ଉରୀରୁ ଗିରଫ ଆତଙ୍କୀ ବାବର କ୍ୟାମେରା ଆଗରେ ସ୍ୱୀକାର କଲା ପାକ ସେନା ଦେଇଥିଲା ଟ୍ରେନିଂ: ISI ଦେଇଥିଲା ଟଙ୍କା ଲୋଭ

Published By : Prameya-News7 Bureau | September 29, 2021 IST

ଶ୍ରୀନଗର ୨୯/୦୯ : ଜାମ୍ମୁ କାଶ୍ମୀର ଉରୀରୁ ଗିରଫ ହୋଇଥିବା ଆତଙ୍କୀ ବାବର କ୍ୟାମେରା ଆଗରେ ପାକିସ୍ତାନର ପୋଲ ଖୋଲି ଦେଇଛି। ବାବର କହିଛି ତାକୁ ଉରୀ ଭଳି ହମଲା ପାଇଁ ପଠାଯାଇଥିଲା ଓ ତାକୁ ପାକିସ୍ତାନ ସେନା ଟ୍ରେନିଂ ଦେଇଥିଲା। ବାବର କହିଛି ଯେ ୯ ଆତଙ୍କବାଦୀ ପାକିସ୍ତାନରେ ୩ ସପ୍ତାହ ଟ୍ରେନିଂ ଦେଇଥିଲେ।

ଆଗକୁ ସେ କହିଛି ଲଶ୍କର-ଏ-ତୋଇବା ସହ ସାମିଲ ହେବାପାଇଁ ଆଇଏସଆଇ ୨୦ ହଜାର ଟଙ୍କା ଦେଇଥିଲା। କାରଖାନାରେ କଣ କଲାବେଳେ ଆଇଏସଆଇ ଓ ଲଶ୍କରର ଆତଙ୍କବାଦୀ ସହ ତାର ସାକ୍ଷାତ ହୋଇଥିଲା। ଲଶ୍କର ଅନାଥ ଓ ଗରିବ ଲୋକଙ୍କୁ ଜିହାଦ ପାଇଁ ପ୍ରସ୍ତୁତ କରେ। ସେ କହିଛି ଯେ, ତାକୁ କୁହାଯାଇଥିଲା ଯେ କାଶ୍ମୀର ଲୋକଙ୍କ ଉପରେ ନିର୍ଯ୍ୟାତନା ହେଉଛି, ଏଠାରେ ଯେମିତି ସମସ୍ତେ ଖୁସିରେ ରହିବେ।

ଗିରଫ ଆତଙ୍କୀ କହିଛି ଯେ, "ମୁଁ ପାକିସ୍ତାନ ସେନା ଓ ଆଇଏସଆଇକୁ ଅନୁରୋଧ କରୁଛି ଯେ ମୋତେ ଏଇଠୁ ନେଇଯାଆନ୍ତୁ। ଭାରତୀୟ ସେନା ମୋ ସହ ଭଲ ବ୍ୟବହାର କରିଛି। ମୋ ଉପରେ କୌଣସି ଅତ୍ୟାଚାର କରିନାହିଁ।"

wp:embed {"url":"https://twitter.com/i/status/1443099320262135810","type":"rich","providerNameSlug":"twitter","responsive":true}
https://twitter.com/i/status/1443099320262135810
/wp:embed

ବାବରକୁ ଗିରଫ କରିବା ପରେ ସେନା ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀ କରି ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲା। ମେଜର ଜେନେରାଲ ବୀରେନ୍ଦ୍ର ବତ୍ସ କହିଛନ୍ତି ଯେ ବର୍ତ୍ତମାନ ଯେଇଁ ପାକିସ୍ତାନୀ ଆତଙ୍କବାଦୀକୁ ଗିରଫ କରାଯାଇଛି ତା ନାଁ ଅଲି ବାବର ପାତ୍ରା। ତାର ବୟସ ମାତ୍ର ୧୯ ବର୍ଷ। ଅଲି ବାବର ଆତଙ୍କୀ ସଂଗଠନ ଲଶ୍କର-ଏ-ତୋଇବାର ସଦସ୍ୟ। ସେ ପାକିସ୍ତାନରେ ପ୍ରାୟ ୩ ମାସର ତାଲିମ ନେଇଛି। ଆତଙ୍କବାଦୀଙ୍କ ଅନୁପ୍ରବେଶର ମୂଳ ଲକ୍ଷ୍ୟ ୨୦୧୬ ଉରୀ ଭଳି ବଡ ଧରଣର ହମଲା କରିବା।

ମେଜର ଜେନେରାଲ କହିଛନ୍ତି ଯେ, ଏହି ଆତଙ୍କବାଦୀଙ୍କ ବିରୋଧରେ ୯ ଦିନ ଯାଏଁ ଅପରେସନ ଚାଲିଥିଲା। ସେପ୍ଟେମ୍ବର ୧୮ ତାରିଖରେ ଏଲଓସିରେ ଅନୁପ୍ରବେଶ ଚେଷ୍ଟା ଆରମ୍ଭ ହୋଇଥିଲା। ସେତେବେଳେ ଏହି ଅପରେସନ ଆରମ୍ଭ ହୋଇଥିଲା। ମୋଟ ୬ ଆତଙ୍କବାଦୀ ଥିଲେ। ୪ ଜଣ ପୁଣି ପାକିସ୍ତାନ ପଳାଇଲେ। ଆଉ ଦୁଇ ଆତଙ୍କୀ ସେପ୍ଟେମ୍ବର ୨୫ରେ ଏକ ନାଳରେ ଲୁଚି ଥିଲେ। ଜଣେ ଆତଙ୍କୀକୁ ୨୬ ତାରିଖରେ ଏନକାଉଣ୍ଟର କରାଯାଇଥିଲା। ଆଉ ଜଣେ ଆତ୍ମସମର୍ପଣ କରିବାକୁ ନେହୁରା ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.