ସେ ଥିଲେ ଅପରାଧ ଦୁନିଆର ବାଦଶାହା: ସେଦିନର ତୁମ୍ବନାଥ ଏବେ ବାବା ବୈଷ୍ଣବ, ସୋସିଆଲ ମିଡିଆରେ ଚର୍ଚ୍ଚା, ସତ କ'ଣ...?

Published By : Prameya-News7 Bureau | December 27, 2020 IST

ବ୍ରହ୍ମପୁର୨୭/୧୨: ଦୀର୍ଘ ୯ ମାସ ଧରି ପୁରୀ ଶ୍ରୀମନ୍ଦିର ବନ୍ଦ ରହିଥିଲା। ଚଳିତ ମାସ ୨୩ ତାରିଖରେ ପୁରୀ ଶ୍ରୀମନ୍ଦିର ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ସୁରକ୍ଷାବଳୟ ଭିତରେ ବି ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଥିଲେ। ସେହି ବ୍ୟକ୍ତି ଜଣଙ୍କ ହେଲେ ପୁରୀର ଲଙ୍ଗୁଳି ମଠରେ ଦୀକ୍ଷା ଗ୍ରହଣ କରିିଥିବା ବାବା ବୈଷ୍ଣବ। ଏହି ଘଟଣା ସୋସିଆଲ ମିଡିଆରେ ଖେଳି ଯାଇଥିଲା। ତେବେ କିଏ ସେ ବ୍ୟକ୍ତି, କଣ ତାଙ୍କ ପରିଚୟ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳର ଶ୍ରୀରାମନଗର ବାସିନ୍ଦା ହେଉଛନ୍ତି ବାବା ବୈଷ୍ଣବ। ଯାହାଙ୍କୁ  ଟି. ତୁମ୍ବନାଥ ସୁବୁଦ୍ଧି ନାଁରେ ଜାଣିଛନ୍ତି। ପ୍ରାୟ ୭ ବର୍ଷ ହେଲା ତୁମ୍ବନାଥ ପୁରୀ ମଠରେ ରହୁଛନ୍ତି। ଯାହାଙ୍କୁ ବାବା ବୈଷ୍ଣବ ନାଁରେ ସମସ୍ତେ ଜାଣିଛନ୍ତି। ବିଭିନ୍ନ ସମୟରେ ପରିସ୍ଥିତିରେ ସମ୍ମୁଖୀନ ହୋଇ ତାଙ୍କୁ ଜେଲ୍‌ ଯିବାକୁ ପଡିଥିଲା। ସେ ବ୍ରହ୍ମପୁରସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜରେ ପାଠ ପଢ଼ୁଥିଲେ। ଅଧାରୁ କଲେଜ ପାଠ ଛାଡି ସେ ବିଭିନ୍ନ ସମାଜିକ କାର୍ଯ୍ୟରେ ଯୋଗ ଦେଇଥିଲେ। କାଳକ୍ରମେ ବିଭିନ୍ନ ଅପରାଧିକ ମାମଲାରେ ତାଙ୍କ ନାଁ ଯୋଡି ହୋଇଥିଲେ। ୨୦୧୦ ଜୁଲାଇ ୨୨ ତାରିଖରେ ଧୀର ସାମଲ ନାମକ ଜଣେ ଯୁବକଙ୍କ ହତ୍ୟା ମାମଲାରେ ତୁମ୍ବନାଥଙ୍କ ନାଁ ସାମିଲ ଥିଲା।

ପରବର୍ତ୍ତୀ ସମୟରେ ଏହି ହତ୍ୟାକାଣ୍ଡରେ ତୁମ୍ବନାଥ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଥିଲେ। ସେହି ଘଟଣାର କିଛି ମାସ ପରେ ଅନ୍ୟ ଏକ ମାମଲାରେ ତାଙ୍କୁ ଜେଲ ଯିବାକୁ ପଡିଥିଲା। ବ୍ରହ୍ମପୁର ଜେଲରେ ବିଚାରଧୀନ କଏଦୀ ଭାବେ ଦିନ କାଟିଥିଲେ। ଏହି ସମୟରେ ସେ ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସା ସମୟରେ ତୁମ୍ବନାଥ ହସ୍ପିଟାଲରୁ ଚମ୍ପଟ ମାରିଥିଲେ।ସେହିପରି ଏହି ଘଟଣାର ବର୍ଷକ ପରେ  ଜଣେ ପାଣ୍ଡି ଅଧିକାରୀଙ୍କୁ ହାଣି ସେ ଜେଲ୍ ଯାଇଥିଲେ।

ପରବର୍ତ୍ତୀ ସମୟରେ ତୁମ୍ବନାଥ ସୁନ୍ଦରଗଡ଼ରେ ଜିଲ୍ଲା ରାଜଗାଙ୍ଗପୁରରେ ରହୁଥିବା ନେଇ ସୂଚନା ମିଳିଥିଲା। ତୁମ୍ବନାଥ ରାଜଗାଙ୍ଗପୁରରେ ବାବା ତେଜେଶ୍ବରମୟୀଙ୍କ ନାମରେ ରହି ଗୋ ସୁରକ୍ଷା ପାଇଁ କାମ କରୁଥିଲେ। ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ତାଙ୍କୁ ୨୦୧୫ ଜୁନ୍‌ ୮ ତାରିଖରେ ଗିରଫ କରି ବ୍ରହ୍ମପୁର ଆଣିଥିଲା। ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖରେ ରହିଥିଲେ। ସେଠାରେ କିଛି ବର୍ଷ କାଟିବା ପରେ ପୁରୀ ଫେରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.