Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

‘ବାବା କା ଢାବା’କୁ ଦୁନିଆ ସାମ୍ନାକୁ ଆଣିଥିବା ଲୋକ କ’ଣ ଧୋକା ଦେଲେ ? ୟୁଟ୍ୟୁବର ଗୌରବ ଓ୍ଵାସନଙ୍କ ବିରୋଧରେ ମାମଲା ରୁଜୁ

6/11/2020 at 10:30 PM

ନୂଆଦିଲ୍ଲୀ ୦୬।୧୧: ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହେବା ପରେ ନିକଟରେ ଲୋକପ୍ରିୟ ଏବଂ ଚର୍ଚ୍ଚାର ବିଷୟ ପାଲଟିଥିବା ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୁଲିସ ଫୁଡ୍ ବ୍ଲଗର ଓ ୟୁଟ୍ୟୁବର ଗୌରବ ଓ୍ଵାସନଙ୍କ ବିରୋଧରେ ଅର୍ଥ ହେରଫର ମାମଲା ରୁଜୁ କରିଛି। ଦିଲ୍ଲୀର ମାଲବୀୟ ନଗର ପୁଲିସ ଷ୍ଟେସନରେ ଓ୍ଵାସନଙ୍କ ବିରୋଧରେ ଆଇପିସିର ଧାରା ୪୨୦ ଆଧାରରେ କେସ୍ ରୁଜୁ ହୋଇଛି। ଗୌରବ ଓ୍ଵାସନ ହେଉଛନ୍ତି ସେହି ଫୁଡ୍ ବ୍ଲଗର ଯାହାଙ୍କ ଦ୍ଵାରା ପ୍ରସ୍ତୁତ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଥାଏ। ସେ ‘ବାବା କା ଢାବା’ ଚଳାଉଥିବା ବୃଦ୍ଧ କାନ୍ତା ପ୍ରସାଦଙ୍କୁ ସାମାଜିକ ଗଣମାଧ୍ୟମରେ ସାହାଯ୍ୟ କରିବାକୁ ଅପିଲ୍ କରିଥିଲେ।

ଡିସିପି(ଦକ୍ଷିଣ) ଅତୁଲ ଠାକୁର କହିଛନ୍ତି କାନ୍ତା ପ୍ରସାଦ ଅକ୍ଟୋବର ୩୧ରେ ଗୌରଭ ଓ୍ଵାସନଙ୍କ ବିରୋଧରେ ଅର୍ଥ ହେରଫେର ଅଭିଯୋଗ କରିଥିଲେ। ପ୍ରାରମ୍ଭିକ ତଦନ୍ତ ପରେ ମାଲବୀୟ ନଗର ପୁଲିସ ଷ୍ଟେସନ ଶୁକ୍ରବାର ଆଇପିସିର ଧାରା ୪୨୦ ଆଧାରରେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।

କାନ୍ତା ପ୍ରସାଦ ନିଜର ଅଭିଯୋଗରେ କହିଛନ୍ତି, ଅକ୍ଟୋବର ମାସରେ ଓ୍ଵାସନ ତାଙ୍କୁ ଭେଟିଥିଲେ ଏବଂ ତାଙ୍କ ବ୍ୟବସାୟରେ ସାହାଯ୍ୟ ଏବଂ ପ୍ରମୋସନ ପାଇଁ ତାଙ୍କର ଭିଡିଓ ସୁଟ୍ କରିଥିଲେ। ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଥିଲା। ବାବା କହିଛନ୍ତି ଗୌରଭ ଓ୍ଵାସନ ଡୋନେସନ ପାଇଁ ଜାଣି ଶୁଣି ନିଜର ଏବଂ ନିଜ ପରିବାରଙ୍କ ବ୍ୟାଙ୍କ ତଥ୍ୟ ଓ ମୋବାଇଲ ନମ୍ବର ଦେଇଥିଲେ। ସେ ସାହାଯ୍ୟ ନାମରେ ମୋଟା ଅଙ୍କର ଅର୍ଥ ଯୋଗାଡ କଲେ ଏବଂ ପରେ ମୋତେ ଠକି ଦେଲେ।

