Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ଅଧିକାରୀଙ୍କୁ ଇଂରାଜୀରେ ଗାଳି ଦେବା ପଡିଲା ମହଙ୍ଗା, ଗିରଫ ହେଲେ କମଲ ବାବା

1/03/2021 at 8:10 PM

ନୀଳଗିରି,୦୧/୦୩: ନୀଳଗିରି ତହସିଲଦାର ଓ କାର୍ଯ୍ୟରତ କିରାଣୀଙ୍କୁ ଇଂରାଜୀରେ ଗାଳିଗୁଲଜ କରିବା ଜଣେ ବାବାଙ୍କୁ ମହଙ୍ଗା ପଡିଛି। ଅଧିକାରୀଙ୍କୁ ବାବାଙ୍କ ଦୁର୍ବ୍ୟବ୍ୟହାର କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ବାବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ଆଜି ସାଢ଼େ ୧୨ ଟା ସମୟରେ ପଞ୍ଚଲିଙ୍ଗେଶ୍ୱର ମହୋତ୍ସବ ପାଇଁ ସେହି ଅଞ୍ଚଳର କମଲ ଲୋଚନ ମଲ୍ଲିକ ଓରଫ କମଲ ବାବା ତହସିଲଦାରଙ୍କୁ ଅନୁମତି ମାଗିଥିଲେ। ଏବେ କୋଭିଡ୍ ଫେରିବା ସହ ପାରିପାର୍ଶ୍ଵକ ସ୍ଥିତି ଅନୁଧ୍ୟାନ କରିବା ପରେ କମିଟିକୁ ଅନୁମତି  ଦିଆଯିବ ବୋଲି ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ କହିଥିଲେ। ପରେ  ବାବା କମଲ ଲୋଚନ ଉତକ୍ଷିପ୍ତ ହୋଇ ଇଆଡୁ ସିଆଡୁ କହି ଇଂରାଜୀରେ ଗାଳି ଦେବା ଆରମ୍ଭ କରିଥିଲେ। ଏପରିକି କାର୍ଯ୍ୟରତ ମହିଳା କିରାଣୀ କବିତା ବବିତା ବେହେରାଙ୍କୁ ମଧ୍ୟ ଗାଳିଦେଇଥିଲେ।

ବହୁ ସମୟ ପର୍ଯ୍ୟନ୍ତ ତହସିଲ ଅଫିସରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା। ତହସିଲଦାର ଶେଷରେ ସରକାରୀ ଅଫିସର କାର୍ଯ୍ୟରେ ବାଧାଦେବା ଓ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ନେଇ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ଏନେଇ ୬୪ ନମ୍ବର ମାମଲା ରୁଜୁହେବା ସହ ତଦନ୍ତକାରୀ ଅଧିକାରିଣୀ ସସ୍ମିତା ମଲ୍ଲିକ ବାବା କମଲ ଲୋଚନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

   Related Posts