ସାନିଆଙ୍କ ସହ ରହିଛି ନିବିଡ଼ ସଂପର୍କ, ଏପରି କହି ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟର ବାବର ଆଜମ୍‌

Published By : Prameya-News7 Bureau | November 03, 2021 IST

ଲାହୋର, ୩/୧୧: ଆଜିକାଲିର ଦିନରେ ଲୋକେ କ୍ରିକେଟ୍‌କୁ ଯେତିକି ମହତ୍ତ୍ୱ ଦେଉଛନ୍ତି ଅନ୍ୟ କୌଣସି ଖେଳକୁ ଦେଉନଥିବା ଦେଖିବାକୁ ମିଳୁଛି । କିନ୍ତୁ ଟେନିସ୍‌ ଆଜି ବି ଲୋକପ୍ରିୟ ହୋଇ ରହିଛି । ଭାରତରେ ଏମିତି ଏକ ସମୟ ଥିଲା ଟେନିସ୍‌ ଖେଳ କହିଲେ ସଙ୍ଗେସଙ୍ଗେ ସାନିଆ ମିର୍ଜାଙ୍କ ନାମ ଆଖି ଆଗକୁ ଚାଲି ଆସୁଥିଲା । ହେଲେ ପାକିସ୍ତାନର କ୍ରିକେଟ୍‌ ଖେଳାଳି ସୋଏବ୍‌ ମଲିକ୍‌ଙ୍କୁ ବିବାହ କରିବା ପରେ ଲୋକେ ତାଙ୍କୁ ବିରୋଧ କରିବାକୁ ଲାଗିଲେ ।

ଟି -20 ବିଶ୍ୱକପ ଆରମ୍ଭ ହେବା ସହିତ ସାନିଆ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କ ସ୍ୱାମୀ ଶୋଏବଙ୍କୁ ଖୁସି ଅନ୍ଦଜ୍‌ରେ ଦେଖିବାକୁ ମିଳିଥିଲା। ହେଲେ ବର୍ତ୍ତମାନ ଯେତେବେଳେ ପାକିସ୍ତାନ ଦଳର ଅଧିନାୟକ ତାଙ୍କ ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି, ସେତେବେଳେ ସେ ହଠାତ୍ ପୁଣିଥରେ ଚର୍ଚ୍ଚା ଭିତରକୁ ଆସିଛନ୍ତି।

ନିକଟରେ ବାବର ଆଜାମ କଥାବାର୍ତ୍ତା ବେଳେ ତାଙ୍କ ବିବୃତ୍ତିରେ କହିଛନ୍ତି, ସାନିଆ ଭାଉଜ ଏବଂ ମୋର ଏକ ଭିନ୍ନ ସମ୍ପର୍କ ରହିଛି । ଏହାର କାରଣ ହେଉଛି ସାନିଆ ଆମର ପ୍ରିୟ ଭାଉଜ । ଆମେ ଦୁହିଁଙ୍କ ଭିତରେ ସବୁକିଛି ସେୟାର କରିପାରୁ । କେବଳ ଏତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି, ସାନିଆ ଏବଂ ମୋ ମଧ୍ୟରେ ଏହି ନିବିଡ଼ ସମ୍ପର୍କ ଏପରି ଯେ ଆମେ ସବୁକିଛି ପରସ୍ପର ସହିତ ବାଣ୍ଟିଥାଉ । ପାକିସ୍ତାନୀ ଦଳର ଅଧିନାୟକଙ୍କ ଏହି ବିବୃତ୍ତି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.