ଦୃଷ୍ଟିହୀନ ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ ପୁଣି ଥରେ ସତ ହେଲା : ୨୪ ବର୍ଷ ତଳେ ମୃତ ବିସ୍ମୟ ମହିଳା ଟ୍ରମ୍ପ୍ କରୋନା ଆକ୍ରାନ୍ତ ହେବା କଥା କହିଥିଲେ, ୯/୧୧ ଓ ଥାଇଲାଣ୍ଡ ସୁନାମି କଥା ବି ସୂଚାଇଥିଲେ ଆଗରୁ

Published By : Prameya-News7 Bureau | October 03, 2020 IST

ନ୍ୟୁୟର୍କ, ୦୩ ।୧୦:    ବୁଲଗେରିଆର ଜଣେ ମହିଳା ଦେଖିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭବିଷ୍ୟତ । ଟ୍ରମ୍ପ କରୋନା ଆକ୍ରାନ୍ତ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ । ଏହି ମହିଳା ହେଲେ ବାବା ଭାଙ୍ଗା । ସେ ୯/୧୧ ଆତଙ୍କବାଦୀ ଆକ୍ରମଣ, ଥାଇଲାଣ୍ଡ ସୁନାମି ବାବଦରେ ପୂର୍ବରୁ ଭବିଷ୍ୟବାଣୀ କରିଥିବା ତାଙ୍କ ସମର୍ଥକମାନେ ଦାବି କରିଛନ୍ତି ।

ତେବେ ଏହି ବ୍ୟକ୍ତି ଦି ନୋଷ୍ଟ୍ରାଡାମସ୍ ଅଫ୍ ଦି ବାଲକନ୍ ନାମରେ ପରିଚିତ ଥିଲେ । କିନ୍ତୁ ସେ ୧୯୯୬ରେ ପ୍ରାଣ ହରାଇଥିଲେ । ମୃତ୍ୟୁ ପୂର୍ବରୁ ସେ ଅନେକ କିଛି ଭବିଷ୍ୟବାଣୀ କରି ଯାଇଛନ୍ତି । ଯାହା ପରେ ସତ ସାବ୍ୟସ୍ତ ହୋଇଥିବା ତାଙ୍କ ଅନୁଗାମୀମାନେ କହିଛନ୍ତି ।

ତାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୨୦ରେ ଯିଏ ଆମେରିକାର ରାଷ୍ଟ୍ରପତି ହେବେ ସେ ଅନେକ ରୋଗରେ ପୀଡିତ ।ଏପରିକି ତାଙ୍କର ବ୍ରେନ୍ ଟ୍ୟୁମର୍ ମଧ୍ୟ ରହିଛି । ବାବା ଭାଙ୍ଗା ଜଣେ ଅନ୍ଧ ଥିଲେ । ଏକ ଧୂଳିଝଡରେ ସେ ତାଙ୍କର ଦୃଷ୍ଟିଶକ୍ତି ହରାଇଥିଲେ ।  

ତାଙ୍କ ସମର୍ଥକ ଓ ଶିଷ୍ୟଙ୍କ କହିବାନୁସାରେ, ବାବା ଭାଙ୍ଗା ଆଖି ହରାଇବା ପରେ ତାଙ୍କୁ ଦିବ୍ୟଦୃଷ୍ଟି ମିଳିଥିଲା । ତେଣୁ ସେ ସଠିକ୍ ଭାବେ ଭବିଷ୍ୟତର ଅନୁମାନ ଲଗାଇ ପାରୁଥିଲେ । ତେବେ ସେ ନିଜେ ତାଙ୍କ ଭବିଷ୍ୟବାଣୀ ଲେଖୁନଥିଲେ । ତାଙ୍କ ସମର୍ଥକମାନେ ଏହାକୁ ଲେଖି କରି ରଖୁଥିଲେ ।

୧୯୮୯ରେ ତାଙ୍କର ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ବିତର୍କ ହୋଇଥିଲା । ଏପରିକି ସେ ୯.୧୧.୨୦୧୧ ଆମେରିକା ବାଣିଜ୍ୟିକ ପ୍ରତିଷ୍ଠାନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମଧ୍ୟ ଅନୁମାନ ଲଗାଇଥିବା ଦାବି କରାଯାଏ ।ଏହାସହ ଜଣେ ଆଫ୍ରିକାନ-ଆମେରିକାନ ୟୁଏସରେ ରାଷ୍ଟ୍ରପତି ହେବେ ବୋଲି ସେ କହିଥିଲେ । ଯାହାର ଉଦାହରଣ ହେଉଛନ୍ତି ବାରାକ ଓବାମା ।

ଏକଦା ବୁଲଗେରିଆ ସରକାର ତାଙ୍କୁ ମାର୍ଗଦର୍ଶକ ଭାବେ ଦାୟିତ୍ୱ ଦେଇଥିଲେ । ଦି ଇନଷ୍ଟିଚ୍ୟୁଟ୍ ଅଫ୍ ସଜେଷ୍ଟୋଲୋଜୀ ଓ ପାରାସାଇକୋଲୋଜି ଭାଙ୍ଗାଙ୍କ ଉପରେ ଅନେକ ଗବେଷଣା କରିଛି । ଏପରିକି ୨୦୨୩ରେ ଇତାଲୀରେ ଏକ ବଡ ଯୁଦ୍ଧ ହେବ ଓ ବିଶ୍ୱ ୫୦୭୯ ମସିହାରେ ଧ୍ୱଂସ ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.