ସିରିଜ୍ ହାରିବା ପରେ ଫର୍ମକୁ ଆସିଲେ ବାବର, ଦ୍ରୁତତମ ୧୪ ଶତକ ହାସଲ କରି ରଚିଲେ ଇତିହାସ, ପଛରେ ରହିଲେ ବିରାଟ କୋହଲି

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ ୧୩।୦୭: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଫଳ ହେବା ପରେ ତୃତୀୟ ଦିନିକିଆରେ ଗର୍ଜିଛି ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ବ୍ୟାଟ। ବାବର ଆଜି ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ରେ ୧୫୮ ରନର ଦମଦାର ଇନିଂସ ଖେଳିଛନ୍ତି। ତାଙ୍କ ଏହି ଇନିଂସ ବଳରେ ପାକିସ୍ତାନ ୯ ଓ୍ଵିକେଟ୍  ହରାଇ ୩୩୧ ରନ କରିଛି।

ଡାହାଣହାତୀ ବ୍ୟାଟସମ୍ୟାନ ବାବର ଦିନିକିଆ କ୍ୟାରିୟରରେ ୧୪ତମ ଶତକ ଅର୍ଜନ କରି ନିଜ ନାଁରେ ବିଶ୍ଵ ରେକର୍ଡ କରିଛନ୍ତି। ସେ ଦିନିକିଆରେ ଦ୍ରୁତତମ ୧୪ ଶତକ ହାସଲ କରିବାର ଖେଳାଳି ହୋଇଛନ୍ତି। ପାକିସ୍ତାନୀ ଖେଳାଳି ୮୧ତମ ଇନିଂସରେ ଏହି ଉପଲବ୍ଧି ହାସଲ କରିଛନ୍ତି।

ବାବର ୩୮ ତମ ଓଭରରେ ୧୪ତମ ଶତକ ହାସଲ କରିଛନ୍ତି। ଏଥିସହ ସେ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟସମ୍ୟାନ ହାସିମ ଆମଲା, ଭାରତର ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆର ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ରେକର୍ଡକୁ ପଛରେ ପକାଇଛନ୍ତି।

wp:html /wp:html

ଆମଲା ୮୩ତମ ଦିନିକିଆରୁ ୮୧ ତମ ଇନିଂସରେ ୧୪ତମ ଶତକ  ହାସଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ହାସିମ ଅମଲା ୮୪ତମ, ଅଷ୍ଟ୍ରେଲିଆର ଡେଭିଡ୍ ଓ୍ଵାର୍ଣ୍ଣର ୯୮ ଏବଂ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୧୦୩  ଇନିଂସରୁ ୧୪ ଶତକ ହାସଲ କରିଥିଲେ।  ବାବର ଏହା ପୂର୍ବରୁ ଦ୍ରୁତ ସପ୍ତମ ଶତକ ଏବଂ ୧୩ତମ ଦିନିକିଆ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରି ସାରିଛନ୍ତି।

କେବଳ ଏତିକି ନୁହେଁ ବାବର ଆଜମ ଇଂଲଣ୍ଡରେ ଦିନିକିଆରେ ତିନି ଶତକ ହାସଲ କରିବାରେ ପ୍ରଥମ ପାକିସ୍ତାନୀ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ସିରିଜର ପ୍ରଥମ ଦୁଇଟି ଦିନିକିଆରେ ବାବର ୦ ଓ ୧୯ ରନ କରିଥିଲେ। ଘରୋଇ ଇଂଲଣ୍ଡ ତିନି ମ୍ୟାଚ୍‌ ଦିନିକିଆ ସିରିଜ୍‌ରେ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ୨-୦ରେ ଅଗ୍ରଣୀ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.