Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବିରାଟ କୋହଲିଙ୍କୁ ପଛରେ ପକାଇ ପାରନ୍ତି ବାବର ଆଜମ, କରିବେ ନୂତନ ବିଶ୍ଵ ରେକର୍ଡ

20/04/2021 at 5:02 PM

ନୂଆଦିଲ୍ଲୀ ୨୦।୦୪: ବାବର ଆଜମ ନିଜର ପ୍ରଦର୍ଶନ ବଳରେ ବଡ ବଡ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି। ଗତ ଦିନରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ବାବର ଦିନିକିଆ ମାନ୍ୟତାର ଶୀର୍ଷରେ ପହଞ୍ଚିଥିଲେ। ଏବେ ଏପ୍ରିଲ ୨୧ରୁ ଜିମ୍ବାଓ୍ଵେ ବିପକ୍ଷରେ ଆରମ୍ଭ ହେବାକୁ ଥିବା  ଟି-୨୦ ସିରିଜ୍‌ରେ ସେ ଆଉ ଏକ ବିଶ୍ଵ ରେକର୍ଡ ନିଜ ନାମରେ କରି ପାରନ୍ତି।

ପାକିସ୍ତାନ ଓ ଜିମ୍ବାଓ୍ଵେ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ ଏପ୍ରିଲ ୨୧ରୁ ହରାରେରେ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ନିକଟରେ ଦକ୍ଷିଣ ଆଫ୍ରିକାକୁ ତାରି ଘରେ ଟି-୨୦ ସିରିଜ୍‌ରେ ୩-୧ରେ ମାତ୍ ଦେଇଛି। କେବଳ ଏତିକି ନୁହେଁ ଦିନିକିଆ ସିରିଜ୍‌ରେ ମଧ୍ୟ ୨-୧ରେ ବିଜୟୀ ହୋଇଛି। ପାକିସ୍ତାନ କ୍ରିକେଟ୍ ଦଳର ଟି-୨୦ ରେକର୍ଡ ଦମଦାର ରହିଛି। ଦଳ ୧୦୦ରୁ ଅଧିକ ମ୍ୟାଚ୍‌ ଜିତିବାରେ ଦୁନିଆର ଏକ ମାତ୍ର ଦଳ। ଚଳିତ ବର୍ଷ ଶେଷ ଆଡକୁ ଭାରତରେ ଟି-୨୦ ବିଶ୍ଵ କପ୍‌ ହେବାକୁ ଯାଉଛି। ତେଣୁ ଏହାର ପ୍ରସ୍ତୁତି ପାଇଁ ପାକ୍ ଦଳର ଏହି ଗସ୍ତ ଗୁରୁତ୍ଵପୂର୍ଣ୍ଣ ରହିପାରେ।

ପାକିସ୍ତାନର ଅଧିନାୟକ ୨୬ ବର୍ଷୀୟ ବାବର ଆଜମ ଟି-୨୦ ଅନ୍ତରାଷ୍ଟ୍ରୀୟରେ ୫୧ଟି ମ୍ୟାଚ୍‌ର ୪୯ଟି ଇନିଂସରୁ ୧୯୪୦ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୧୭ ଅର୍ଦ୍ଧଶତକ ସାମିଲ। ଷ୍ଟ୍ରାଇକ୍‌ ରେଟ୍ ୧୩୧ ରହିଛି। ସେ ଦୁଇ ହଜାର ରନରୁ କେବଳ ୬୦ ରନ ଦୂରରେ ଅଛନ୍ତି। ଯଦି ସେ ତିନୋଟି ମ୍ୟାଚ୍‌କୁ ମିଶାଇ ୬୦ ରନ କରନ୍ତି ତେବେ ଟି-୨୦ରେ ସବୁଠୁ କମ ଇନିଂସରେ ୨୦୦୦ ରନ କରିବାର ରେକର୍ଡ କରିବେ। ଏବେ ଏହି ରେକର୍ଡ ବିରାଟ କୋହଲିଙ୍କ ନାମରେ ରହିଛି। ବିରାଟ ୫୬ଟି ଇନିଂସରୁ ଏହି ରେକର୍ଡ ନିଜ ନାଁରେ କରିଛନ୍ତି।

   Related Posts