ବାବା ରାମଦେବଙ୍କ ଦାବି, ଦିନକୁ କରୋନିଲ୍‌ର ଚାହିଦା ୧୦ ଲକ୍ଷ ପ୍ୟାକେଟ୍, କିନ୍ତୁ ପତଞ୍ଜଳି ଦାମ୍ ବଢାଉନି, ନଚେତ ୫ହଜାର କୋଟି ରୋଜଗାର କରିଥାନ୍ତା

Published By : Prameya-News7 Bureau | August 06, 2020 IST

ନୂଆଦିଲ୍ଲୀ, ୦୬|୦୮:  ଦେଶରେ ଦୈନିକ ୧୦ ଲକ୍ଷ ପ୍ୟାକେଟ୍ ପତଞ୍ଜଳି କୋଭିଡ୍-୧୯ ରୋଗ ପ୍ରତିରୋଧକ ମେଡିସିନ୍ କରୋନିଲ୍‌ର ଚାହିଦା ରହିଛି । ଏପରି ଦାବି କରିଛନ୍ତି ଯୋଗଗୁରୁ ବାବା ରାମଦେବ ।

ସେ କହିଛନ୍ତି ଯେ, ପତଞ୍ଜଳି କେବଳ ଏକ ଲକ୍ଷ ପ୍ୟାକେଟ୍ କରୋନିଲ୍ ହିଁ ବିକ୍ରି କରି ପାରୁଛି । ଯାହା ଚାହିଦା ତୁଳନାରେ ବହୁତ କମ୍ । ଗୁରୁବାର ଦେଶରେ ଏହି ଔଷଧର ଚାହିଦା ୧୦ ଲକ୍ଷରେ ପହଁଚିଛି । ଏହାକୁ ୫୦୦ ଟଙ୍କାରେ ବିକ୍ରି କରାଯାଉଛି । କାରଣ ଏଭଳି ମହାମାରୀ ସ୍ଥିତିରେ ଏହାର ଦାମ୍ ୫୦୦୦ ଟଙ୍କା କରି ବିକ୍ରି କରିବା ଅନୁଚିତ । ଏପରି କରାଯାଇଥିଲେ କମ୍ପାନୀ ୫୦୦୦ କୋଟି ଟଙ୍କା ଆୟ କରିଥାନ୍ତା । କିନ୍ତୁ ଏହା ଠିକ ନୁହେଁ । ଏପରି କହି ବାବା ରାମଦେବ ପରୋକ୍ଷରେ ନିଜର ବଦାନ୍ୟତାକୁ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ବାବା ରାମଦେବ ଏହି ଔଷଧ କରୋନା ଭଲ କରିବ ବୋଲି ଦାବି କରିଥିଲେ । କିନ୍ତୁ ଆୟୁଷ ମନ୍ତ୍ରାଳୟ ଏହି ଔଷଧ ଉପରେ କଟକଣା ଲଗାଇଥିଲା । ପରେ ମନ୍ତ୍ରାଳୟ ଏହି ଔଷଧ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା ପାଇଁ ବିକ୍ରି କରାଯାଇ ପାରିବ ବୋଲି କହିଥିଲା । ଏହାପରେ ରାମଦେବ ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ଉଚିତ୍ ଔଷଧ ପ୍ରସ୍ତୁତ କରିବାକୁ ପତଞ୍ଜଳୀ କର୍ମଚାରୀଙ୍କୁ କହିଥିଲେ ।

ରାମଦେବ ଆହୁରି କହିଛନ୍ତି ଯେ, ପତଞ୍ଜଳି ଏକ ବଡ ବ୍ରାଣ୍ଡ୍ । ଏହାର ସାମଗ୍ରୀ ମଧ୍ୟ ଲୋକଙ୍କ ଦ୍ୱାରା ଗହଣୀୟ ହୋଇପାରିଛି । ଜ୍ଞାନ, ବିଶ୍ୱାସ ଓ ପ୍ରଚେଷ୍ଟା ହିଁ ପତଞ୍ଜଳିର ସଫଳତାର ରହସ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.