Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପୁଣି ଥରେ ଚର୍ଚ୍ଚାରେ ବବିତା ଫୋଗାଟ : ଏଥର ରାଜୀବ ଗାନ୍ଧୀ ଖେଳ ରତ୍ନର ନାଁ ପରିବର୍ତ୍ତନ କରିବାକୁ କଲେ ଦାବି,କହିଲେ ଏହା ପଛର କାରଣ

3/09/2020 at 11:03 AM

ନୂଆଦିଲ୍ଲୀ ୩/୯: ‘ଦଙ୍ଗଲ ଗର୍ଲ’ ବବିତା ଫୋଗାଟ ଏବେ ନିଜ ଟ୍ବିଟସକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଭାରତୀୟ କୁସ୍ତି ଯୋଦ୍ଧା ବବିତା ଫୋଗାଟ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରର ନାଁ ବଦଳିବାକୁ ଦାବି କରିଛନ୍ତି। ବବିତା ଫୋଗାଟ କହିଛନ୍ତି ଯେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରର ନାଁ କୌଣସି ପ୍ରତିଷ୍ଠିତ ଖେଳାଳୀଙ୍କ ନାଁରେ ରଖାଯିବା ଉଚିତ୍।

 ବବିତା ଟ୍ବିଟ୍ କରିଛନ୍ତି ଯେ ‘ ଖେଳ ସହ ଜଡ଼ିତ ପୁରସ୍କାର କୌଣସି ମହାନ କିମ୍ବା ସମ୍ମାନିତ ଖେଳାଳୀଙ୍କ ନାଁରେ ହେବା ଉଚିତ୍ ,କୌଣସି ରାଜନେତାଙ୍କ ନାଁରେ ନୁହେଁ।’ ବବିତା ଫୋଗାଟ ଏହାକୁ ଏକ ପରାମର୍ଶ ଭାବେ ଲାଗୁ କରିବା କଥା କହିଛନ୍ତି। ସେ କହିଛନ୍ତି ଯେ ‘ରାଜୀବ ଗାନ୍ଧୀ ଖେଳ ରତ୍ନର ନାଁ ବଦଳାଇ କୌଣସି ଖେଳାଳୀ ନାଁରେ ରଖିବାକୁ ପରାମର୍ଶ ଆପଣଙ୍କୁ କିପରି ଲାଗିଲା।’

ବବିତା ଫୋଗାଟ ପୁରସ୍କାରର ନାଁକୁ ଖେଳାଳୀଙ୍କ ନାଁରେ ରଖିବାଟା ଅଧିକ ଶ୍ରେୟସ୍କର ବୋଲି ମାନନ୍ତି। ବବିତା ଫୋଗାଟ କହିଛନ୍ତି,‘ଖେଳ ରତ୍ନ ପୁରସ୍କାରର ନାଁ ରାଜୀବ ଗାନ୍ଧୀଙ୍କ ନାଁରେ ରଖାଯାଇଛି। ଏହା ପରିବର୍ତେ ଏହା କୌଣସି ଖେଳାଳୀଙ୍କ ନାଁରେ ହେଲେ ଅଧିକ ଉପଯୁକ୍ତ ହୋଇଥାନ୍ତା’।

ଷ୍ଟାର ରେସଲର କହିଛନ୍ତି ଯେ ନାଁ ବଦଳିଲେ ଖେଳାଳୀ ପୁରସ୍କାର ନେବାକୁ ଗୌରବାନ୍ବିତ ହେବେ। ସେ କହିଛନ୍ତି ଯେ ଆମ ଦେଶରେ ଏତେ ଅଲିମ୍ପିକ୍ ଏବଂ ବିଶ୍ବ ଚାମ୍ପିଅନ ଅଛନ୍ତି ଯଦି କୌଣସି ପ୍ରତିଷ୍ଠିତ ଖେଳାଳୀ ନାଁରେ ରହିବ ତେବେ ଖେଳାଳୀ ମଧ୍ୟ ପୁରସ୍କାର ନେବାକୁ ଅଧିକ ଗୌରବାନ୍ବିତ ଏବଂ ପ୍ରେରିତ ଅନୁଭବ କରିବେ।

ବବିତା ଫୋଗାଟ ନିଜେ ମଧ୍ୟ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଖେଳ ରତ୍ନ ଦେଶର ସର୍ବୋଚ୍ଚ ଖେଳ ସମ୍ମାନ ଏବଂ ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାଁରେ ରଖା ହୋଇଛି।

   Related Posts