Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ସମ୍ବଲପୁର: ବବଲୁ ନାୟକଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ, ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ଗଠନ ହେଲା ୩ଟି ଟିମ୍

11/10/2020 at 4:09 PM

ସମ୍ବଲପୁର୧୧/୧୦: ସମ୍ବଲପୁର ହାଟପଡା ବାବଲୁ ନାୟକଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ। ରବିବାର ମୁଖ୍ୟ ଅଭିଯୁକ୍ତ ଦେବା ବାଗକୁ ଗିରଫ କରିଛି ସମ୍ବଲପୁର ପୋଲିସ୍। ହତ୍ୟା ପାଇଁ ବ୍ୟବହୃତ ମାରଣାସ୍ତ୍ର ସହ ମୋଟର ସାଇକେଲ ଜବତ ହୋଇଛି। ଏହା ସହ ଦେବାର ସହଯୋଗୀକୁ ଧରିବା ପାଇଁ ପୋଲିସ ୩ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ପୋଲିସ ସୂଚନା ଦେଇଛି। ତେବେ ପୂର୍ବରୁ ଦେବା ନାଁରେ ସମ୍ବଲପୁର ଟାଉନଥାନା, ଅଇଁଠାପାଲି, ରେଙ୍ଗାଲି ଥାନାରେ ୮ଟି ଅପରାଧିକ ମାମଲା ରହିଛି। ତେବେ ଦେବାକୁ ଆଜି କୋର୍ଟରେ ହାଜର କରାଯିବା ସହ ରିମାଣ୍ଡରେ ଆଣିବା ପାଇଁ ସମ୍ବଲପୁର ପୋଲିସ ଯୋଜନା କରୁଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଗତକାଲି ଦିନ ୧୧ଟାରେ ବାବୁଲୁ ନାୟକ ହାଟପଡାର ଏକ ପାନ ଦୋକାନରେ ଠିଆ ହୋଇଥିବା ବେଳେ ଦେବା ବାଗ ଓ ତାର ସହଯୋଗୀ ମଟର ସାଇକେଲରେ ଆସି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ହତ୍ୟା କରି ଫେରାର୍ ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଗୁରୁତର ଅବସ୍ଥାରେ ବାବୁଲୁକୁ ଉଦ୍ଧାର କରିବା ସହ ହସ୍ପିଟାଲ ଭର୍ତ୍ତି କରିଥିଲେ। ସେଠରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

   Related Posts