ଅନ୍ୟର ହାତ ଛୁଇଁ ରୋଗ ଚିହ୍ନୁଥିଲେ ବାବା , କିନ୍ତୁ ତାଙ୍କୁ ମାଡ଼ିବସିଲା କରୋନା : ତାନ୍ତ୍ରିକଙ୍କ ମୃତ୍ୟୁ ସହ ୨୯ଭକ୍ତ କରୋନା ପଜିଟିଭ

Published By : Prameya-News7 Bureau | June 11, 2020 IST

ରତଲାମ ୧୧/୬: ଝଡ଼ାଫୁଙ୍କା,ଗୁଣିଗାରେଡ଼ି ଏବଂ ଅନ୍ଧବିଶ୍ବାସ ସହାୟତାରେ ଧର୍ମ-କର୍ମ ଦ୍ବାରା ଲୋକଙ୍କୁ ରୋଗ ଏବଂ ବିଭିନ୍ନ ପ୍ରକାର ସମସ୍ୟାରୁ ମୁକ୍ତ କରୁଥିବା ବାବା ଆପଣଙ୍କୁ ରୋଗଗ୍ରସ୍ତ ମଧ୍ୟ କରାଇ ପାରିବେ। ଏମପିର ରତଲାମରେ ଜଣେ ସଂକ୍ରମିତ ତାନ୍ତ୍ରିକ ନିଜ ଭକ୍ତଙ୍କ ମଧ୍ୟରେ କରୋନା ବାଣ୍ଟି ଦେଇଛନ୍ତି।

ଏପରି ଜଣେ ବାବାଙ୍କ ଜୁନ୍ ୪ତାରିଖରେ କରୋନା ଯୋଗୁଁ ମୃତ୍ୟୁ ହୋଇଛି। ପ୍ରଶାସନ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍ କରିଛନ୍ତି। ଯେତେବେଳେ ଏମାନଙ୍କ ସାମ୍ପଲ୍ ନିଆଯାଇ ଯାଞ୍ଚ ପାଇଁ ପଠାଯାଇଥିଲା ସେତେବେଳେ ସହରରେ କରୋନା ବିସ୍ଫୋରଣ ହୋଇଥିଲା। ଏହି ବାବା ନିଜ ମୃତ୍ୟୁ ପୂର୍ବରୁ ୨୯ଜଣଙ୍କ ମଧ୍ୟରେ କରୋନା ବାଣ୍ଟି ଦେଇଛନ୍ତି।

ରତଲାମର ନୟାପୁରାର ଏହି ତାନ୍ତ୍ରିକ ଝଡ଼ାଫୁଙ୍କା କରୁଥିଲେ ଏବଂ ତାବିଜ ଦେଉଥିଲେ। ବହୁ ସଂଖ୍ୟାରେ ଲୋକେ ତାଙ୍କ ପାଖକୁ ଯାଉଥିଲେ ଏବଂ ଏହି ତାନ୍ତ୍ରିକ ବେଳେବେଳେ ଲୋକଙ୍କ ହାତକୁ ଚୁମ୍ବନ କରୁଥିଲା।

ପ୍ରଶାସନ ଏବେ ଏହି ବାବାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜୁଛି। ଏହି ବାବାଙ୍କ ଯୋଗୁଁ ଯେଉଁମାନେ କରୋନା ସଂକ୍ରମିତ ହୋଇଛନ୍ତି ସେମାନେ ମଧ୍ୟ ନୟାପୁରା ବାସିନ୍ଦା। ନୟାପୁରା ସହରକୁ କରୋନା ହଟସ୍ପଟ୍ କରାଯାଇଛି।

ଜଣେ ବାବାଙ୍କ ଯୋଗୁଁ ସହରରେ କରୋନା ବ୍ୟାପିଥିବାରୁ ପ୍ରଶାସନ ଏପରି ଅନେକ ବାବାଙ୍କୁ ଉଠାଇବା ଆରମ୍ଭ କରିଛି। ପାଖାପାଖି ୨୯ବାବାଙ୍କୁ ଉଠାଇ ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରରେ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.