Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବାହାରିଲେ ଆଉ ଜଣେ ବାବା: କହିଲେ ଜାଣିଛି କରୋନା ନିବାରଣ ମନ୍ତ୍ର, ୩ ଦିନରେ ଭଲ କରିଦେବି, ସୋସିଆଲ ମିଡିଆରେ ପ୍ରଚାରକୁ ବ୍ରେକ୍ ଲାଗିବ କେବେ ? ତାଙ୍କୁ ସାର୍ଟିଫିକେଟ ଦେଇଛି କିଏ ?

8/07/2020 at 7:23 PM

ଭୁବନେଶ୍ୱର ୦୮/୦୭ : ଜଣେ ବାବାଙ୍କ ଆସ୍ଫାଳନ । ମନ୍ତ୍ର ବଳରେ ସେ କୁଆଡେ କରୋନା ମହାମାରୀକୁ ଫୁ କରିଦେବେ । ଆଉ ମାତ୍ର ୩ ଦିନରେ କରୋନା ପଜିଟିଭ ରୋଗି ନେଗେଟିଭ୍ ହୋଇଯିବ । ଏହି ଅଦ୍ଭୁତ ଦାବି କରିଛନ୍ତି ବାବା ଆର୍ତ୍ତତ୍ରାଣ । ଭୁବନେଶ୍ବରରେ ରହୁଥିବା ଆରତତ୍ରାଣ ବାବା  ଏଥିପାଇଁ ଚ୍ୟାଲେଞ୍ଜ ବି ଦେଇଛନ୍ତି । ଯେଉଁଠି ସାରା ବିଶ୍ବର ବୈଜ୍ଞାନିକ ଏଯାଁଏ କରୋନା ରୋଗ ପାଇଁ ଭ୍ୟାକ୍ସିନ ବାହାର କରିପାରି ନାହାଁନ୍ତି ସେଠି ବାବା ଜଣକ ଏଭଳି ଦାବି କରିବା ପଛରେ କେତେ ସତ୍ୟତା ଅଛି ତାହା ଏବେ ସନ୍ଦେହ ଘେରରେ ।

ହେଲେ ବାବା ଚ୍ୟାଲେଞ୍ଜ ଦେଉଛନ୍ତି  ସେ କୁଆଡେ ଅନେକ କରୋନା ସଂକ୍ରମିତଙ୍କୁ ଭଲ କରି ସାରିଛନ୍ତି । ସେଥିପାଇଁ ବାବା ଆରତତ୍ରାଣ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ଯେ ତାଙ୍କୁ କରୋନା ଭଲ କରିବାକୁ ସୁଯୋଗ ମିଳୁ । ଔଷଧ ଦରକାର ନାହିଁ ,ରୋଗୀ ମାନେ ତାଙ୍କ ପାଖକୁ ଆସିବା ଆବଶ୍ୟକ ନାହିଁ । କେବଳ ଟେଲିଫୋନ୍‌ କଥାବାର୍ତ୍ତା ଆଉ  ମନ୍ତ୍ର ବୋଲି ସେ  ରୋଗୀଙ୍କୁ ସୁସ୍ଥ କରିଦେବେ  । ବାବା ଏଭଳି ଆସ୍ପାଳନ କରି ସୋସିଆଲ ମିଡିଆରେ ନିଜର ଖୁବ ବିଜ୍ଞାପନ କରିଛନ୍ତି । ଫେସବୁକ ଓ ଟୁଇଟରରେ ମଝିରେ ମଝିରେ ନୂଆ ନୁଆ ଭିଡିଓ ମଧ୍ୟ ଛାଡୁଛନ୍ତି ।  ଯାହା ଯାହା ମନ୍ତ୍ର ଶିଖିଛନ୍ତି ସବୁ ଉଗାଳି ପକାଉଛନ୍ତି । 

ବାବା ମନ୍ତ୍ର ବୋଲି କରୋନାକୁ ଫୁ କରିଦେବେ ବୋଲି ବାରମ୍ବାର ଦାବି କରୁଛନ୍ତି । ମାତ୍ର  ମାସେ ସମୟ ଦେଲେ ସେ ସାରା ଦେଶରୁ କୁଆଡେ କରୋନାକୁ ତଡ଼ି ଦେବେ  ବୋଲି ବି କହୁଛନ୍ତି । ହେଲେ ସେ ମନ୍ତ୍ର ଟି କଣ ତାହା କିନ୍ତୁ କହୁନାହାନ୍ତି । କାହାକୁ ଭଲ କରିଛନ୍ତି ପଚାରିଲେ ବାବା କହୁଛନ୍ତି ମୁଁ ଅଡିଓ ପଠାଉଛି ଶୁଣନ୍ତୁ ।  ସୁଦୁର ପ୍ୟାରିସ୍‌ର ଜଣେ ମହିଳା କୋରନା ରୋଗୀଙ୍କୁ ସେ ସୁସ୍ଥ କରିଥିବା କହିଛନ୍ତି । କିନ୍ତୁ ପ୍ରମାଣ ମାଗିଲେ ବାବା କହୁଛନ୍ତି ୟୁଟ୍ୟୁବ୍‌ ଦେଖ ।

