର୍ବାଚନରେ ହାରିଥିଲେ।

{"id":191047,"sizeSlug":"large"}

ମାତ୍ର ୬ ବର୍ଷ ବୟସରେ ବବିତା ନିଜ ଭଉଣୀ ଗୀତାଙ୍କ ସହ କୁସ୍ତୀ ଶିଖିବା ଆରମ୍ଭ କରିଥିଲେ। ଉଭୟ ଝିଅ ତାଙ୍କ ବାପା ମହାବୀର ଫୋଗାଟଙ୍କଠାରୁ ପ୍ରଭାବିତ ହୋଇ କୁସ୍ତୀରେ ପାଦ ଦେଇଥିଲେ।

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.