ଝଡାଫୁଙ୍କା ନାଁରେ ନାବାଳିକାକୁ ଅସଦାଚରଣ ଅଭିଯୋଗ, ବନ୍ଧାହେଲେ ଭଣ୍ଡ ବାବା

Published By : Prameya-News7 Bureau | June 13, 2019 IST

ନୂଆପଡା ୧୩|୬: ନୂଆପଡା ଖଡ଼ିଆଳ ଥାନା ଅଞ୍ଚଳରେ ବନ୍ଧାହେଲେ ଭଣ୍ଡ ବାବା । ଝଡାଫୁଙ୍କା ନାମରେ ଜଣେ ନାବାଳିକାକୁ ଅସଦାଚରଣ ଅଭିଯୋଗ ପରେ ବାବାଙ୍କୁ ଗିରଫ କରିଛି ପୋଲିସ । ଗିରଫ ବାବା- ବଲାଙ୍ଗିର ଜିଲ୍ଲା ସଦର ଥାନା ଘୁଟୁପାଲି ଗାଁର ବସନ୍ତ କୁମାର ଦାସ ।  ଭୂତ ଛଡ଼ାଇବା ପାଇଁ ବସନ୍ତ ଜଣେ ନାବାଳିକାଙ୍କ ଘରକୁ ଆସି ଝଡ଼ାଫୁଙ୍କା କରିଥିଲେ।  ଏହି ସମୟରେ ବାବା ନାବାଳିକାଙ୍କୁ କିଛି ଔଷଧ ଖାଇବାକୁ ଦେବା ସହ ବନ୍ଦ କୋଠରୀରେ  ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।  ବସନ୍ତଙ୍କ ଘର ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଘୁଟୁପାଲି ଗାଁରେ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.