ବାବରଙ୍କ ବିରାଟ କୀର୍ତ୍ତିମାନ, କୋହଲିଙ୍କୁ ପଛରେ ପକାଇଲେ

Published By : Prameya-News7 Bureau | April 25, 2021 IST

ହରାରେ ୨୫।୦୪: ପାକିସ୍ତାନ କ୍ରିକେଟ୍‌ ଦଳର ଅଧିନାୟକ ବାବର ଆଜମ ରବିବାର ଜିମ୍ବାଓ୍ଵେ ବିପକ୍ଷ ଟି-୨୦ ସିରିଜ୍‌ର ତୃତୀୟ ମୁକାବିଲାରେ ନିଜ ନାଁରେ ବଡ କୀର୍ତ୍ତିମାନ କରିଛନ୍ତି। ବାବର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦ୍ରୁତତମ ୨୦୦୦ ରନ କରିବାର ରେକର୍ଡ କରିଛନ୍ତି।

ବାବର ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ବାବର ୫୪ତମ ମ୍ୟାଚ୍‌ର ୫୨ତମ ଇନିଂସରେ ଦ୍ରୁତ ୨୦୦୦ ରନ ପୂରଣ କରିଛନ୍ତି। କ୍ରିକେଟ୍‌ର ଏହି ଛୋଟ ଫର୍ମାଟରେ ୨୦୦୦ ରନ ପୂରଣ କରିବାରେ ବାବର ୧୧ତମ ଖେଳାଳି ହୋଇଛନ୍ତି।

wp:html /wp:html

ଜିମ୍ବାଓ୍ଵେ ବିପକ୍ଷ ତୃତୀୟ ମୁକାବିଲାରେ ୨୬ ବର୍ଷୀୟ ବାବର ୪୬ଟି ବଲ୍‌ରେ ୫୨ ରନର ଇନିଂସ ଖେଳିଛନ୍ତି। ଏଥିରେ ୫ ଚୌକା ସାମିଲ। ଏହି ମ୍ୟାଚ୍ ପୂର୍ବରୁ ବାବର ୧୯୮୩ ରନ କରିଥିଲେ ଏବଂ ରେକର୍ଡ ପାଇଁ ୧୭ ରନ ଦୂରରେ ଥିଲେ। ସେ ୧୩ତମ ଓଭରରେ ଦ୍ରୁତ ୨୦୦୦ ରନ ପୂରଣ କରିଥିଲେ।

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୫୬ଟି ଇନିଂସରୁ ୨୦୦୦ ରନ ପୂରଣ କରିଥିଲେ। ଏହି ତାଲିକାର ତୃତୀୟରେ ଅଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ୍। ଫିଞ୍ଚ୍ ୬୨ତମ ଇନିଂସରେ ଏହି ସଫଳତା ହାସଲ କରିଥିଲେ। ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲମ ଓ ଓପନର ମାର୍ଟିନ ଗୁପଟିଲ୍  କ୍ରମଶଃ ୬୬ତମ ଏବଂ ୬୮ତମ ଇନିଂସରେ ଦୁଇ ହଜାର ରନ ପୂରଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.