Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

କୋହଲିଙ୍କ ବିରାଟ ରେକର୍ଡ ଭାଙ୍ଗିଲେ ବାବର ଆଜମ : ପଛରେ ପଡିଗଲେ ଫିଞ୍ଚ୍-ଡୁପ୍ଲେସିସ୍‌ଙ୍କ ଭଳି ବ୍ୟାଟସମ୍ୟାନ୍

30/10/2021 at 11:30 AM

ଦୁବାଇ, ୩୦/୧୦:  ଟି୨୦ ବିଶ୍ୱକପରେ ପାକିସ୍ତାନ ଲଗାତର ତୃତୀୟ ବିଜୟ ହାସଲ କରିଛି । ଶୁକ୍ରବାର ଦୁବାଇରେ ଅନୁଷ୍ଠିତ ମୁକାବିଲାରେ ପାକିସ୍ତାନ ୫ ଓ୍ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଟିମ୍‌ର ବିଜୟରେ ଅଧିନାୟକ ବାବର ଆଜମଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଦମଦାର ୫୧ ରନ୍ କରିଥିଲେ । ଏହି ଇନିଂସ ସହ ସେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଏକ ବଡ ରେକର୍ଡ ଭାଙ୍ଗିଛନ୍ତି ।

ବାବର ଟି୨୦ ଅନ୍ତର୍ଜାତୀୟରେ ଅଧିନାୟକ ଭାବେ ୨୬ ଇନିଂସରେ ହଜାର ରନ୍ ପୂରଣ କରିଛନ୍ତି । ବିରାଟ କୋହଲି ଅଧିନାୟକ ଭାବେ ୧୦୦୦ ରନ୍ ପୂରଣ ପାଇଁ ୩୦ଟି ଇନିଂସ ଖେଳିଥିଲେ । ସେହିପରି ଦକ୍ଷିଣ ଆଫ୍ରିକାର ଫାଫ୍ ଡୁପ୍ଲେସିସ୍ ୩୧ ଓ ଆରୋନ ଫିଞ୍ଚ୍ ୩୨ଟି ପାଳିରେ ଏହି ସଫଳତା ପାଇଥିଲେ ।

ଆହୁରି ମଧ୍ୟ ବାବର ଆଜମ ଟି୨୦ କ୍ରିକେଟରେ ଅଧିନାୟକ ଭାବେ ୧୩ ଥର ୫୦ ବା ଅଧିକ ରନର ପାଳି ଖେଳିଛନ୍ତି । ଏହି ମାମଲାରେ ସେ ବିରାଟଙ୍କ ସହ ସମକକ୍ଷ ହୋଇଛନ୍ତି । ବିରାଟ ମଧ୍ୟ ଅଧିନାୟକ ଭାବେ ଟି୨୦ ଫର୍ମାଟରେ ୧୩ଟି ଅର୍ଦ୍ଧଶତକ ଲଗାଇଛନ୍ତି ।

ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ବାବର କହିଥିଲେ ଯେ, ସେମାନେ ଭଲ ବୋଲିଂ କରିଥିଲେ । ଯୋଜନା ଅନୁସାରେ ଓ୍ୱିକେଟ୍ ନେଇଥିଲେ । ଶେଷରେ ୧୦-୧୫ ରନ୍ ଅଧିକ ଦେଇଥିଲେ ଏବଂ ପାଓ୍ୱାର ପ୍ଲେର ଲାଭ ଉଠାଇ ପାରିନଥିଲେ । ଏହାସତ୍ତ୍ୱେ ଖେଳାଳିମାନେ ଭଲ ଖେଳିଲେ ବୋଲି ସେ କହିଛନ୍ତି ।

   Related Posts