ପ୍ରେମିକାକୁ ହତ୍ୟାକରି ସାଧୁ ପାଲଟିଥିବା ବାବା ୫ବର୍ଷ ପରେ ଗିରଫ କଲା ପୋଲିସ ,କଣ ଥିଲା ସାଧୁବାବା- ପ୍ରେମିକାଙ୍କର ଅପରାଧ,ଆସନ୍ତୁ ଜାଣିବା

Published By : Prameya-News7 Bureau | December 07, 2018 IST

ଦୁର୍ଗ ;୭/୧୨- ପ୍ରେମ ସଜେଇଦେଲାହତ୍ୟାକାରୀ ,ତା ପରେ ପ୍ରବଚନ ଦେଉଥିବା ବାବା । ହାତରେ  ପ୍ରେମିକାର ନାଁ ଟାଟୁ କରି ବୁଲୁଥିବା ଜଣେ ରଂଗିଲା ପ୍ରେମିକ,ଦିନେ ତା ପ୍ରେମିକାକୁ ହତ୍ୟା କରିବ କିଏ ବା ଜାଣିଥିଲା । ସେଇଭଳି ଜଣେ ପ୍ରେମିକ ହେଲେ ସୁଶୀଲ ଦୁବେ, ଯିଏ ନିଜ ଜୀବନ ଠୁଁ ଅଧିକ ଭଲପାଉଥିବା ପ୍ରେମିକାକୁ ନିଜ ହାତରେ ମାରିଦେବାକୁ ପଛାଇ ନଥିଲା ।

ସୁଶୀଲ ଦୁବେ । ପ୍ରେମିକାରୀତା ସାହୁ ।ସବୁଦିନେ ସଂପର୍କରେ ବାନ୍ଧିହୋଇ ରହିବାକୁ ପ୍ରମିଜ ବି କରିଥିଲେ । ହେଲେ ସମୟ ଦେଲାନିସାଥ୍ । ସୁଶୀଲ ଏତେ ଭଲ ରୀତାକୁ ପାଉଥିଲା ଯେ ,ଘଡ଼ିଏ ନ ଦେଖିଲେ ରହିପାରୁ ନ ଥିଲା । କେହି କାହାକୁଜୀବନରେ ଛାଡ଼ିବେନି ବୋଲି ପଣ ବି କରିଥିଲେ । ହେଲେ ଏମିତି ଏକ ସମୟ ଆସିଲା ,ରୀତାକୁ ଜୀବନଦେଇ ଭଲପାଉଥିବା ସୁଶୀଲ ଦିନେ ଯାହା ଦେଖିଲା ତା ପାଦ ତଳୁ ଯେମିତି ମାଟି ଖସିପଡ଼ିଲା । ତା ପ୍ରେମିକା ରୀତାଆଉ ଜଣେ ଯୁବକର ବାହୁ ବନ୍ଧନରେ ଅଛି । ତା ପରେ ପରେ ସୁଶୀଲ ରୀତାକୁ ସନ୍ଦେହ କରିବାକୁ ଲାଗିଲା ।ଯେଉଁଦିନସେ ଜାଣିବାକୁ ପାଇଲା ରୀତା କେବଳ ସେ ଯୁବକକୁ ଭଲ ପାଉନି ,ଅନେକଥର  ଶାରୀରିକ ସଂପର୍କ ବି ରଖିଛି । ଯେଉଁଥିପାଇଁ ତାଙ୍କ ସଂପର୍କରେବି  କିଛିଦିନ ହେବ ଫାଟ ସୃଷ୍ଟି ହୋଇଛି । ଦିନେ ରୀତାକୁଡ଼ାକି ବୁଝାସୁଝା ବି କଲା , ହେଲେ କିଛି ଫଳ ହେଲାନି । କିଛି ଦିନପରେ ପୁଣି ସେମିତି ସେଇ ଯୁବକ ସହିତଆପତ୍ତିଜନକ ଅବସ୍ଥାରେ ଦେଖିଲା ସୁଶୀଲ ।

ସେଦିନ ସେ ସ୍ଥିର କଲା ନାଆଉ ନୁହେଁ । ତାକୁ ଜୀବନସାରା ପାଇଁ ହଟେଇଦେବାକୁ ପଡ଼ିବ । ଏଇ ନିଷ୍ପତ୍ତିନେଇ ସବୁଦିନ ପାଇଁ ପ୍ରେମିକାରୀତାକୁ ତା ରାସ୍ତାରୁ ଦୂରେଇଦେବା କଥା କହିଛନ୍ତି ଭଣ୍ଡବାବା ଓରଫ ସୁଶୀଲ ଦୁବେ ।

୨୦୧୩ ମସିହା ୧୮ ତାରିଖରେ ଭିଲାଇର ରାମନଗର ଅଂଚଳରେ ନିଜ ପ୍ରେମିକାକୁ ହତ୍ୟାକରିଥିଲା ସୁଶୀଲ ।  ନିଜର ହତ୍ୟାକାଣ୍ଡ ଲୁଚାଇବାକୁନିଜକୁ ବାବାବେଶରେ ସଜେଇ ପ୍ରବଚନ ଦେଉଥିବା କଥା ଅଭିଯୁକ୍ତ ସ୍ଵୀକାର କରିଛି ।

ଗୁରୁବାର ଦିନ ଦୁର୍ଗରେଏକ ସଭାରେ ଭାଗବତ କଥାମୃତ ଶୁଣାଉଥବା ଜଣେ ବାବାଙ୍କୁ(ସୁଶୀଲ ଦୁବେ) ପୋଲିସ ଗିରଫ କରିଥିଲା । କିଭଳିଥିଲାସେଦିନର ଘଟଣା – ଗିରଫ ବାବା ନିଜର ଏହି କାରନାମା କହିଛନ୍ତି ।

୨୦୧୩ ମସିହା ୧୮ ତାରିଖରେ ଭିଲାଇର ରାମନଗର ଅଂଚଳରେ ନିଜ ପ୍ରମିକାକୁ ହତ୍ୟାକରିଥିଲା ।  ନିଜର ହତ୍ୟାକାଣ୍ଡ ଲୁଚାଇବାକୁ ନିଜକୁବାବାବେଶରେ ସଜେଇ ପ୍ରବଚନ ଦେଉଥିବା କଥା ଅଭିଯୁକ୍ତ ସ୍ଵୀକାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.