Friday, July 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୮ ବର୍ଷ ବୟସ୍କ ଯୁବତୀଙ୍କୁ ଦୁଷ୍କର୍ମ କରିବା ପାଇଁ ସେନା ବାହିନୀର ବଙ୍କର ଭିତରକୁ ନେଇ ଯାଇଥିଲା ଭଣ୍ଡ ବାବା…

ରାଜସ୍ଥାନର ସୀମାନ୍ତବର୍ତ୍ତି ଅଞ୍ଚଳରେ ଥିବା ସେନା ବାହିନୀର ବଙ୍କର ଭିତରୁ ଜଣେ ବାବାକୁ ଗିରଫ କରାଯାଇଛି। ଶ୍ରୀନଗର ଜିଲ୍ଲାର ଏହି ବାବା ସେନାର ବଙ୍କର ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ୪୫ ବର୍ଷ ବୟସ୍କ ଏହି ଭଣ୍ଡ ବାବାର ନାଁ ହେଉଛି ରଣଜିତ ରାମ ।

ସୂଚନାଯୋଗ୍ୟ ଯେ, ଜଣେ ବୟସ୍କ ମହିଳା ତାଙ୍କ ୧୮ ବର୍ଷ ବୟସ୍କା ନାତୁଣୀକୁ ନେଇ ବାବାଙ୍କ ପାଖକୁ ଝଡା ଫୁଙ୍କା କରାଇବାକୁ ନେଇଥିଲେ। ଭଣ୍ଡ ବାବା ଯୁବତୀଙ୍କୁ ଦେଖି ପୂଜା ପାଠ ପାଇଁ ତା ଆଇଙ୍କୁ ନଡିଆ, ସିନ୍ଦୁର ଫୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଆଣିବା ଲାଗି ପଠାଇଦେଇଥିଲା । ଏହା ପରେ ନାବାଳିକାକୁ ଘରେ ଛାଡିବା ବାହାନାରେ ଗାଡିରେ ବସିବାକୁ କହି ଗାଁର ଶୁନ୍‌ଶାନ୍‌ ଯାଗାକୁ ନେଇଯାଇଥିଲା।

ସେଠାରେ ଥିବା ସେନା ବାହିନୀର ଗୋଟେ ବଙ୍କର ପାଖରେ ଗାଡି ଅଟକାଇ ଯୁବତୀଙ୍କୁ ଜୋର କରି ବଙ୍କର ଭିତରକୁ ନେଇଥିଲା। ଯୁବତୀ ବିରୋଧ କରିଥିବାରୁ ବାବା ତାକୁ ମାରପିଟ୍‌ ମଧ୍ୟ କରିଥିଲା। ସେହି ସମୟରେ ଜଣେ ସ୍ଥାନୀୟ ବ୍ୟକ୍ତି ସେଠାରେ ଅଭିଯୁକ୍ତ ବାବାକୁ ପଚରା ଉଚୁରା କରିଥିଲା।

ବ୍ୟକ୍ତି ଜଣକୁ ବାବା କହିଥିଲା ଯେ, ଯୁବତୀ ଜଣକ ତା ଝିଅ। କିନ୍ତୁ ସଂପୃକ୍ତ ଯୁବତୀ  ମୁଣ୍ଡ ହଲାଇ ମନା କରିବାର ଇଶାରା କରିଥିଲେ।ସେତେବେଳେ ବ୍ୟକ୍ତି ଜଣକ ପାଟି କରି ଆଖ ପାଖରେ ଥିବା ଲୋକଙ୍କୁ ଡାକିଥିଲା। ଗାଁ ଲୋକେ ଏକାଠି ହେବା ସହ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ଭଣ୍ଡ ବାବାକୁ ଗିରଫ କରିଥିଲା।      

 

 

104 Views

   ସମ୍ବନ୍ଧିତ ଖବର