ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି କୁସ୍ତି ଯୋଦ୍ଧା ବବିତା ଫୋଗାଟ : ବେବି ବମ୍ପ୍ ସହ ସେୟାର କଲେ ଖୁସି ଖବର
23/11/2020 at 1:24 PM

ମୁମ୍ବାଇ ୨୩/୧୧: ନଚ ବଲିଏ ୯ରେ ନଜର ଆସିଥିବା ଭାରତୀୟ କୁସ୍ତି ଯୋଦ୍ଧା ବବିତା ଫୋଗାଟଙ୍କ ଜୀବନରେ ଖୁବ୍ ଶୀଘ୍ର ନୂଆ ଅତିଥି ଆସିବାକୁ ଯାଉଛି। ବବିତା ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି। ଏବିଷୟରେ ସେ ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ଏବଂ ସେ ନିଜ ବେବି ବମ୍ପର ଫଟୋ ସେୟାର କରିଛନ୍ତି।
ବବିତା ଫୋଗାଟ ନିକଟରେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ସ୍ବାମୀ ବିବେକଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ବେବି ବମ୍ପ୍ ମଧ୍ୟ ନଜର ଆସୁଛି। ଏହା ସହିତ ବବିତା ଲେଖିଛନ୍ତି ଯେ ତୁମ ପତ୍ନୀ ଭଳି ବିତାଇଥିବା ସବୁ ମୂହୂର୍ତ୍ତ ସହ ମୋତେ ଅନୁଭବ ହେଉଛି ଯେ ଏତେ ସୁନ୍ଦର ଜୀବନ ଜିଇଁଥିବା ଯୋଗୁଁ ସେ କେତେ ଭାଗ୍ୟଶାଳୀ। ତୁମେ ମୋର ସୁନ୍ଦର ସ୍ଥାନ। ତୁମେ ହିଁ ମୋତେ ପୂରା କରିଛ। ମୁଁ ଉତ୍ସାହିତ ଏବଂ ଜୀବନର ଏହି ନୂଆ ଅଧ୍ୟାୟକୁ ଆରମ୍ଭ କରିବାକୁ ଅପେକ୍ଷା କରୁଛି।

ଖୁସି ଖବର ମିଳିବା ସହିତ ବବିତା ଫୋଗାଟଙ୍କୁ ଇଣ୍ଡଷ୍ଟ୍ରିର ବନ୍ଧୁ ୟୁବିକା ଚୌଧୁରୀ,ଅନିତା ହଂସନନ୍ଦିନୀ,ଉର୍ବଶୀ ଢ଼ୋଲକିଆ,ସଂଗ୍ରାମ ସିଂହ ଏବଂ ଶୁଭେଚ୍ଛୁଙ୍କ ତରଫରୁ ଅନେକ ଶୁଭ କାମନା ଏବଂ ଶୁଭେଚ୍ଛା ମିଳୁଛି।
ବବିତା ଫୋଗାଟ ୨୦୧୯ମସିହାରେ ନିଜ ବୟଫ୍ରେଣ୍ଡ ଏବଂ ଭାବିସ୍ବାମୀ ବିବେକଙ୍କ ସହ ନଚ ବଲିଏ ୯ରେ ଭାଗ ନେଇଥିଲେ। ଏହି ଶୋରେ ଉଭୟେ ବେଶୀ ଦିନ ରହିନଥିଲେ। ଏହି ସିଜନରେ ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧୁରୀ ଟ୍ରଫି ଜିତିଥିଲେ ଏବଂ ଅନିତା-ରୋହିତ ଶୋର ରନର ଅପ୍ ଥିଲେ। ଶୋ ପରେ ବବିତା ଏବଂ ବିବେକ ୨୦୧୯ ନଭେମ୍ବରରେ ବିବାହ କରିଥିଲେ। ଏବର୍ଷ ବବିତା ବିଜେପି ତରଫରୁ ନିର୍ବାଚନ ଲଢ଼ିଥିଲେ କିନ୍ତୁ ଏଥିରେ ସେ ହାରି ଯାଇଥିଲେ।
