ଦୁଷ୍ମର୍ମ ଅଭିଯୋଗ ପରେ ଅଧିନାୟକ ପଦରୁ ହଟିବେ କି ବାବର ଆଜମ ? ଏମିତି ନିଷ୍ପତ୍ତି ନେଲା ପାକିସ୍ତାନ କ୍ରିକେଟ ବୋର୍ଡ

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧/୧୨: ନିକଟରେ ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ବାବର ଆଜମଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଜଣେ ମହିଳା। ଯୌନ ଶୋଷଣ ସହ ଶାରୀରିକ ନିର୍ଯାତନା ଅଭିଯୋଗ ଆସିବା ପରେ ପାକ୍‌ କ୍ରିକେଟ୍‌ ଟିମ୍‌ର ଅଧିନାୟକ ପଦ ଆଜମ ହରାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏବ ବି ଏହି ସସ୍‌ପେନ୍ସ ଜାରି ରହିଛି। କ୍ରିକେଟ ପ୍ରେମୀ ବାବର ଆଜମଙ୍କୁ ବାହାର କରାଯିବ କି ନାହିଁ ଜାଣିବାକୁ ଚାହୁଁଛନ୍ତି। ତେବେ ଏଭଳି ଚର୍ଚ୍ଚାରେ ବିରାମ ଟାଣିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସିଇଓ ଓ୍ବାସିମ୍‌ ଖାନ।

ବାବର ଆଜମ ପାକ୍‌ ଟିମ୍‌ରେ ଦୀର୍ଘ ଦିନ ଅଧିନାୟକ ରହିବେ। ସେ ଚେୟାରମ୍ୟାନ୍‌ ଥିବା ପର୍ଯ୍ୟନ୍ତ ବାବର ଆଜମଙ୍କୁ ଅଧିନାୟକ ପଦରୁ କେହି ବାହର କରିପାରିବେ ନାହିଁ ବୋଲି ଓ୍ବାସିମ ଖାନ କହିଛନ୍ତି। ଆମେ ବାବରଙ୍କୁ ଅଧିନାୟକ କରିଛୁ କାରଣ ସେ ଭଲ ବ୍ୟାଟ୍ସମ୍ୟାନ୍‌। ଯୁବ ମାନସିକତା ସାଙ୍ଗକୁ ସେ ବହୁତ ମଜଭୁତ। ତିନି ଫର୍ମାଟରେ ସେ ବହୁତ ଭଲ ସମନ୍ବୟ ରକ୍ଷା କରିପାରୁଛନ୍ତି। ସେ ଆମର ସବୁଠୁ ଭଲ ନିଷ୍ପତ୍ତି ବୋଲି କ୍ରିକେଟ ବାଜକୁ ସାକ୍ଷାତକାର ଦେଇ କହିଛନ୍ତି ଓ୍ବାସିମ ଖାନ।

ଏହା ସହ ବାବର ଆଜମଙ୍କ ସହ ଆଗକୁ ବଢ଼ିବାର ସମୟ ଆସିଛି। ଟେଷ୍ଟରେ ବି ସେ ବେଷ୍ଟ କ୍ୟାପ୍ଟେନ ହେବେ। ନିକଟରେ ବାବରଙ୍କୁ ଟେଷ୍ଟ ଅଧିନାୟକ କରାଯାଇଥିଲା । ପୂର୍ବରୁ ଦିନିକିଆ ଓ ଟି-୨୦ରେ ଅଧିନାୟକ ଥିଲେ ବାବର। ତେଣୁ ତାଙ୍କୁ ଅଧିନାୟକ ପଦରୁ ବାହାର କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଓ୍ବାସିମ୍‌ ଖାନ କହିଛନ୍ତି।

ନକଟରେ ବାବରଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ୧୦ ବର୍ଷ ପର୍ଯ୍ୟନ୍ତ ତାଙ୍କର ଯୌନ ଶୋଷଣ କରିବା ସହ ଗର୍ଭବତୀ କରିଥିବା ଅଭିଯୋଗ କରିଥିଲେ ମହିଳା। ବିବାହ ପ୍ରତିଶ୍ରୁତି ଦେଇ ବାବର ତାଙ୍କ ସହ ପ୍ରତାରଣା କରିଥିବା ମହିଳା କହିଥିଲେ। ପାକିସ୍ତାନ ଟିମରେ ଚୟନ ହୋଇନଥିବା ବେଳେ ବାବର ତାଙ୍କ କଥା ବୁଝୁଥିଲେ। ପରେ ତାଙ୍କୁ ଗର୍ଭପାତ କରିବାକୁ କହିଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ ଆଣିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.