Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବାବା କପିଳେଶ୍ୱର ପୀଠରେ ଚାଲିଛି କଲାସି ଯାତ୍ରା, କରୋନା କଟକଣା ପାଇଁ ଏବର୍ଷ ମୀନାବଜାର ଓ ଲୋକ ମହୋତ୍ସବ ବନ୍ଦ

14/11/2021 at 2:21 PM

ବିନିକା ୧୪/୧୧: କରୋନା କଟକଣା ଭିତରେ ଏ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ପ୍ରସିଦ୍ଧ ବାବା କପିଳେଶ୍ଵର ପୀଠରେ ପାଳିତ ହେଉଛି  । ଏହି କଲାସି ଯାତ୍ରା ନବମୀରୁ ପୂର୍ଣମୀ ପର୍ଯ୍ୟନ୍ତ ଚାଲିବ । ତେବେ ବିନା ଆଡମ୍ବରରେ କଲାସି ଯାତ୍ରା କରିବାକୁ ଅନୁମତି ଦେଇଛି  ଜିଲ୍ଲା ପ୍ରଶାସନ l

ବାବା କପିଳେଶ୍ଵରର ପୀଠ ଠାରେ ମା’ ଚରଦେଇଙ୍କ ନିକଟରେ ହେଉଥିବା ଯାତ୍ରା ଏକ ଭିନ୍ନ ଆକର୍ଷଣ । କାର୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଠାରୁ ଆରମ୍ଭ ହୋଇଥାଏ ଏହି ଯାତ୍ରା ।  ପୀଠକୁ ଆଖ ପାଖ ୨୧ଟି ଗାଁରୁ ଇଷ୍ଟଦେବୀମାନେ ଦେଉଳ ଭରା ଉତ୍ସବ ପାଇଁ ଆସିଥାନ୍ତି । ଏହି ପୂଜା କାହିଁ ରାଜା ରାଜୁଡା ଅମଳରୁ ହୋଇ ଆସୁଅଛି । ମା’ ଚରଦେଇଙ୍କ ଷୋଡସ ଉପଚାର ସହ ତନ୍ତ୍ରମନ୍ତ୍ର ବିଦ୍ୟାରେ ମା’ଙ୍କୁ ଆବାହନ କରି ନବମୀରୁ ପୂର୍ଣମୀ ପର୍ଯ୍ୟନ୍ତ ଏହି ଯାତ୍ରା ହୋଇଥାଏ ।

ପୀଠରେ ଅନ୍ୟ ବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବା ସହ ମୀନାବଜାର, ଲୋକ ମହୋତ୍ସବ ଭଳି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥାଏ । କିନ୍ତୁ ଏ ବର୍ଷ ମହାମାରୀ କରୋନା ପାଇଁ ଏହି ପୀଠରେ ଏବେ କେବଳ ରୀତି ନୀତି ଅନୁସାରେ ସରକାରଙ୍କ ନିୟମ ଉତ୍ସବ ଚାଲିଛି ।  ଢୋଲ, ମହୁରୀ, ନିଶାନର ୧୬ ଭରଣୀ ବାଦ୍ୟରେ ଦେବୀ ଆବିର୍ଭାବ ହୋଇଥାନ୍ତି । ଏହାସହ ବରୁଆମାନେ ଛତିଛତ୍ର ଆଉ ଘଣ୍ଟର ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ଏକ ଖମ୍ବ ପାଖକୁ ଆସିଥାନ୍ତି । ପୌରାଣିକ କଥା ଅନୁସାରେ କାର୍ତ୍ତିକ ମାସ ଦଶମୀ ତିଥି ଦିନ ଦେବାଦେବୀମାନେ ମହାଦେବଙ୍କୁ ବରଣ କରିବା ପାଇଁ କୈଳାସ ପର୍ବତ ଯାଇଥାନ୍ତି ସେଇଥି ପାଇଁ ଏହି ଯାତ୍ରାକୁ କଲାସି ଯାତ୍ରା କୁହାଯାଏ ।

   Related Posts