ବାବାଙ୍କୁ ବିଶ୍ବାସ କରି ଫସିଲେ ୫ ଭଉଣୀ, ପ୍ରଥମେ ମାୟା ଜାଲରେ ପରିବାରକୁ କରିଥିଲା ବଶ..

Published By : Prameya-News7 Bureau | February 26, 2020 IST

ପୁନେ୨୬/୨: ବାବୁଙ୍କୁ ଗିରଫ କଲା ପୋଲିସ୍‌। ଅନ୍ଧ ବିଶ୍ବାସର ଦ୍ବାହି ଦେଇ ୫ ଜଣ ଉଭଣୀଙ୍କୁ ଯୌନ ଶୋଷଣ କରୁଥିଲା ବାବା।ଏହି ଘଟଣା ସଂପର୍କରେ ଜାଣିବା ପରେ ଭୋନ୍ଦୁ ନାମକ ବାବାକୁ ପୋଲିସ ଗିରଫ କରିଛି।  ମହାରାଷ୍ଟ୍ରର ପୁନେର ପିମ୍ପରୀ ଚିଞ୍ଚୱଡରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି।ଯୌନ ଶୋଷଣରେ ଶିକାର ହୋଇଥିବା ୫ ଭଉଣୀଙ୍କ ମଧ୍ୟରୁ ୪ ଜଣ ନାବାଳିକା ଥିଲେ । ଭୋନ୍ଦୁ ବାବା ପ୍ରଥମେ ପୀଡିତାଙ୍କ ପରିବାରକୁ ନିଜ ଜାଲରେ ଫସାଇ ପରେ କଳା ଯାଦୁ ଡର ଦେଖାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରି କି କଳାଯାଦୁରୁ ରକ୍ଷା ପାଇବା ପାଇଁ ଏକ ନଗ୍ନ ପୂଜା କରିବା ପାଇଁ କହିଲା । ସୋମବାର ପରିବାରର ବଡ ଭଉଣୀ ବାବା ବିରୁଦ୍ଧରେ ପିମ୍ପରୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲା । ପୋଲିସ ଭୋନ୍ଦୁ ବାବା ଉପରେ ପୋକ୍ସୋ ଆକ୍ଟ ଓ ମହାରାଷ୍ଚ୍ରର ୨୦୧୩ କଳାଯାଦୁ ଅଧିନିୟମ ସଂରକ୍ଷଣ ଅନୁସାରେ ମାମଲା ରୁଜୁ କରି ଗିରଫ କରିଛି ।

ଭୋନ୍ଦୁ ବାବାର ଅସଲି ନାମ ସୋମନାଥ କୈଳାସ ଚହାଣ୍ୟ । ଭୋନ୍ଦୁ ବାବା ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ବାସିନ୍ଦା । ଭୋନ୍ଦୁ ବାବାର ବୟସ ୩୨ ବର୍ଷ । ସମ୍ପୃକ୍ତ ପରିବାର ଅଭିଯୋଗ କରିଛି କି ଭୋନ୍ଦୁ ବାବା ପ୍ରଥମେ ତାଙ୍କୁ କହିଲା କି ତୁମ ପରିବାର ଉପରେ କେହି ଜଣେ ମହିଳା କଳାଯାଦୁ କରିଦେଇଛି। ଏହି କାରଣରୁ ଆପଣଙ୍କ ପରିବାରକୁ ପୁତ୍ର ରତ୍ନ ପ୍ରାପ୍ତି ହୋଇପାରୁନି । କଳାଯାଦୁ କରିଥିବା ମହିଳା ଆପଣଙ୍କ ସମ୍ପର୍କୀୟ । କଳାଯାଦୁ ଯୋଗୁଁ ପରିବାରର ଗୋଟିଏ ଝିଅ ଉପରେ ବିପଦ ଅଛି । କେବଳ ଏତିକି ନୁହେଁ ଲୋଭ ଦେଖାଇ ଘରେ ପୂର୍ବପୁରୁଷଙ୍କ ଗୁପ୍ତ ଧନ ଥିବା କଥା ମଧ୍ୟ କହିଥିଲା ଏହି ଭଣ୍ଡ ବାବା ।

ଭୋନ୍ଦୁ ବାବାଙ୍‌କ ଏଭଳି କଥା ଶୁଣି ପରିବାର କଳାଯାଦୁରୁ ବଞ୍ଚିବା ପାଇଁ ଉପାୟ ପଚାରିଲେ । ଭୋନ୍ଦୁ ବାବା ଏଥିପାଇଁ ନଗ୍ନ ପୂଜା କରିବା ପାଇଁ କହିଥିଲା । ଭୋନ୍ଦୁ ବାବା ନଗ୍ନ ପୂଜା କରିବା ପାଇଁ ୫ ଭଉଣୀଙ୍କୁ ଏକ କୋଠରୀକୁ ନେଇ କବାଟ ବନ୍ଦ କରି ବଡ ଭଉଣୀ ସହିତ ୩ ଥର ଦୁଷ୍କର୍ମ କରିଥିଲା । ଅନ୍ୟ ଭଉଣୀ ମାନଙ୍କ ସହ ଅଶ୍ଲୀଳ ବ୍ୟବହାର କରିଥିଲା । ଏହା ସହିତ ପରିବାରର ଜଣେ ବିବାହିତ ନାରୀ ସହିତ ନକଲି ବିବାହ ମଧ୍ୟ କରିଥିଲା ଏବଂ ପୂଜା ନାଁରେ ୩ ଲକ୍ଷ ୧୧ ହଜାର ଟଙ୍କା ପରିବାରଠୁ ଠକି ନେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.