ବିବାହକୁ ୩୩ ବର୍ଷ ତଥାପି ଅଲଗା, କାହିଁକି ନେଇ ନାହାଁନ୍ତି ଛାଡପତ୍ର ?

Published By : Prameya-News7 Bureau | April 20, 2021 IST

ନୂଆଦିଲ୍ଲୀ ୨୦/୦୪: କରୀନା କପୁରଙ୍କ ମା’ ତଥା ବଲିଉଡ ଅଭିନେତ୍ରୀ ବବିତା ହରି ଶିବଦାସାନି ୨୦ ଏପ୍ରିଲ ୧୯୪୭ ରେ କରାଚିରେ ଜନ୍ମଗ୍ରହଣ କରିଥିଲେ । ବବିତାଙ୍କ ପିତା ହରି ଶିବଦାସାନି ମଧ୍ୟ ଜଣେ ଅଭିନେତା ଥିଲେ । ବବିତା ୧୯୬୬ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦଶ ଲାକ୍ଷ’ ରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କୁ ୧୯୬୭ ରେ ରିଲିଜ୍ ହୋଇଥିବା ଫିଲ୍ମ 'ରାଜ'ରୁ ପରିଚୟ ମିଳିଥିଲା ।  ସେଥିରେ ତାଙ୍କ ସହ ସୁପରଷ୍ଟାର ରାଜେଶ ଖାନ୍ନା ମଧ୍ୟ ଥିଲେ । ବବିତା ତାଙ୍କ କ୍ୟାରିୟରରେ 'ହସିନା ମାନ୍ ଜାଏଗୀ', 'ତୁମସେ ଅଚ୍ଛା କୌନ ହୈ', 'ଅନଜାନା', 'ପହଚାନ', 'କଲ୍ ଆଜ୍ ଔର କଲ୍', 'ବିଖରେ ମୋତି', 'ଜୀତ୍' ଏବଂ 'ଏକ ହସିନା ଦୋ ଦେୱାନେ' ସହିତ ଅନ୍ୟ ଫିଲ୍ମ ମଧ୍ୟ କରିଛନ୍ତି ।

{"width":612,"height":408}
Randhir Kapoor, Babita at Karishma Kapoor's son Kiaan's birthday party in  club bandra on 12th March 2019 / Randhir Kapoor - Bollywood Photos

ବବିତା ରାନ୍ଧୀର କପୁରଙ୍କୁ ୬ ନଭେମ୍ବର ୧୯୭୧ ରେ ବିବାହ କରିଥିଲେ । ବିବାହ ପରେ ବବିତା ଫିଲ୍ମ ଇଣ୍ଡଷ୍ଟ୍ରୀରୁ ନିଜକୁ ଦୂରେଇ ରଖିଥିଲେ । ସେମାନଙ୍କର ଦୁଇ ଝିଅ କରିସ୍ମା କପୁର ଏବଂ କରୀନା କପୁର । କୁହାଯାଏ ଯେ ପୂର୍ବରୁ କପୁର ପରିବାରରେ ଝିଅମାନଙ୍କୁ ଫିଲ୍ମରେ କାମ କରିବାକୁ ଅନୁମତି ଦିଆଯାଉନଥିଲା କିନ୍ତୁ ବାବିତା ହିଁ ତାଙ୍କର ଦୁଇ ଝିଅଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆଣିଥିଲେ ।

{"width":615,"height":409}
Happy Birthday Randhir Kapoor: 32 years of separation but no divorce? -  OrissaPOST

ବବିତା ଏବଂ ରନ୍ଧୀର ଦୁହେଁ ପ୍ରେମ ବିବାହ ଥିଲା କିନ୍ତୁ ସେମାନେ ୧୯୮୮ ରେ ଅଲଗା ହୋଇ ଯାଇଥିଲେ । ତଥାପି ସେମାନେ ଛାଡପତ୍ର ନେଇନାହାଁନ୍ତି । ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ଅଛି ଏବଂ ସେମାନେ ପରିବାରର ବିଶେଷ ଉତ୍ସବରେ ଉପସ୍ଥିତ ରୁହନ୍ତି । ଏକ ଇଣ୍ଟରଭ୍ୟୁରେ ରନ୍ଧୀର କପୁର ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରିଥିଲେ । ରନ୍ଧୀର କହିଛନ୍ତି ଯେ ସେ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ସେ ମୋତେ ଦୁଇଟି ସୁନ୍ଦର ସନ୍ତାନ ଦେଇଛନ୍ତି ।  ମୁଁ ଦାୟିତ୍ୱବାନ ବ୍ୟକ୍ତି ଭାବରେ ବଢିଛି ଏବଂ ସ୍ଥିର କଲି ଯେ ମୁଁ ଅଲଗା ରହିବି । ମୁଁ ଶତ୍ରୁ ନୁହଁ। ରାନ୍ଧୀର ଏହା ମଧ୍ୟ କହିଛନ୍ତି ଯେ ସେମାନଙ୍କ ମଧ୍ୟରେ କିଛି ପରିବର୍ତ୍ତନ ହୋଇନାହିଁ ।

{"width":617,"height":346}
Randhir Kapoor says Babita found he was a terrible man, opens up about  their separation - Movies News

ରନ୍ଧୀର ଆହୁରି ମଧ୍ୟ କହିଛନ୍ତି, ‘ବବିତା ତାଙ୍କ ମଦ୍ୟପାନ କରିବାର ଅଭ୍ୟାସରେ ବିରକ୍ତ ହେଉଥିଲେ ।  ସେ ତାଙ୍କୁ ପିଇବାକୁ ସବୁବେଳେ ମନା କରୁଥିଲେ, ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଦୂରତା ବଢିଥିଲା ​। ସେ ଏହିପରି ବଞ୍ଚିବାକୁ ଚାହୁଁନଥିଲେ । ମୁଁ ମଧ୍ୟ ତାଙ୍କ ହିସାବରେ ବଞ୍ଚିବାକୁ ଚାହୁଁ ନଥିଲି । ସେ ମୋତେ ସେପରି ଭାବରେ ଗ୍ରହଣ କଲେ ନାହିଁ ଯେପରି ମୁଁ ଅଛି । କିନ୍ତୁ ଏହା ଠିକ ଅଛି । ଆମର ଦୁଇଟି ସୁନ୍ଦର ସନ୍ତାନ ଅଛନ୍ତି । ସେ ତାଙ୍କୁ ବହୁତ ଭଲ ଭାବରେ ବଢାଇଛନ୍ତି ଏବଂ ବର୍ତ୍ତମାନ ସେ ତାଙ୍କ କ୍ୟାରିୟରରେ ସର୍ବୋତ୍ତମ । ଜଣେ ପିତା ଭାବରେ ଆଉ କ’ଣ ଆବଶ୍ୟକ? ' ଛାଡପତ୍ର ବିଷୟରେ ସେ କହିଛନ୍ତି, ‘କେଉଁ କାରଣରୁ ଛଡପତ୍ର? ଆମେ କାହିଁକି ଛାଡପତ୍ର ନେବୁ ? ନା ମୁଁ ଆଉଥରେ ବିବାହ କରିବାକୁ ଚାହୁଁଥିଲି ନା ସେ ।‘

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.