ବାବା ଦାବି କରିଛନ୍ତି, ହଜାର ହଜାର କରୋନା ରୋଗୀ ଥିବା ହସ୍ପିଟାଲରେ ରୋଗୀ ମାନଙ୍କୁ ମନ୍ତ୍ର ମାଧ୍ୟମରେ ସୁସ୍ଥ କରିଦେବେ । ସେ କରୋନା ସଂକ୍ରମିତଙ୍କ ସହ ରହିଲେ ବି ତାଙ୍କୁ କରୋନା ହେବନି ବୋଲି ବାବା କହୁଛନ୍ତି । ପ୍ରଶ୍ନ ଉଠୁଛି ଯେତେବେଳେ କରୋନା ମହାମାରୀ ରୋକିବା ପାଇଁ  ବିଶ୍ବର ବିଶିଷ୍ଟ ବୈଜ୍ଞାନିକ, ଚିକିତ୍ସା ବିଜ୍ଞାନୀ,  କରୋନାର ଆକାର ପ୍ରକାର ନିରାକାର ଖୋଜି ଖୋଜି ନୟାନ୍ତ ହୋଇ ପଡିଲେଣି  ସେତେବେଳେ ବାବା ଆରତତ୍ରାଣଙ୍କ ଏଭଳି ଚ୍ୟାଲେଞ୍ଜକୁ ଆପଣ କଣ କହିବେ । ଏବା ଭାଣ୍ଡାମୀ ନା କେବଳ ଆତ୍ମ ପ୍ରଚାର ?

ବାବା ମଝିରେ ମଝିରେ ମହା ପୁରୁଷ ଅଚ୍ୟୁତାନନ୍ଦଙ୍କ ଉଦାହରଣ ମଧ୍ୟ ଦେଉଛନ୍ତି ।  କହୁଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ ଶହଶହ ବର୍ଷ ପୂର୍ବେ  ଏଭଳି ମହାମାରୀ ୨୦୨୦ରେ ଆସିବ ବୋଲି କହିଥିଲେ । ଚିକିତ୍ସା ବିଜ୍ଞାନ ବିକାଶ ହେବା ପୂର୍ବରୁ  ମନ୍ତ୍ର ମାଧ୍ୟମରେ ରୋଗୀ ଭଲ ହେଉଥିଲେ ବୋଲି ବାବା ଦାବି କରିଛନ୍ତି । ବାବାଙ୍କ ଯୁକ୍ତି, ଯଦି  ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ବାଣୀ  ସତ ତେବେ ମୁଁ ମନ୍ତ୍ର ମାଧ୍ୟମରେ ରୋଗୀ ଭଲ କରିବାରେ ଅସୁବିଧା କେଉଁଠି ବୋଲି ବାବା ବିତଣ୍ଡା ଯୁକ୍ତି କରିଛନ୍ତି ବାବା  । ତେବେ ହେତୁବାଦୀଙ୍କ ଯୁକ୍ତି, ଏଭଳି ବାବାଙ୍କୁ ଦଣ୍ଡ ମିଳିବା ଦରକାର । ଯେତେବେଳେ ଲୋକେ କରୋନାରୁ ଭଲ ହେବାପାଇଂ ଭ୍ୟାକ୍ସିନକୁ ଅପେକ୍ଷା କରିଛନ୍ତି , ସେତେବେଳେ ଜଣେ ବାବାଙ୍କ ଏଭଳି ଅଯବ ଯୁକ୍ତି ଭୁଲ ସଂକେତ ଦେଉଛି ।

ବାବାଙ୍କ ଯୁକ୍ତି, ରାଜଧାନୀ ଭୁବନେଶ୍ବରରେ ଶହଶହ  ହସ୍ପିଟାଲ ଥିବା ବେଳେ ଦିର୍ଘ ୯ବର୍ଷ ହେଲା  ତାଙ୍କ ଘର ଆଗରେ ପ୍ରଦିଦିନ ସକାଳେ ଶହଶହ ରୋଗୀ ଲାଇନ୍‌ ଲଗାଉଛନ୍ତି । ଲୋକେ ହସ୍ପିଟାଲକୁ ନଜାଇ ପ୍ରତିଦିନ ତାଙ୍କ ଘର ଆଗରେ ରୁଣ୍ଡ ହେଉଛନ୍ତି କାହିଁକି ବୋଲି ବାବା ପାଲଟା ପ୍ରଶ୍ନ କରିଛନ୍ତି । ହଠାତ୍ କରୋନା ବେଳେ ବାବାଙ୍କ ଆବିର୍ଭାବ ଆଉ ଏଭଳି ବିତଣ୍ଡା ଯୁକ୍ତି ଅନେକ ପ୍ରଶ୍ନ ସାମ୍ନାକୁ ଆଣିଛି ।  ବାବା ଆରତତ୍ରାଣଙ୍କର ଏ ସବୁ ଭାଣ୍ଡାମୀ  ନା କେବଳ ଆତ୍ମପ୍ରଚାର ନା ଏହାପଛରେ ଆଉ କିଛି ରହସ୍ୟ ରହିଛି ତା ଉପରୁ ପର୍ଦା ହଟିବା ଜରୁରି ।

   Related Posts