Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବାବା ରାମଦେବ ଏବଂ ଏଲୋପାଥି ଡାକ୍ତର ବିବାଦରେ ଟ୍ୱିଷ୍ଟ, ଏମ୍ସରେ ଚିକିତ୍ସାଧିନ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଏକ ଭିଡିଓ ଭାଇରାଲ, ଇଣ୍ଟରନେଟ୍‌ରେ ବାବାଙ୍କୁ ପ୍ରଶ୍ନ- କୁଆଡେ ଗଲା ତୁମ ଆରୋଗ୍ୟ ଫର୍ମୁଲା ?

3/06/2021 at 12:33 PM

ନୂଆଦିଲ୍ଲୀ, ୦୩/୦୬: କରୋନା ଭାଇରସର ଦ୍ୱିତୀୟ ଲହର ମଧ୍ୟରେ ସୋସିଆଲ ମିଡିଆରେ ଯୋଗଗୁରୁ ବାବା ରାମଦେବଙ୍କ ସହଯୋଗୀ ତଥା ପତଞ୍ଜଳି ଆୟୁର୍ବେଦର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ବାଳକୃଷ୍ଣ କରୋନା ସଂକ୍ରମିତ ଥିବା ଏହି ଫଟୋରେ ଦାବି କରାଯାଉଛି । ଏହାସହ ସେ ଏମ୍ସରେ ଭର୍ତ୍ତି ହୋଇଥିବା ମଧ୍ୟ କୁହାଯାଉଛି  । ଫଟୋରେ ଦେଖିବାକୁ ମିଳିଛି ଯେ, ବାଳକୃଷ୍ଣ ହସ୍ପିଟାଲ ବେଡରେ ଅକ୍ସିଜେନ୍ ସପୋର୍ଟରେ ରହିଛନ୍ତି । ଏହାସହ ଦେଶର ଲୋକଙ୍କୁ ଅକ୍ସିଜେନ ମିଳୁନି କିନ୍ତୁ ବାଳକୃଷ୍ଣଙ୍କୁ ଅତି ସହଜରେ ଏମ୍ସରେ ବେଡ୍ ମିଳିଥିବା କେହି କେହି ସୋସିଆଲ ମିଡିଆରେ କହିଛନ୍ତି । ତେବେ ଏହି ଫଟୋର ସତ୍ୟତା ଏବେ ସାମ୍ନାକୁ ଆସିଛି ।

ଏହି ଫଟୋ ପ୍ରକୃତରେ  ଅଗଷ୍ଟ ୨୦୧୯ ମସିହାର ଅଟେ । ଯେତେବେଳେ ବାଳକୃଷ୍ଣଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯାଇଥିଲା ଓ ତାଙ୍କୁ ତୁରନ୍ତ ଋଷିକେସ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏହି ପୁରୁଣା ଫଟୋକୁ ସେୟାର କରି କିଛି ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ଯେ, କରୋନିଲ୍ ନିଜ ମାଲିକଙ୍କ ସାଥ୍ ମଧ୍ୟ ଦେଲାନି । ସାଧାରଣ ଲୋକଙ୍କୁ ଅକ୍ସିଜେନ୍ ବେଡ୍ ମିଳୁନି କିନ୍ତୁ ବାଳକୃଷ୍ଣଙ୍କୁ ସହଜରେ ମିଳିଯାଉଛି । ସେମାନେ ଆପଣଙ୍କୁ କରୋନିଲ୍ ଦେଇ ମାରିବେ କିନ୍ତୁ ନିଜେ ଅକ୍ସିଜେନ୍ ସହ ବେଡ୍ ବି ନେବେ । ଆଉ କିଛି ନେଟିଜେନ୍ସ ବାବା ସେତେବେଳେ କେଉଁଠି ଥିଲେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।

ବାଳକୃଷ୍ଣ ମଧ୍ୟ ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ କହିଥିଲେ ଯେ, ତାଙ୍କୁ କରୋନା ହୋଇଥିବା ଖବର ମିଛ । କିଛି ଦିନ ପୂର୍ବରୁ ମଧ୍ୟ ଏପରି ଖବର ଆସିଥିଲା । ହରିଦ୍ୱାରରେ ପତଞ୍ଜଳିରେ ଭିନ୍ନ ଭିନ୍ନ ସଂସ୍ଥାନରେ କରୋନା ବ୍ୟାପିଥିବା ଖବର ଆସିଥିଲା । କିନ୍ତୁ ବାବା ରାମଦେବ ଓ ପତଞ୍ଜଳିରେ ମୁଖପାତ୍ର ଏହାକୁ ଗୁଜବ ବୋଲି କହିଥିଲେ ।

ଗତ କିଛି ଦିନ ହେବ ବାବା ରାମଦେବ ଓ ଏଲୋପାଥି ଡାକ୍ତରଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ବାବା ଏଲୋପାଥି ଡାକ୍ତରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏପରିକି ଏଲୋପାଥି ଔଷଧ ତୁଳନାରେ ଆୟୁର୍ବେଦ ଭଲ ବୋଲି କହିଥିଲେ । ଏପରିକି ଡାକ୍ତରଙ୍କ ମନୋବଳ ଭାଙ୍ଗିବା ଭଳି କିଚି କହିଥିବା ଅଭିଯୋଗ କରିଥିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ । ବାବା ରାମଦେବଙ୍କ ବିରୋଧରେ ୧୦୦୦ କୋଟିର ମାନହାନୀ ଓ ନିସର୍ତ୍ତ କ୍ଷମା ପ୍ରାର୍ଥନା ନେଇ ମଧ୍ୟ ମାମଲା ରୁଜୁ କରିଥିବା ଆଇଏମଏ ।

ନିକଟରେ ବାବା ୧୦୦୦ ଏଲୋପାଥି ଡାକ୍ତରଙ୍କୁ ଆୟୁର୍ବେଦ ମୁହାଁ କରିବେ ବୋଲି କହିଥିଲେ । ଯାହାକୁ ନେଇ ଆହୁରି ବିବାଦ ବଡିଥିଲା । ଏତେ ସବୁ ପରେ ବି ତାଙ୍କୁ ଗିରଫ କରିବାର କାହାର ଦମ୍ ନଥିବା ବାବା ଧମକ ଦେଇଥିଲେ ।

   Related Posts