ଗଣେଶ ଚତୁର୍ଥୀରେ କୈଳାସର ମୁଦ୍ରା 'କୈଳାସିଆନ ଡଲାର' ଉନ୍ମୋଚନ କଲେ ବାବା ନିତ୍ୟାନନ୍ଦ

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ ୨୩/୦୮ : ଗତବର୍ଷ ଗଣେଶ ଚତୁର୍ଥୀରେ ଦେଶ ଛାଡି ପଳାୟନ କରିଥିବା ଦୁଷ୍କର୍ମ ଅଭିଯୁକ୍ତ ବାବା ନିତ୍ୟାନନ୍ଦ କୈଳାସ ମୁଦ୍ରା ଉନ୍ମୋଚନ କରିଛନ୍ତି | ଦେଶ ଛାଡି ପଳାୟନ କରି ଏକ୍ୟୁଏଡର ଉପକୂଳବର୍ତ୍ତୀ ଏକ ଦ୍ୱୀପରେ ନିଜର ଏକ ଦେଶ ପ୍ରତିଷ୍ଠା କରିଥିବ ଦାବି କରିଛନ୍ତି | ଏହି ଦେଶର ନାଁ ସେ କୈଳାସ ରଖିଛନ୍ତି | ବାବା ନିତ୍ୟାନନ୍ଦ ଉନ୍ମୋଚନ କରିଥିବା ମୁଦ୍ରାର ନାଁ କୈଳାସିଆନ ଡଲାର | ଏହାସହ ସେ ରିଜର୍ଭ ବ୍ୟାଙ୍କ ଅଫ କୈଳାସ ମଧ୍ୟ ଆରମ୍ଭ କରିଛନ୍ତି |

{"id":319010,"sizeSlug":"large"}

କୈଳାସର ୱେବସାଇଟ୍ (www.kailaasa.org) ଅନୁଯାୟୀ, ଏହା ହେଉଛି ଏକ ସୀମା ବିହୀନ ଦେଶ ଯାହାକି ପୃଥିବୀର ବିତାଡିତ ହିନ୍ଦୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଛି, ଯେଉଁମାନେ ନିଜ ଦେଶରେ ସ୍ୱାଧୀନ ଭାବରେ ହିନ୍ଦୁ ଧର୍ମର ଅଭ୍ୟାସ କରିବାର ଅଧିକାର ହରାଇଛନ୍ତି।

{"id":319011,"sizeSlug":"large"}

ପାରାମାଶିଭା ଏବଂ ନନ୍ଦୀର ପ୍ରତୀକ ସହିତ ଏହି ଦେଶର ନିଜର ଜାତୀୟ ପତାକା ରହିଛି ଏବଂ ଏହାକୁ 'ଋଷଭ ଧ୍ବଜା' କୁହାଯାଏ। ଇଂରାଜୀ, ସଂସ୍କୃତ ଏବଂ ତାମିଲ ହେଉଛି ଏହି ଦେଶର ମୁଖ୍ୟ ଭାଷା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.