କ୍ରୀଡା ଜଗତ ପାଇଁ ଆଉ ଏକ ଖୁସି ଖବର : ମା’ ହେଲେ ରେସଲର୍ ବବିତା ଫୋଗଟ୍‌, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

Published By : Prameya-News7 Bureau | January 11, 2021 IST

ନୂଆଦିଲ୍ଲୀ ୧୧/୦୧ : କ୍ରୀଡା ଜଗତ ପାଇଁ ଆଉ ଏକ ଖୁସି ଖବର । ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେବା ପରେ ଏବେ ରେସଲରରୁ ରାଜନେତ୍ରୀ ହୋଇଥିବା ବବିତା ଫୋଗଟ୍ ଏବଂ ବିବେକ ସୁହାଗ ଗୋଟିଏ ପୁତ୍ର ସନ୍ତାନର ଜନକ ହୋଇଛନ୍ତି । ଏ ନେଇ ଟ୍ବିଟରରେ ସୂଚନା ଦେଇଛନ୍ତି ନିଜେ ବବିତା ଫୋଗଟ୍‌ । ଏହା ସହ ସେ ତାଙ୍କ ନବଜାତ ଶିଶୁ ପୁତ୍ରର ଫଟୋ ମଧ୍ୟ ସେୟାର କରିଛନ୍ତି ।

ଟ୍ବିଟ୍ କରି ବବିତା ଫୋଗଟ୍ ଲେଖିଛନ୍ତି, ‘ସ୍ୱପ୍ନରେ ଯାହା ବିଶ୍ୱାସ କରାଯାଏ, ସେଗୁଡ଼ିକ ସତ୍ୟ ହୁଏ । ଆମ ନୂଆ ସନ୍‌ସାଇନ୍‌କୁ ଦେଖନ୍ତୁ’ । ନଭେମ୍ବର ୨୦୧୯ରେ ବବିତା ଫୋଗାଟ ଏବଂ ବିବେକ ସୁହାଗ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନେ କୁସ୍ତି ପ୍ରୟାସ ବ୍ୟତୀତ, ରିଅଲିଟି ସୋ ନାଚ୍ ବାଲିଏରେ ମଧ୍ୟ ଭାଗ ନେଇଥିଲେ ।

wp:embed {"url":"https://twitter.com/BabitaPhogat/status/1348582953614393348","type":"rich","providerNameSlug":"twitter","responsive":true,"className":""}
https://twitter.com/BabitaPhogat/status/1348582953614393348
/wp:embed

ବବିତା ଫୋଗାଟ ଦେଶ ପାଇଁ ଏକାଧିକ ପଦକ ଜିତିଛନ୍ତି । କମନୱେଲଥ ଗେମ୍ସରେ ଗତ ତିନିଟି ସଂସ୍କରଣର ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି ବବିତା । ଏହା ସହ ତାଙ୍କ ଭଉଣୀ ଗୀତା ଫୋଗାଟ ମଧ୍ୟ ଦେଶ ପାଇଁ ଗୌରବ ହାସଲ କରିଥିଲେ । ଯାହାର କିଛି ଅଂଶ ବ୍ଲକବଷ୍ଟର ଫିଲ୍ମ ଦଙ୍ଗଲରେ ଚିତ୍ରିତ ହୋଇଥିଲା, ଯାହା ସେମାନଙ୍କ ଜୀବନୀ ଉପରେ ଲେଖାଯାଇଥିଲା ।

Image

୨୦୨୧୯ରେ ବବିତା ଫୋଗାଟ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ରାଜନୀତି ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ପାଇଁ ସେ ହରିୟାଣାର କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗରେ ଡେପୁଟି ଡାଇରେକ୍ଟର ପଦରୁ ଇସ୍ତଫା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.