ଢାବାରୁ ରେସ୍ତୋରାଁ: ପୁରା ହେଲା ସ୍ବପ୍ନ, ମାଲବୀୟ ନଗରରେ ନିଜର ନୂଆ ରେସ୍ତୋରାଁ ଖୋଲିଲେ 'ବାବା କା ଢାବା' ମାଲିକ କାନ୍ତା ପ୍ରସାଦ

Published By : Prameya-News7 Bureau | December 21, 2020 IST

ନୂଆଦିଲ୍ଲୀ ୨୧/୧୨ : ନିକଟରେ ସୋସିଆଲ ମିଡ଼ିଆରେ ପ୍ରସିଦ୍ଧ ହୋଇଥିବା 'ବାବା କା ଢ଼ାବା' ମାଲିକ ୮୦ ବର୍ଷ ବୟସ୍କ କାନ୍ତା ପ୍ରସାଦ ଦିଲ୍ଲୀ ମାଲବୀୟ ନଗରରେ ଏକ ନୂଆ ରେସ୍ତୋରାଁ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ନୂଆ ରେସ୍ତୋରାଁ ଆରମ୍ଭ କରି ସେ ବହୁତ ଖୁସି ଅଛନ୍ତି। ଲୋକେ ତାଙ୍କୁ ସାହାଯ୍ୟ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାବା ନିଜର ନୂଆ ରେସ୍ତୋରାଁରେ ଇଣ୍ଡିଆନ ଓ ଚାଇନିଜ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି।

{"id":380733,"sizeSlug":"large","linkDestination":"none"}

କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ବାବାଙ୍କ ଢ଼ାବା ବନ୍ଦ ହୋଇଯାଇଥିଲା। ସେ ଓ ତାଙ୍କ ସ୍ତ୍ରୀ ବହୁତ କଷ୍ଟରେ ଜୀବନ ବିତାଉଥିଲେ। ସଂକ୍ରମଣ ଭୟରେ ତାଙ୍କ ଢ଼ାବାକୁ ଲୋକେ ଆସୁନଥିଲେ। କିନ୍ତୁ ୟୁଟ୍ୟୁବର ଗୌରଭ ଭାଶନଙ୍କ ଯୋଗୁଁ ସେ ରାତାରାତି ପ୍ରସିଦ୍ଧ ହୋଇଗଲେ। ଗୌରଭ ନିଜ ୟୁଟ୍ୟୁବ ଚାନେଲରେ କାନ୍ତା ପ୍ରସାଦଙ୍କ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓ ସୋସିଆଲ ମିଡ଼ିଆରେ ନିଆଁ ଭଳି ଖେଳିଗଲା ଓ ସକାଳ ହେଉ ହେଉ ଢ଼ାବା ସାମ୍ନାରେ ଲୋକଙ୍କ ଭିଡ ଜମିଗଲା।

{"sizeSlug":"large","linkDestination":"none"}

ମାତ୍ର କିଛି ଦିନରେ କାନ୍ତା ପ୍ରସାଦ ବହୁତ ଟଙ୍କା ରୋଜଗାର କଲେ ଓ ଲୋକେ ମଧ୍ୟ ତାଙ୍କୁ ଆର୍ଥିକ ରୂପେ ସାହାଯ୍ୟ କଲେ। ସେହି ଟଙ୍କାରେ ସେ ବର୍ତ୍ତମାନ ନୂଆ ରେସ୍ତୋରାଁ ଖୋଲିଛନ୍ତି। ବୃଦ୍ଧ ଦମ୍ପତ୍ତି କହିଛନ୍ତି ଯେ ତାଙ୍କ ସ୍ବପ୍ନ ପୁରା ହୋଇଛି।

{"id":380740,"sizeSlug":"large","linkDestination":"none"}

କିଛି ଦିନ ପୂର୍ବରୁ କାନ୍ତା ପ୍ରସାଦ ଅଭିଯୋଗ କରିଥିଲେ ଯେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳୁଛି। ସେ କହିଛନ୍ତି ତିନି ଦିନ ପୂର୍ବରୁ ତାଙ୍କ ଦୋକାନକୁ ୩ଜଣ ଯୁବକ ଆସି ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ଆଉ କିଛି ଦୁର୍ବୁତ୍ତ ତାଙ୍କ ଢ଼ାବା ପୋଡି ଦେବାକୁ ମଧ୍ୟ ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ ଥାନାରେ ମାମଲା ମଧ୍ୟ ରୁଜ୍ଜୁ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.