ସାମ୍ବାଦିକ ସମ୍ମିଳନୀରେ ବାବାଙ୍କ ଓକିଲ ଅଭିଯୋଗ କରିଛନ୍ତି ବାବାଙ୍କୁ ଆକାଉଣ୍ଟରେ କେତେ ଟଙ୍କା ଜମା ହୋଇଛି ତାର ହିସାବ ଦିଆଯାଇ ନାହିଁ। କିନ୍ତୁ ଗୌରବ ଅନେକ ଲୋକଙ୍କୁ କହିଛନ୍ତି ଯେ, ବାବାଙ୍କ ଆକାଉଣ୍ଟରେ ୨୦ ଲକ୍ଷ ଟଙ୍କା ଜମା ହୋଇଛି। ସେ ପ୍ରଶ୍ନ କରିଛନ୍ତି ଯେ, ଗୌରବ କେମିତି ଜାଣିଲେ ଯେ, ଆକାଉଣ୍ଟକୁ କେତେ ଟଙ୍କା ଆସିଛି। ଯଦି ୨୦ ଲକ୍ଷ ଟଙ୍କା ଆସିଛି ତେବେ ଗଲା କୁଆଡେ ? କାନ୍ତା ପ୍ରସାଦଙ୍କୁ ମଧ୍ୟ ଜଣା ନାହିଁ ଯେ, ତାଙ୍କ ପାଖରେ କେତେ ଟଙ୍କା ଅଛି। କାରଣ ତାଙ୍କୁ କୁହାଯାଉଛି କିଛି ଏବଂ ଦେଖାଯାଉଛି ଅନ୍ୟ କିଛି।  ଯଦି ଗୌରବଙ୍କୁ ଲାଗୁଛି ସେ ଭୁଲ୍ କରିଛନ୍ତି ତେବ  ବାବାଙ୍କ ପାଖକୁ ଆସି କଥା ହୁଅନ୍ତୁ ଏବଂ ମାମଲାର ବୁଝାମଣା କରନ୍ତୁ।

ସାହାଯ୍ୟ ନାମରେ ଯୋଗାଡ ହୋଇଥିବା ଟଙ୍କା ହେରଫେର ଅଭିଯୋଗକୁ ୟୁଟ୍ୟୁବର ଗୌରବ ଓ୍ଵାସନ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ମୋତେ ବଦନାମ କରାଯାଉଛି। ତାଙ୍କ କହିବା କଥା ମିଥ୍ୟା ଦାବି କରି ବାବା ତାଙ୍କୁ ବଦନାମ କରୁଛନ୍ତି। ମୋ ବ୍ୟାଙ୍କ ଖାତାକୁ ସାହାଯ୍ୟ ପାଇଁ ୨୫ ଲକ୍ଷ ଟଙ୍କା ଆସିନାହିଁ। ତାଙ୍କ ଆକାଉଣ୍ଟକୁ କେବଳ ୩.୭୮ ଲକ୍ଷ ଆସିଛି, ଯେଉଁଥିରେ ପେଟିଏମରୁ ମିଳିଥିବା ରାଶି ମଧ୍ୟ ସାମିଲ। ସେ କହିଛନ୍ତି ଯେ, ଦୁଇଟି ଚେକ୍ କାନ୍ତା ପ୍ରସାଦଙ୍କୁ ଦେଇଛନ୍ତି। ଗୋଟିଏ ଚେକ୍ ଏକ ଲକ୍ଷର ଏବଂ ଦ୍ଵିତୀୟ ଚେକ୍‌ଟି ୨.୩୩ ଲକ୍ଷ ଟଙ୍କାର। ବାକି ୪୫ ହଜାର ଟଙ୍କା କାନ୍ତା ପ୍ରସାଦଙ୍କୁ ପେଟିଏମ ଜରିଆରେ ଦିଆଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ ସେ କୋର୍ଟରେ ମାନହାନୀ ମୋକଦ୍ଦମା ଦାୟର କରିବେ।

   Related Posts