Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଦୁର୍ଘଟଣାରେ ସାଧୁଙ୍କ ମୃତ୍ୟୁ : ରାତି ସାରା ବାବାଙ୍କ ମୃତଦେହ ଉପରେ ମାଡି ଚାଲିଲା ଗାଡି

4/01/2019 at 3:09 PM

ହୋଶିଆରପୁର ୪/୧ : ପଞ୍ଜାବର ହୋଶିଆରପୁର ଜିଲ୍ଲାର ହରସିପିଣ୍ଡ ଗାଁରେ ଗୁରୁବାର ରାତିରେ ଦୁର୍ଘଟଣାରେ ଜଣେ ସାଧୁ ବାବାଙ୍କ ମୃତ୍ୟୁ ହୋଇଯାଇଥିଲା | ବାବା ରାସ୍ତାରେ ପଡିଥିବା କେହି ଦେଖିପାରିନଥିଲେ | ଯାହାଫଳରେ ରାତି ସାରା ବାବାଙ୍କ ଉପର ଦେଇ ଗାଡି ମଟର ଯିବା ଆସିବା କରିଥିଲା | ଜାତୀୟ ରାଜପଥ ଦୁର୍ଘଟଣା ହୋଇଥିବାରୁ ବାବାଙ୍କ ଉପରେ କେତେ ଗାଡି ମାଡିଯାଇଥିଲା ତାହା ଅନୁମାନ କରିବା ସମ୍ଭବ ହୋଇନି | ସକାଳ ହେବାରୁ ଘଟଣା ଜଣାପଡିଥିଲା | ବାବାଙ୍କ ଶରୀରର ମାଂସ ଖଣ୍ଡ ବିଖଣ୍ଡିତ ହୋଇ ଦୂର ଦୂର ଯାଏଁ ବିଛାଡ଼ି ହୋଇ ପଡିଥିଲା | ଏହି ଦୃଶ୍ୟ ଦେଖି ଲୋକମାନଙ୍କ ମଧ୍ୟରେ ସମବେଦନା ଜାଗ୍ରତ ହୋଇଥିଲା | ତେବେ ମୃତ ବାବାଙ୍କ ପରିଚୟ ମିଳିପାରିନାହିଁ | ସେ ପିନ୍ଧିଥିବା ପୋଷାକରୁ ଜଣାପଡିଛି ଯେ, ସେ ଜଣେ ସାଧୁ ବାବା ଥିଲେ |

ଟାଣ୍ଡା ଏଏସଆଇ ଗୁରୁବଚନ ସିଂ କହିଛନ୍ତି ଯେ, ସକାଳ ୮ଟା ବେଳେ ଜଣେ ବ୍ୟାଙ୍କି ଥାନାକୁ ଫୋନ କରି ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଥିଲେ | ଖବର ପାଇ ପୋଲିସ ସଂଗେ ସାଙ୍ଗ ଘଟନସ୍ଥଳରେ ପହଞ୍ଚିଥିଲା | ପୋଲିସ ପହଂଚି ମୃତଦେହର ଟୁକୁଡାଗୁଡିକୁ ଏକତ୍ରିତ କରି ଦେସୁହା ହସ୍ପିଟାଲକୁ ପଠାଇଥିଲା | ମୃତ ବାବାଙ୍କ ପରିଚୟ ପାଇବା ପାଇଁ ଚେଷ୍ଟା କରାଯାଉଛି | ତେବେ ମୃତ ସାଧୁଙ୍କ ବୟସ ପାଖାପାଖି ୪୫ ବର୍ଷ ହୋଇଥିବା ବୋଲି ଅନୁମାନ କରାଯାଉଛି |

   Related Posts